ବ୍ୟୁରୋ ରିପୋର୍ଟ: ଦୁନିଆର ମହାନତମ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ୨୪ ଏପ୍ରିଲକୁ ନିଜ ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି। ତେନ୍ଦୁଲକର ଇଣ୍ଟରନେସନାଲ କ୍ରିକେଟରେ ସବୁଠୁ ଅଧିକ ରନ କରିବାର ଗୌରବ ପ୍ରାପ୍ତ କରିଛନ୍ତି ଓ ତାଙ୍କ ନାମରେ ୧୦୦ ଶତକର ବିଶ୍ୱରେକର୍ଡ ଅଛି। ଏହା ଛଡା ମଧ୍ୟ ସଚିନଙ୍କ ନାମରେ ଏପରି ଅନେକ ରେକର୍ଡ ଅଛି ଯାହାକୁ ଭାଙ୍ଗିବା କଷ୍ଟକର।
Happy Birthday Little Master 🎂 pic.twitter.com/3D8znHsIMT
— England’s Barmy Army (@TheBarmyArmy) April 24, 2022
ଭାରତ ବିରୁଦ୍ଧରେ ମ୍ୟାଚରେ ବିପକ୍ଷ ବୋଲରଙ୍କ ପ୍ରଥମ ଟାର୍ଗେଟ ସଚିନ ତେନ୍ଦୁଲକର ହୋଇଥାନ୍ତି ସେମାନେ ସଚିନଙ୍କୁ ଆଉଟ କରିବା ପାଇଁ ସବୁ ପ୍ରୟାସ କରିଥାନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ଯେବେ ଗ୍ରାଉଣ୍ଡରେ ଥାନ୍ତି ଟିମ ଇଣ୍ଡିଆର ବିଜୟର ଆଶା ରହିଥାଏ, ପରିସ୍ଥିତି କିପରି ହେଉନା କାହିଁକି।ସାଚୀନଙ୍କ ଜନ୍ମ ଦିନରେ ଦୁନିଆ ସରାର ଅନେକ କ୍ରିକେଟ ପ୍ରସଂସକ ତାଙ୍କୁ ଅଭିନଦନ ଜଣାଇଛନ୍ତି।
ଇଂଲିସ କ୍ରିକେଟର ସପୋର୍ଟର “ବାର୍ମୀ ଆର୍ମି” ସଚିନଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲା। ଏହା ସହିତ ସେ ଇଂଲଣ୍ଡ ସହ ଏକ ମ୍ୟାଚରେ ତାଙ୍କ ଆଉଟର ଏକ ଫଟୋ ସେୟାର କରି ତାଙ୍କ ମଜାକ ଉଡାଇଥିଲେ।
Thanks kids https://t.co/iGGUl1ugD1 pic.twitter.com/axAh81V538
— Amit Mishra (@MishiAmit) April 24, 2022
ଭାରତୀୟ ଲେଗ ସ୍ପିନର ଅମିତ ମିଶ୍ରା “ବାର୍ମୀ ଆର୍ମି”ର ଏହି ପୋଷ୍ଟର କଡା ଜବାବ ଦେଇଛନ୍ତି। ଅମିତ ଇଂଲଣ୍ଡ ବିରୁଦ୍ଧରେ ସଚିନ ଖେଳିଥିବା କିଛି ଭଲ ପାରିର ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି,”ଧନ୍ୟବାଦ ପିଲା”।
ଅମିତ ମିଶ୍ରା ଆଇପିଏଲ ୨୦୨୨ରେ ସାମିଲ ନାହାଁନ୍ତି କାରଣ ମେଗା ନିଲାମୀରେ କୌଣସି ଟିମ ତାଙ୍କୁ କିଣିନଥିଲା। ସେ ଆଇପିଏଲ ୨୦୦୮-୨୦୧୦ ପର୍ଯ୍ୟନ୍ତ ଦିଲ୍ଲୀ ଡେୟରଡେଭିଲ୍ସ ଟିମରେ ଖେଳିଥିଲେ। ଏହା ପରେ ପୁଣି ୨୦୧୫ରେ ଦିଲ୍ଲୀ ଟିମକୁ ଖେଳିଥିଲେ ଓ ୨୦୨୧ ପର୍ଯ୍ୟନ୍ତ ଦିଲ୍ଲୀ ପଟୁ ଖେଳିଥିଲେ। ସେ ଆଇପିଏଲର ତୃତୀୟ ସବୁଠୁ ସଫଳ ବୋଲର ଓ ତାଙ୍କ ନାମରେ ଆଇପିଏଲରେ ତିନୋଟି ହାଟ୍ରିକ ଅଛି।
୩୯ ବର୍ଷୀୟ ଅମିତ ଏବେ ପର୍ଯ୍ୟନ୍ତ ୧୫୪ ଆଇପିଏଲ ମ୍ୟାଚରେ ୨୩.୯୫ ଔସତ ଓ ୭.୩୫ ଇକୋନୋମିରେ ୧୬୬ ୱିକେଟ ନେଇଛନ୍ତି। ସେ କେବଳ ୱେଷ୍ଟଇଣ୍ଡିଜ ବୋଲର ଡିଜେ ବ୍ରାଭୋ ଓ ଶ୍ରୀଲଙ୍କାର ଲସିଥ ମାଲିଙ୍ଗାଙ୍କ ଠୁ ପଛରେ ଅଛନ୍ତି। ବ୍ରାଭୋ ଆଇପିଏଲରେ ୧୭୯ ଓ ମାଲିଙ୍ଗା ୧୭୦ ୱିକେଟ ନେଇଛନ୍ତି।
Brought in my birthday with my loved ones! ♥️🎂
Thank you everyone for the warm wishes. pic.twitter.com/R5S916D8dZ
— Sachin Tendulkar (@sachin_rt) April 24, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।