ବ୍ୟୁରୋ ରିପୋର୍ଟ: ଅନେକ ଦିନରୁ ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଦ୍ଧିମାନ ଶାହା ବିବାଦକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ଭାରତୀୟ ଟିମରେ ଯାହା ମିଳିପାରୁନାହିଁ ଯେଉଁଠି ପାଇଁ ସେ ଚିନ୍ତିତ। ଅଳ୍ପଦିନ ତଳେ ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ ସିରିଜ ପାଇଁ ଯେଉଁ ୧୮ ଜଣିଆ ଭାରତୀୟ ଟିମ ଘୋଷଣା ହୋଇଥିଲା ସେଥିରେ ଋଦ୍ଧିମାନ ଶାହାଙ୍କୁ ଚୟନ କରାଯାଇନଥିଲା। ଏହା ପର ଠୁ ଋଦ୍ଧିମାନ ଶାହା ବୟାନ ଦେବା ଆରମ୍ଭ କରିଥିଲେ।

ଏପରିକି ସେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ଭାରତୀୟ ହେର୍ଡ କୋଚ ରାହୁଲ ଦ୍ରାଭିଡଙ୍କୁ ନେଇ ମଧ୍ୟ ସେ ବୟାନ ଦେଇଥିଲେ। ଏହା ପରେ ଜଣେ ମିଡ଼ିଆ ରିପୋର୍ଟର ତାଙ୍କୁ ହଇରାଣ କରୁଥିଲେ ବୋଲି ମଧ୍ୟ ସେ ଏକ ହ୍ଵାର୍ଟସପ ସ୍କ୍ରିନ ଶର୍ଟ ଦେଇଥିଲେ। ଆପଣଙ୍କୁ କହିରଖିବୁ ବିସିସିଆଇ ସହ କଣ୍ଟ୍ରାଣ୍ଟ ବେଳେ ଖେଳାଳିମାନେ ଏହି ସର୍ତରେ ରାଜି ହୋଇଥାନ୍ତି କି ସେମାନେ ଟିମର କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କିମ୍ବା କୌଣସି ବୟାନ ଦେଇପାରିବେନି ଯାହାକୁ ଏବେ ସାହା ଉଲଘଂନ କରିଛନ୍ତି। ଏହାକୁ ନେଇ ବିସିସିଆଇ ସାହାଙ୍କୁ ରିପୋର୍ଟ ମାଗିବ।
ଏବେ ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲେ ବଡ଼ ବୟାନ ଦେଇଛନ୍ତିକି ସାହା ବିସିସିଆଇର ନିୟନ ଉଲଘଂନ କରିଛନ୍ତି। ସେ ବିସିସିଆଇର କଣ୍ଟ୍ରାଣ୍ଟରେ ଥାଇ ମଧ୍ୟ ଭିଭିନ୍ନ ବୟାନ କିପରି ଦେଇଛନ୍ତି। ଏହାକୁ ନେଇ ତାଙ୍କ ରିପୋର୍ଟ ମଗାଯିବ ବୋଲି ଅରୁଣ କହିଛନ୍ତି। ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ ଟିମ ଚୟନ ପରେ ଶାହା ସ୍ଥାନ ନ ପାଇବାରୁ ସୌରଭ ଗାଙ୍ଗୁଲି ଓ ଦ୍ରାଭିଡଙ୍କ ସହ ଯାହା କଥା ହୋଇଥିଲେ ସେ କଥା ସାହା ଗଣମାଧ୍ୟମକୁ କହିଛନ୍ତି ଏହାକୁ ନେଇ ତାଙ୍କୁ ରିପୋର୍ଟ ମଗାଯିବ ଓ ବିସିସିଆଇ ତାଙ୍କ ଉପରେ କଡା ପଦକ୍ଷେପ ନେଇପାରେ।
Wriddhiman Saha the finest wicket-keeper of India ??pic.twitter.com/R5WDhTDjF4
— CRICKET VIDEOS ? (@AbdullahNeaz) February 19, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।