ସଚିନଙ୍କ ରେକର୍ଡ ଭାଂଗିପାରିବେ କୋହଲି: ଗାଏକୱାଡ଼! ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଭାରତର ମହାନ ତଥା ପୁରା ବିଶ୍ୱର ମହାନ ବ୍ୟାଟ୍ସମ୍ୟାନ ଭାବେ ପ୍ରସିଦ୍ଧ ହେଉଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ସେ ନିଜ ନାମରେ ଅନେକ ବଡ଼ ରେକର୍ଡ କରିଛନ୍ତି। ସେ ଏକଦିବସିୟରେ ସବୁଠୁ ଅଧିକ ଶତକ ମାରିବା ସହ ସବୁଠୁ ଅଧିକ ରନ ମଧ୍ୟ କରିଛନ୍ତି। ତାଙ୍କର ଏହି ରେକର୍ଡ ସବୁ ଭାଙ୍ଗିବା କଷ୍ଟକର ଅଟେ। ଏହାର ନେଇ ପୂର୍ଵ ଭାରତୀୟ ପ୍ରଶିକ୍ଷକ ଅଂଶୁମାନ ଗାଏକବାଡ଼ କହିଛନ୍ତି,”ଲୋକମାନେ ସର୍ଵଦା ସଚିନ ଓ ବିରାଟ କୋହଲିଙ୍କ ତୁଳନାକୁ ପସନ୍ଦ କରିଥାନ୍ତି”।

Google

ସେ ଆଗକୁ କହିଛନ୍ତି,”ଏହା ମୁଁ କହୁନାହିଁ ବରଂ ଫ୍ୟାନ୍ସ ମଧ୍ୟ ଏହା କହୁଛନ୍ତି କି ବିରାଟ କୋହଲି ଏକକି ଖେଳାଳି ଯିଏ ସଚିନଙ୍କ ରେକର୍ଡ ଭାଙ୍ଗିପାରିବେ। ଏହାର ମୁଖ୍ୟ କାରଣ ହେଉଛି କୋହଲି ୩୩ ବର୍ଷ ବୟସର ସଚିନଙ୍କ ଏକଦିବସିୟରେ ୪୯ ଶତକର ରେକର୍ଡରୁ ମାତ୍ର ୬ ଟି ଶତକ ପଛରେ ଅଛନ୍ତି। ଏହା ସହ କୋହଲି ନିଜ ଫିଟନେସ ପାଇଁ ମଧ୍ୟ ଜଣାଯାଇଥାନ୍ତି। କୋହଲି ୧୦୦ ଟେଷ୍ଟ ଖେଳିସାରିଲେଣି ଓ ୨୦୦ ଟେଷ୍ଟ ରେକର୍ଡ ମଧ୍ୟ ନିଜ ନାମରେ କରିପାରନ୍ତି”

ସେ ଆହୁରି କହିଛନ୍ତି,”ବର୍ତ୍ତମାନ ପର୍ଯ୍ୟନ୍ତ କୋହଲି ନିଜ ଫିଟନେସକୁ ନେଇ ଯେତିକି ଯତ୍ନବାନ ଅଛନ୍ତି ଆଗକୁ ସେ ଆଉ ୧୦ ବର୍ଷ କ୍ରିକେଟ ଖେଳିଲେ ବା ୨୦୦ ଟେଷ୍ଟ ମ୍ୟାଚ ଖେଳିଲେ ମତେ କୌଣସି ଆଶ୍ଚର୍ଯ୍ୟ ଲାଗିବ ନାହିଁ”। ଆପଣଙ୍କୁ କହିରଖିବୁ ସଚିନଙ୍କ ସମୟରେ ଗାଏକୱାଡ଼ ଭାରତୀୟ ଟିମର ପ୍ରଶିକ୍ଷକ ଥିଲେ। ସେବେ ସଚିନ ଟେଷ୍ଟରେ ଗୋଟେ ବର୍ଷରେ ସବୁଠୁ ଅଧିକ ରନ କରିଥିଲେସେହି ବର୍ଷ ହେଉଛି ୧୯୯୮ ଯେବେ ସେ ୪୨ ଟି ପାରିରେ ୬୮.୬୭ର ଔସତରେ ୯୩.୬୯ ଷ୍ଟାଇକ ରେଟରେ ୧୨ ଟି ଶତକ ଓ ୮ ଅର୍ଦ୍ଧଶତକ ସହ ୨୫୪୧ ରନ କରିଥିଲେ। ସେହିପରି କୋହଲିଙ୍କ ଟେଷ୍ଟ କ୍ୟାରିଅରର ସର୍ବଶ୍ରେଷ୍ଠ ବର୍ଷ କଥା କବିବାତ କୋହଲି ୨୦୧୬ରେ ୪୧ ପାରିରେ ୨୫୯୫ ରନ କରିଥିଲେ। କୋହଲି ଜଣେ ପ୍ରତିଭାବାନ ଖେଳାଳି ଅଟନ୍ତି ଓ ସେ ଏହାକୁ ସାବ୍ୟସ୍ତ କରି ମଧ୍ୟ ଦେଖାଇଛନ୍ତି। ତେଣୁ ପ୍ରାୟ କେତେକଙ୍କ ଅନୁମାନ କୋହଲି ଆଗକୁ ସଚିନଙ୍କ ରେକର୍ଡ ଭାଙ୍ଗିବେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.