IND vs SA: ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପାଇଁ କେବେ ହେବ ଫଇସଲା? କୋହଲିଙ୍କ ବଡ଼ ବୟାନ, ପଢନ୍ତୁ ପୁରା ଖବର

ଭାରତୀୟ ଟେଷ୍ଟ ଓ ଏକଦିବସିୟ ଅଧିନାୟକ ବିରାଟ କୋହଲି ଭାରତୀୟ ଟିମର ଦକ୍ଷିଣ ଆଫ୍ରିକା ଗ୍ରସ୍ତକୁ ନେଇ ବୟାନ ଦେଇଛନ୍ତି। ସେ କହିଛନ୍ତି ଦକ୍ଷିଣ ଆଫ୍ରିକା ଗ୍ରସ୍ତକୁ ନେଇ ବିସିସିଆଇ ଗୋଟେ ବା ଦୁଇ ଦିନରେ ଫଇସଲା କରିବ। ମିଡ଼ିଆ ରିପୋର୍ଟ ଅନୁସାରେ ଏହି ଗ୍ରସ୍ତକୁ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଯାଇପାରେ। କିନ୍ତୁ ବିସିସିଆଇ ଏହାକୁ ନେଇ କୌଣସି ଅଧିକାରୀକ ବୟାନ ଜାରି କରିନାହାନ୍ତି।

Google

ଭାରତକୁ ୧୭ ଡିସେମ୍ବରରୁ ୨୬ ଜାନୁଆରୀ ମଧ୍ୟରେ ତିନୋଟି ଟେଷ୍ଟ, ତିନୋଟି ଏକଦିବସିୟ ଓ ଚାରିଟି ଟି-୨୦ ମ୍ୟାଚ ଖେଳିବାର ଅଛି। କିନ୍ତୁ ପୁରା ଗ୍ରସ୍ତକୁ ଏକସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଯାଇପାରେ। କାରଣ ବିସିସିଆଇ କ୍ରିକେଟ ଦକ୍ଷିଣ ଆଫ୍ରିକାକୁ ଏକ ପ୍ରୋଟୋକଲ କରିବା ପାଇଁ କହିଛି। କୁହାଯାଉଛିକି ବିସିସିଆଇ କୋଭିଡ-୧୯ର ନୂଆ ଭ୍ୟାରିଏଣ୍ଟ ଓମିକ୍ରୋନ ପାଇଁ ସମୟ ଚାହୁଁଛି।

ବିରାଟ କହିଛନ୍ତି ଗ୍ରସ୍ତ ବିଷୟରେ ଜଲ୍ଦି ଜଣାପଡିଯିବ:

ଦକ୍ଷିଣ ଆଫ୍ରିକା ସହ ଆଗାମୀ ଗ୍ରସ୍ତକୁ ନେଇ ବିରାଟ କୋହଲି କହିଛନ୍ତି,”ଏହା ବହୁତ ସ୍ୱଭାବିକ ଅଟେ। ଆମେ ସାଧାରଣ ସମୟରେ ଖେଳୁନାହୁଁ ବହୁତ କଥାବାର୍ତ୍ତା ହୋଇଛି। ଆମେ ସବୁ ସିନିୟର ଖେଳାଳିଙ୍କ ସହ କଥା ହୋଇଛୁ ଓ ରାହୁଲ ଭାଇ(ରାହୁଲ ଦ୍ରାଭିଡ) ଆମକୁ ଲୁପରେ ରଖିଛନ୍ତି। ଆମେ ଏହା ଉପରେ କଥା ଶୁଣିହେଉଛୁ ଓ ଆମେ କୌଣସି କନଫିଉଜରେ ନାହୁଁ। ଏହି ଗ୍ରସ୍ତ ବିଷୟରେ ଆମକୁ ଗୋଟେ ଦୁଇ ଦିନ ମଧ୍ୟରେ ଜଣାପଡିଯିବ। ଆମେ ସମସ୍ତେ ସମାନ ଲକ୍ଷ୍ୟ ଆଡ଼କୁ କଠିନ ପରିଶ୍ରମ କରୁଛୁ”।

Google
୧୫ ବା ୧୬ ଡିସେମ୍ବରକୁ ଟିମ ଗ୍ରସ୍ତରେ ଯିବାର ସମ୍ଭାବନା:

ମୁମ୍ବାଇରେ ନ୍ୟୁଜଲ୍ୟାଣ୍ଡ ସହ ଦ୍ୱିତୀୟ ଟେଷ୍ଟ ଖେଳିସରିବା। ପରେ ଭାରତୀୟ ଟିମକୁ ୮-୯ ଡିସେମ୍ବରକୁ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଯିବାର ଥିଲା କିନ୍ତୁ କିଛି ରିପୋର୍ଟରେ ଏବେ କୁହାଯାଉଛି ଏବେ ଟିମ ୧୫-୧୬ ଡିସେମ୍ବରକୁ ଯାଇପାରେ। ବିସିସିଆଇ ଶନିବାରକୁ କଲିକତାରେ ଏହା ବିଷୟରେ ଆଲୋଚନା କରି ରବିବାରକୁ ଫଇସଲା ନେବାର ସମ୍ଭାବନା ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *