IND vs SA: କେପଟାଉନରେ ସଚିନଙ୍କ ପରି କେହି ନାହିଁ! ଟିମ ଇଣ୍ଡିଆ ପାଖରେ ଅଛି ଇତିହାସ ରଚିବାର ଚାନ୍ସ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ୧୧ ଜାନୁଆରୀକୁ କେପ ଟାଉନରେ ଖେଳାଯିବାର ଅଛି। ବିରାଟ କୋହଲିଙ୍କ ଟିମ ପାଖରେ ଏହି ଟେଷ୍ଟ ସିରିଜରେ ଇତିହାସ ରଚିବାର ମୌକା ଅଛି। ଭାରତ ୩୦ ବର୍ଷ ହେବ ଆଫ୍ରିକାରେ କୌଣସି ସିରିଜ ଜିତିନାହିଁ। ଯଦି କେପଟାଉନରେ ଟେଷ୍ଟ ମ୍ୟାଚ ଭାରତ ଜିତିଯିବ ତେବେ ଏହା ଭାରତର ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ ସିରିଜ ବିଜୟ ହେବ। ଭାରତ ସେଂଚୁରିଆନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୧୧୩ ରନର ବିଜୟ ସହ ଆରମ୍ଭ କରିଥିଲା କିନ୍ତୁ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ମ୍ୟାଚରେ ସୁନ୍ଦର ପ୍ରଦର୍ଶନ କରି ୭ ୱିକେଟରେ ବିଜୟ ହାସଲ କରିଛି।

Google

କେପଟାଉନରେ ଭାରତର ରେକର୍ଡ ବହୁତ ଖରାପ କିନ୍ତୁ ସଚିନ ଟେନ୍ଦୁଲକରଙ୍କର ସେଠାରେ ରେକର୍ଡ ବହୁତ ଭଲ। ଶତକ ପାଇଁ ଅପେକ୍ଷା କରିଥିବା କୋହଲି-ରାହାଣେ ଓ ପୂଜାରାଙ୍କୁ ସଚିନ ତେନ୍ଦୁଲକରଙ୍କ ଠୁ ଶିଖିବା ଉଚିତ। କେପଟାଉନର ପିଚ ମଧ୍ୟ ଅତିରିକ୍ତ ଗତି ଓ ଉଚ୍ଚତା ପାଇଁ ଜଣାଶୁଣା କିନ୍ତୁ ଏହି ପିଚରେ ସଚିନ ଏଲନ ଡୋନାଲ୍ଡ,ସୋନ ପୋଲାକ,ମଖାୟା ଏଣ୍ଟିନ, ଲାନ୍ସ କଲ୍ୟୁନଜର,ଯେକ କ୍ୟାଲିସ, ଡେଲ ଷ୍ଟେନ, ଓ ମୋର୍ଣ୍ଣି ମୋର୍କଲଙ୍କ ଭଳି ବୋଲରଙ୍କ ସାମ୍ନାରେ ଶତକ ମାରିଛନ୍ତି।

୧୮ ବର୍ଷ ପର୍ଯ୍ୟନ୍ତ ଗର୍ଜି ଉଠିଥିଲା ସଚିନଙ୍କ ବ୍ୟାଟ:

ଭାରତୀୟ ଟିମ ଓ ସଚିନ ତେନ୍ଦୁଲକର କେପଟାଉନରେ ପ୍ରଥମ ମ୍ୟାଚ ୧୯୯୩ ରେ ଖେଳିଥିଲେ। ଏହି ମ୍ୟାଚରେ ସଚିନ ପ୍ରଥମ ପାରିରେ ୭୩ରନ କରିଥିଲେ। ଜବବାଲ ଶ୍ରୀନାଥ ପ୍ରଥମ ପାରିରେ ୨ ଓ ଦ୍ୱିତୀୟ ପାରିରେ ୪ ୱିକେଟ ନେଇଥିଲେ। ଏହି ଟେଷ୍ଟ ଡ୍ର ରହିଥିଲା ଦ୍ୱିତୀୟ ଥର ଭାରତ ସଚିନଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଯାଇଥିଲା ଓ ଦ୍ୱିତୀୟ ମ୍ୟାଚ କେପଟାଉନରେ ଖେଳାଯାଇଥିଲା। ସେହି ମ୍ୟାଚରେ ସଚିନ ଟେନ୍ଦୁଲକର ୧୬୯ ଓ ଦ୍ୱିତୀୟ ପାରିରେ ୯ ରନ କରିଥିଲେ। ଭାରତୀୟ ଖେଳାଳିଙ୍କ ଖରାପ ପ୍ରଦର୍ଶନ କାରଣରୁ ଏହି ମ୍ୟାଚ ଭାରତ ୨୮୨ ରନରେ ହାରିଯାଇଥିଲା।

Google

ଏହି ଗ୍ରାଉଣ୍ଡରେ ଭାରତୀୟ ଟିମ ତୃତୀୟ ଥର ୨୦୦୭ରେ ରାହୁଲ ଦ୍ରାଭିଡଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ସହ ଖେଳିଥିଲା। ୱାସିମ ଜାଫର(୧୧୬) ,ଦିନେଶ କାର୍ତିକ (୬୩), ସଚିନ ତେନ୍ଦୁଲକର (୬୪) ଓ ସୌରଭ ଗାଙ୍ଗୁଲି (୬୬) ରନ କରିଥିଲେ। ଏହା ଦ୍ଵାରା ଟିମ ପ୍ରଥମ ପାରିରେ ୪୧୪ ରନ କରିଥିଲା। ଏହା ପରେ ଭାରତର ଦ୍ୱିତୀୟ ପାରି ମାତ୍ର ୧୬୯ ରନରେ ଅଲଆଉଟ ହୋଇଯାଇଥିଲା। ଏହି ମ୍ୟାଚ ଦକ୍ଷିଣ ଆଫ୍ରିକା୫ ୱିକେଟରେ ଜିତିଥିଲା।

ସଚିନ ଏହି ଗ୍ରାଉଣ୍ଡରେ ନିଜର ଶେଷ ମ୍ୟାଚ ୨୦୧୧ରେ ଧୋନିଙ୍କ ଅଧିନାୟକତ୍ୱରେ ଖେଳିଥିଲେ। ସେବେ ସଚିନଙ୍କ ୧୪୬ ରନର ପାରି ଦ୍ଵାରା ଟିମ ଇଣ୍ଡିଆ ସେହି ଟେଷ୍ଟ ଡ୍ର କରାଇପାରିଥିଲା। ଏହି ଗ୍ରାଉଣ୍ଡରେ ସଚିନ ୪ ଟି ମ୍ୟାଚରେ ଦୁଇଟି ଶତକ ସହ ୪୮୯ ରନ କରିଛନ୍ତି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *