ବ୍ୟୁରୋ ରିପୋର୍ଟ: ମିତାଲି ରାଜ ଏହି ନାମ ଭାରତୀୟ ମହିଳା କ୍ରିକେଟର ଏକ ମହାନ ନାମ ଅଟେ। ଡେବ୍ୟୁ ମ୍ୟାଚରେ ଶତକ, ସବୁଠୁ କମ ବୟସରେ ଶତକ, ସବୁଠୁ ଅଧିକ ରନ ଭଳି ରେକର୍ଡ ଆଗରୁ ତାଙ୍କ ନାମରେ ରହିଛି। ଏବେ ସେ ସଚିନ ତେନ୍ଦୁଲକରଙ୍କର ଏକ ଏପରି ରେକର୍ଡ ଭାଙ୍ଗିଛନ୍ତି ଯାହା ହେବାକୁ ୨୨ ବର୍ଷ ଲାଗିଥିଲା। ଏହା ସତ କି ଆଇପିଏଲ ଅକ୍ସନ ମଧ୍ୟରେ ଏହି ରେକର୍ଡର ଚର୍ଚ୍ଚା ହୋଇନାହିଁ ସତ କିନ୍ତୁ ଏକଦିବସିୟ କ୍ୟାରିଅରରେ ସବୁଠୁ ଲମ୍ବା କ୍ୟାରିଅରର ରେକର୍ଡ ମିତାଲି ରାଜଙ୍କ ଉପରେ ହୋଇଯାଇଛି।

୧୨ ଫେବୃଆରୀରେ ଯେବେ ଅଧିକାଂଶ କ୍ରିକେଟ ପ୍ରେମୀ ଆଇପିଏଲ ଅକ୍ସନରେ ବୁଡିକିଥିଲେ ସେବେ ମିତାଲି ଏକ ଏପରି ରେକର୍ଡ କରିଥିଲେ ଯାହା ଭାରତୀୟ କ୍ରିକେଟରେ ପୁରୁଷ ବା ମହିଳା ପ୍ରଥମ ଥର ଅଟେ। ମିତାଲି ରାଜ ଯେବେ ୧୨ ଫେବୃଆରୀକୁ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଏକଦିସିୟ ମ୍ୟାଚରେ ଓହ୍ଲାଇଲେ ସେବେ ତାଙ୍କର ଏକଦିବସିୟ କ୍ୟାରିଅର ୨୨ ବର୍ଷ ୨୩୧ ଦିନ ହୋଇଗଲା। ଏହା ସହ ସେ ପୃଥିବୀର ଏପରି ଖେଳାଳି ହୋଇଗଲେ ଯାହାର ଏକଦିବସିୟ କ୍ୟାରିଅର ୨୨ ବର୍ଷ ୧୦୦ ଦିନରୁ ଅଧିକ ହୋଇଗଲା।
ଏହା ପୂର୍ବରୁ ପୁରୁଷ ଓ ମହିଳା ଲମ୍ବା କ୍ୟାରିଅରର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ସଚିନଙ୍କର ଏକକ୍ୟାରିଅର ୨୨ ବର୍ଷ ୯୧ ଦିନର ଅଟେ। କିନ୍ତୁ ମିତାଲି ଏବେ ତାଙ୍କ ରେକର୍ଡକୁ ଭାଙ୍ଗିଦେଇଛନ୍ତି। ସଚିନଙ୍କ ନାମରେ ଏବେ କେବଳ ପୁରୁଷ ଲମ୍ବା କ୍ୟାରିଅର ରେକର୍ଡ ରହିଛି। ସଚିନ ପ୍ରଥମ ଏକଦିବସିୟ ମ୍ୟାଚ ୧୮ ଡିସେମ୍ବର ୧୯୮୯ କୁ ଓ ଶେଷ ମ୍ୟାଚ ୧୮ ମାର୍ଚ୍ଚ ୨୦୧୨କୁ ଖେଳିଥିଲେ।

ମିତାଲି ରାଜ ନିଜର ପ୍ରଥମ ଏକଦିବସିୟ ମ୍ୟାଚ ୨୬ ଯୁନ ୧୯୯୯କୁ ଖେଳିଥିଲେ। ସେହି ମ୍ୟାଚରେ ମଧ୍ୟ ସେ ଏକ ବଡ଼ ରେକର୍ଡ କରିଥିଲେ ଯାହା ହେଉଛି ଡେବ୍ୟୁ ଏକଦିବସିୟ ମ୍ୟାଚରେ ଶତକ ସମ୍ଭବକି ମିତାଲି ଏହି କ୍ୟାରିଅରକୁ ୨୩ ବର୍ଷ ପର୍ଯ୍ୟନ୍ତ ପହଁଞ୍ଚାଇଦେବେ। ଏପରି ହେଲେ କୌଣସିସନ୍ଦେହ ନାହିଁକି ଏପରି ପ୍ରଥମ ଥର ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।