ରୋହିତ ଶର୍ମା ଆଘାତ କାରଣରୁ ଦକ୍ଷିଣ ଆଫ୍ରିକା ସହ ହେବାକୁ ଥିବା ଟେଷ୍ଟ ସିରିଜରୁ ବାହାର ହୋଇଯାଇଛନ୍ତି। ତାଙ୍କୁ ଅଭ୍ୟାସ ସମୟରେ ଆଘାତ ଲାଗିଥିଲା। ତାଙ୍କୁ ସିରିଜ ପୂର୍ବରୁ ବିସିସିଆଇ ତରଫରୁ ନୂଆ ଦାଇତ୍ୱ ଦିଆଯାଇଥିଲା। ରାହାଣେଙ୍କ ଜାଗାରେ ତାଙ୍କୁ ଟେଷ୍ଟ ଟିମର ଉପଅଧିନାୟକ କରାଯାଇଥିଲା ଓ ଏହା ସହିତ ତାଙ୍କୁ ଏକଦିବସିୟ ଟିମର ମଧ୍ୟ ଅଧିନାୟକ କରାଯାଇଛି। ଏହା ସହିତ ତାଙ୍କ ପାଖରେ ଟି-୨୦ ଟିମର ଅଧିନାୟକ ପଦ ମଧ୍ୟ ଅଛି। ତାଙ୍କ ଅଧିନାୟକତ୍ୱରେ ଅଳ୍ପ ଦିନ ତଳେ ଭାରତ ନ୍ୟୁଜିଲାଣ୍ଡକୁ ଟି-୨୦ ସିରିଜ ହରାଇଥିଲା। ରୋହିତଙ୍କ ଜାଗାରେ ଏବେ ପ୍ରୟାଙ୍କ ପାଞ୍ଚାଲଙ୍କୁ ସାମିଲ କରାଯାଇଛି।

କ୍ରିକବଜର ଖବର ଅନୁସାରେ ରୋହିତ ଶର୍ମା ଏକଦିବସିୟ ସିରିଜ ଖେଳିବେକି ନାହିଁ ଏହା ଉପରେ କୌଣସି ଫଇସଲା ହୋଇନାହିଁ। ପ୍ରଥମ ଟେଷ୍ଟ ୨୬ ଡିସେମ୍ବରରୁ ସେଂଚୁରିଆନରେ ଖେଳାଯିବାର ଅଛି। ରୋହିତଙ୍କ ଜାଗାରେ ଏବେ ଟେଷ୍ଟ ଟିମରେ ଉପଅଧିନାୟକ ପଦ କାହାକୁ ଦିଆଯାଇନି। ରୋହିତ ନରହିବା ଦ୍ଵାରା କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲ ଓପନିଙ୍ଗ କରିପାରନ୍ତି। ନ୍ୟୁଜିଲାଣ୍ଡ ବିରୁଦ୍ଧ ଦ୍ୱିତୀୟ ଟେଷ୍ଟରେ ମୟଙ୍କ ଶତକ ଲଗାଇଥିଲେ।
୧୬ ନଭେମ୍ବରକୁ ଟିମ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ବାହାରିବ: ତିନୋଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଟିମ ଇଣ୍ଡିଆ ୧୬ ନଭେମ୍ବରକୁ ଦକ୍ଷିଣ ଆଫ୍ରିକା ଯାଇପାରେ। ଭାରତୀୟ ଟିମ କେବେବି ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଜିତିପାରିନାହିଁ। ନୂତନ କୋଚ ରାହୁଲ ଦ୍ରାଭିଡଙ୍କ ପାଇଁ ଏହା ଏକ ବଡ଼ ପରୀକ୍ଷା ଭଳି ହେବ। ଏହା ପରେ ଦୁଇ ଦେଶ ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ହେବ ଓ ୪ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ କରୋନା କାରଣରୁ ପରେ ଆୟୋଜନ ହେବ ବୋଲି ଜଣା ଯାଉଛି।
NEWS – Priyank Panchal replaces injured Rohit Sharma in India's Test squad.
Rohit sustained a left hamstring injury during his training session here in Mumbai yesterday. He has been ruled out of the upcoming 3-match Test series against South Africa.#SAvIND | @PKpanchal9 pic.twitter.com/b8VgoN52LW
— BCCI (@BCCI) December 13, 2021
ପ୍ରିୟଙ୍କ ପାଞ୍ଚାଲ ଏବେ ପର୍ଯ୍ୟନ୍ତ ଇଣ୍ଟରନେସନାଲ ଡେବ୍ୟୁ କରିନାହାଁନ୍ତି। କିନ୍ତୁ ଏହି ୩୧ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କ ପାଖରେ ଭଲ ଅନୁଭବ ଅଛି। ସେ ସେ ୧୦୦ ଫାଷ୍ଟକ୍ଳାସ ମ୍ୟାଚରେ ୪୬ର ଔସତରେ ୭୦୧୧ ରନ କରିଛନ୍ତି। ସେ ୨୪ ଶତକ ଓ ୫୫ ଅର୍ଦ୍ଧଶତକ ମାରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।