ବ୍ୟୁରୋ ରିପୋର୍ଟ: ୱିକେଟ କିପର ବ୍ୟାଟ୍ସମ୍ୟାନ ଋଦ୍ଧିମାନ ଶାହାଙ୍କୁ ଆଗାମୀ ଶ୍ରୀଲଙ୍କା ବିରୁଦ୍ଧରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ୧୮ ଜଣିଆ ଟିମରେ ସାମିଲ କରାଯାଇନାହିଁ। ଭାରତୀୟ ଚୟନକର୍ତା ଭବିଷ୍ୟତକୁ ଧ୍ୟାନରେ ରଖି ଶାହାଙ୍କ ଯାଗାରେ ରିଷଭ ପନ୍ତ ଓ କେ ଏସ ଭରତଙ୍କୁ ଅଧିକ ମୌକା ଦେଇଛନ୍ତି। ଟିମ ଇଣ୍ଡିଆରୁ ଡ୍ରପ ହେବାପରେ ଶାହା ହେର୍ଡ କୋଚ ରାହୁଲ ଦ୍ରାଭିଡଙ୍କୁ ଟାର୍ଗେଟ କରିଛନ୍ତି। ବଙ୍ଗାଲର ଏହି ୱିକେଟ କିପରଙ୍କର କହିବା ଅଟେ କି ଦ୍ରାଭିଡ ତାଙ୍କୁ ଅବସର ଉପରେ ବିଚାର କରିବାକୁ କହିଥିଲେ। ଏହି ବିବାଦ ଶାନ୍ତ ହୋଇନଥିଲା କି ଶାହା ଆଉ ଏକ ବିବାଦ ଆସିଯାଇଛି। ଶାହା ରବିବାରକୁ ଏକ ହ୍ଵାର୍ଟସପ ଚାଟର ସ୍କ୍ରିନ ଶର୍ଟ ଦେଇ କହିଥିଲେ ତାଙ୍କୁ ଇଣ୍ଟରଭିଉ ଦେବାକୁ ଏକ ପତ୍ରକାର ଧମକ ଦେଇଛନ୍ତି।
After all of my contributions to Indian cricket..this is what I face from a so called “Respected” journalist! This is where the journalism has gone. pic.twitter.com/woVyq1sOZX
— Wriddhiman Saha (@Wriddhipops) February 19, 2022
ଶାହାଙ୍କ ଏହି ଅଭିଯୋଗ ପରେ ଅନେକ କ୍ରିକେଟ ଏକ୍ସପଟ ତାଙ୍କୁ ସପୋର୍ଟ କରିଛନ୍ତି। ଏବେ ଥିରେ ଟିମ ଇଣ୍ଡିଆର ପୂର୍ଵ ହେର୍ଡ କୋଚ ରବି ଶାସ୍ତ୍ରୀ ମଧ୍ୟ ଯୋଡିହୋଇଛନ୍ତି। ଶାସ୍ତ୍ରୀ ସୋସିଆଲ ମିଡ଼ିଆରେ ଶାହାଙ୍କୁ ସମର୍ଥନ କରି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ୫୯ ବର୍ଷୀୟ ଶାସ୍ତ୍ରୀ ଟ୍ୱିଟ କରିଛନ୍ତି,”ଏହା ବହୁତ ଆଶ୍ଚର୍ଯ୍ୟକର କଥା କି ଜଣେ ପତ୍ରକାରଙ୍କ ଦ୍ଵାରା କ୍ରିକେଟରଙ୍କୁ ଧମକ ଦିଆଯାଉଛି। ଏହା ସେ ନିଜ ପଦର ଦୁରୂପଯୋଗ କରୁଛନ୍ତି। ଏହା ଭାରତୀୟ ଟିମ ସହିତ ଲଗାତର ହେଉଛି। ବିସିସିଆଇ ଅଧ୍ୟକ୍ଷ ଏହି ମାମଲା ଉପରେ ନଜର ପକାଇବା ଆବଶ୍ୟକ। ଏହା ଜାଣିବା ଆବଶ୍ୟକ କିଏ ସେ ପତ୍ରକାର। ଏହା ସବୁ କ୍ରିକେଟରଙ୍କ ହିତ ପାଇଁ ଅଟେ। ଏହା ବହୁତ ଗମ୍ଭୀର କଥା ଯାହା ସାହା କହିଛନ୍ତି,”।
Extremely sad. Such sense of entitlement, neither is he respected nor a journalist, just chamchagiri.
With you Wriddhi. https://t.co/A4z47oFtlD— Virender Sehwag (@virendersehwag) February 20, 2022
ଶାହା ହ୍ଵାର୍ଟସପ ସ୍କ୍ରିନ ଚାଟ:
ଶାହା ଯେଉଁ ସ୍କ୍ରିନ ଶର୍ଟ ସେୟାର କରିଛନ୍ତି ସେଥିରେ ପତ୍ରକାର ସାହାଙ୍କୁ କହୁଛି,”ମୋ ସହିତ ଇଣ୍ଟରଭିଉ କରିବେ, ଏହା ଭଲ ହେବ। ସେ କେବଳ ଜଣେ ୱିକେଟ କିପରଙ୍କୁ ବାଛିଛନ୍ତି। କିଏ ବେଷ୍ଟ ଆପଣ ୧୧ ପତ୍ରକାରଙ୍କୁ ବାଛିବାକୁ ଚେଷ୍ଟା କଲେ,ଯାହାକି ମୋ ହିସାବରେ ଠିକ ନୁହେଁ। ଆପଣ ସେମାନଙ୍କୁ ବାଛିଲେ ଯିଏ ଅଧିକ ସାହାଯ୍ୟ କରିପାରିବେ। ଆପଣ କଲ କଲେ ନାହିଁ ମୁଁ ଆଉ କେବେ ଆପଣଙ୍କ ଇଣ୍ଟରଭିଉ କରିବି ନାହିଁ ଓ ମୁଁ ଏହାକୁ ମନେ ରଖିବି,ଆପଣଙ୍କୁ ଏପରି କରିବାର ନଥିଲା”।
When it is about BCCI or cricketers, we hear so many ‘sources’ from all the journalists. Can a single source tell me who this so called journalist is who has threatened Saha? #cricketwitter https://t.co/C9PRjcaNES
— R P Singh रुद्र प्रताप सिंह (@rpsingh) February 20, 2022
ଶାସ୍ତ୍ରୀଙ୍କ ପୂର୍ବରୁ ପୂର୍ଵ ଵିସ୍ପୋରକ ଓପନର ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ଵାଗ,ମହାନ ସ୍ପିନର ହରଭଜନ ସିଂହ,ପୂର୍ଵ ସ୍ପିନର ପ୍ରଜ୍ଞାନ ଓଝା ଓ ପୂର୍ଵ ପେସର ଆରପି ସିଂହ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି। ସେହ୍ଵାଗ ଏହା ମଧ୍ୟ କହିଥିଲେ ଏହା ଚାମଚାଗିର ଅଟେ।
Wridhi you just name the person so that the cricket community knows who operates like this. Else even the good ones will be put under suspicion.. What kind of journalism is this ? @BCCI @Wriddhipops @JayShah @SGanguly99 @ThakurArunS players should be protected https://t.co/sIkqtIHsvt
— Harbhajan Turbanator (@harbhajan_singh) February 20, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।