ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆକୁ ଅଳ୍ପ ଦିନ ମଧ୍ୟରେ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଯିବାର ଅଛି ଯେଉଁଠି ଟିମକୁ ୩ ଟି ଟେଷ୍ଟ ଓ ୩ ଟି ଏକଦିବସିୟ ମ୍ୟାଚ ଖେଳିବାର ଅଛି। ୨୬ ଡିସେମ୍ବରରୁ ସେଂଚୁରିଆନରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବାର ଚାନ୍ସ ଅଛି। ସେହି ଟେଷ୍ଟ ସିରିଜରୁ ରୋହିତ ଶର୍ମା ବାହାର ହୋଇଯାଇଛନ୍ତି। ମୁମ୍ବାଇରେ ଅଭ୍ୟାସ କାରଣରୁ ଆଘାତ ହୋଇଯିବା ଦ୍ଵାରା ରୋହିତ ଶର୍ମା ଟେଷ୍ଟ ଟିମରୁ ବାହାର ହୋଇଯାଇଛନ୍ତି। ରୋହିତ ଟେଷ୍ଟ ଟିମରୁ ବାହାର ହୋଇଯିବା ଦ୍ଵାରା ଏବେ ପ୍ରଶ୍ନ ଉଠୁଛି ଭାରତୀୟ ଟେଷ୍ଟ ଟିମର ଉପଅଧିନାୟକ କିଏ ହେବ?

ପୂର୍ବରୁ ଭାରତୀୟ ଟେଷ୍ଟ ଟିମର ଉପଅଧିନାୟକ ରାହାଣେ ଥିଲେ କିନ୍ତୁ ସେ ଭଲ ପ୍ରଦର୍ଶନ କରିନପରିବା କାରଣରୁ ଏହି ପଦ ରୋହିତ ଶର୍ମାଙ୍କୁ ଦିଆଯାଇଥିଲା କିନ୍ତୁ ସେ ଏହି ପଦ ସମ୍ଭାଳିବା ପୂର୍ବରୁ ହିଁ ଆଘାତ ହୋଇଯାଇଛନ୍ତି। ସେ ଆଘାତ ହେବା ପରେ ମଧ୍ୟ ଏବେ ପର୍ଯ୍ୟନ୍ତ ଟେଷ୍ଟ ଟିମର କୌଣସି ଉପଅଧିନାୟକ ଘୋଷଣା କରିନାହିଁ। ସୂଚନା ଅନୁସାରେ ଏହି ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ କୌଣସି ଉପଅଧିନାୟକ ନରଖିପାରେ।
ରାହାଣେଙ୍କର ଚୂଡାନ୍ତ ଏକାଦଶରେ ଜାଗା ପ୍ରାୟ ନିଶ୍ଚିତ ନୁହେଁ: ରାହାଣେ ଉପଅଧିନାୟକ ପଦ ପାଇବା ପାଇଁ ଯୋଗ୍ୟ କିନ୍ତୁ ନ୍ୟୁଜଲ୍ୟାଣ୍ଡ ସିରିଜରେ ଖରାପ ପ୍ରଦର୍ଶନ ପରେ ମଧ୍ୟ ଦକ୍ଷିଣ ଆଫ୍ରିକା ସିରିଜରେ ତାଙ୍କୁ ଜାଗା ମିଳିଛି ସତ କିନ୍ତୁ ତାଙ୍କର ଖେଳିବା ନିଶ୍ଚିତ ନୁହେଁ। ତେଣୁ ତାଙ୍କୁ ଉପଅଧିନାୟକ ପୂର୍ବରୁ ଘୋଷଣା କରାଯିବା ପରେ ତାଙ୍କୁ ଅଧାରୁ ବସାଯାଇପାରିବନି। ମାନାଯାଉଛିକି ବିସିସିଆଇ ଏହିପରି ଅସୁବିଧାରୁ ବଞ୍ଚିବା ପାଇଁ ଅଧିକାରୀକ ରୂପରେ କୌଣସି ଉପଅଧିନାୟକ ଘୋଷଣା କରୁନାହିଁ।
ତେବେ ଏହା ନେଇ ଯାହା ଅନୁମାନ କରାଯାଉଛି ଯେ କେ ଏଲ ରାହୁଲ ନଚେତ ଆଜିଙ୍କ୍ୟ ରାହାଣେ ହୋଇପାରନ୍ତି।

ଉପଅଧିନାୟକ ଟିମ ପାଇଁ ଜରୁରୀ ହୋଇଥାଏ କାରଣ ଅଧିନାୟକ ଗ୍ରାଉଣ୍ଡ ବାହାରକୁ ଯିବା ଦ୍ଵାରା ଉପଅଧିନାୟକ ହିଁ ଟିମକୁ ସମ୍ଭାଳିଥାଏ। ଟିମ ଇଣ୍ଡିଆ ଅଧିକାରୀକ ରୂପରେ କୌଣସି ଉପଅଧିନାୟକ ଘୋଷଣା ନକରି ଗ୍ରାଉଣ୍ଡରେ ହିଁ କୌଣସି ସିନିୟର ଖେଳାଳିଙ୍କୁ ଏହି ଦାୟୀତ୍ୱଦେଇପାରେ। ଏହି ସୂଚୀରେ ଆର ଅଶ୍ୱିନୀ ଓ ରିଷଭ ପନ୍ତ ଆଗରେ ଅଛନ୍ତି। ପୂଜାରାଙ୍କ ପାଖରେ ଏହା ଉପରେ କୌଣସି ଅନୁଭବ ନାହିଁ। କିନ୍ତୁ ଆର ଅଶ୍ୱିନୀ ଓ ରିଷଭ ପନ୍ତ ଆଗକୁ ଆଇପିଏଲରେ ଅଧିନାୟକତ୍ୱ କରିସାରିଛନ୍ତି।
ଭାରତୀୟ ଟେଷ୍ଟ ଟିମ: ବିରାଟ କୋହଲି (ଅଧିନାୟକ), କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା,ଅଜିଙ୍କ୍ୟ ରାହାଣେ, ପ୍ରିୟମ ପାଞ୍ଚାଲ, ଶ୍ରେୟସ ଅୟର, ହନୁମା ବିହାରୀ, ରିଷଭ ପନ୍ତ, ରିଧିମାନ ସାହା, ଆର ଅଶ୍ୱିନୀ, ଜୟନ୍ତ ଯାଦବ, ଇସାନ୍ତ ଶର୍ମା, ମହମ୍ମଦ ସାମୀ, ଉମେଶ ଯାଦବ, ଯଶପ୍ରୀତ ବୁମରା,ସାରଦୁଲ ଠାକୁର, ମହମ୍ମଦ ସିରାଜ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।