IPL QUALIFIER 2: ସାମସନଙ୍କ ପାଇଁ ଅସୁବିଧା ହୋଇପାରନ୍ତି ଏହି ୨ ବୋଲର! ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ଶୁକ୍ରବାରକୁ ରାଜସ୍ଥାନ ରୟାଲ୍ସ ଓ ଆରସିବି ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ ଖେଳାଯିବାର ଅଛି। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାର ଅଛି। ମୁମ୍ବାଇ ଦିଲ୍ଲୀକୁ ଶେଷ ଲିଗ ରାଉଣ୍ଡ ମ୍ୟାଚରେ ହରାଇବା ଦ୍ଵାରା ଆରସିବି ପ୍ଲେ ଅଫରେ ପହଁଚିଥିଲା। ମୁମ୍ବାଇ ଟିମ ବାହାର ହୋଇଗଲା ସତ କିନ୍ତୁ ଆରସିବି ପ୍ଲେ ଅଫରେ ପହଁଚିଗଲା।

Google

ଅନ୍ୟ ପରେ ରାଜସ୍ଥାନକୁ ପ୍ରଥମ କ୍ୱାଲିଫାୟର ମ୍ୟାଚରେ ପରାଜୟ ମିଳିଥିଲା। ସଞ୍ଜୁ ସାମସନଙ୍କ ଟିମ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଥିବାରୁ ତାଙ୍କୁ ଫାଇନାଲରେ ପହଁଚିବା ପାଇଁ ଆଉ ଆଉ ମୌକା ମିଳିବାର ଅଛି। ଯଦି ରାଜସ୍ଥାନ ଏହି ମ୍ୟାଚ ହାରିଯିବ ତେବେ ୨୦୦୮ ପରେ ରାଜସ୍ଥାନର ଟ୍ରଫି ଜିତିବାର ଆଶା ଅଧାରେ ରହିଯିବ। ରାଜସ୍ଥାନକୁ ଆରସିବି ବିରୁଦ୍ଧରେ ଜିତିବା ପାଇଁ ହେଲେ ସଞ୍ଜୁ ସାମସନ ଭଲ ପ୍ରଦର୍ଶନ କରିବା ଜରୁରୀ।

ସୈମସନ ଆଇପିଏଲ ୨୦୨୨ରେ ୪୦୦ ରୁ ଅଧିକ ରନ କରିଛନ୍ତି:

ଆଇପିଏଲ ୨୦୨୨ରେ ସାମସନ ଭଲ ଅଧିନାୟକତ୍ୱ ସହ ଭଲ ବ୍ୟାଟିଙ୍ଗ ମଧ୍ୟ କରିଛନ୍ତି। ସେ ଜୋସ ବଟଲର (୭୧୮)ଙ୍କ ପରେ ଦ୍ୱିତୀୟ ସବୁଠୁ ଅଧିକ ରନ ଟିମ ପାଇଁ କରିଛନ୍ତି। ସେ ଏବେ ପର୍ଯ୍ୟନ୍ତ ଆଇପିଏଲ ୨୦୨୨ରେ ୧୫ ମ୍ୟାଚରେ ୪୨୧ ରନ କରିଛନ୍ତି। ଏହି ସିଜନରେ ସାମସନ ଦୁଇଟି ଅର୍ଦ୍ଧଶତକ ମାରିଛନ୍ତି କିନ୍ତୁ ଆରସିବି ପାଖରେ ସାମସନଙ୍କୁ ଅଟକାଇବା ପାଇଁ ଗୋଟେ ନୁହେଁ ଦୁଇଟି ବୋଲର ଅଛନ୍ତି। ସେ ହେଉଛନ୍ତି ୱାନିନ୍ଦୁ ହସରଙ୍ଗା ଓ ମହମ୍ମଦ ସିରାଜ।

Google

ହସରଙ୍ଗା ଆରସିବି ପାଇଁ ସବୁଠୁ ଅଧିକ ୱିକେଟ ନେଇଛନ୍ତି:

ହସରଙ୍ଗା ଆଇପିଏଲର ଏହି ସିଜନରେ ୧୫ ମ୍ୟାଚରେ ୧୬.୧୬ର ଔସତରେ ୨୫ ୱିକେଟ ନେଇଛନ୍ତି। ସେ ଏହି ସିଜନରେପ୍ରତି ୧୩ ବଲରେ ୱିକେଟ ନେଉଛନ୍ତି। ସେ ୟୁଜବେନ୍ଦ୍ର ଚାହଲ(୨୬)ଙ୍କ ପରେ ଦ୍ୱିତୀୟ ସବୁଠୁ ଅଧିକ ୱିକେଟ ନେଇଛନ୍ତି।

ହସରଂଙ୍ଗା ସାମସନଙ୍କୁ ୫ ଥର ଆଉଟ କରିଛନ୍ତି:

ଏହା ଠୁ ବଡ଼ କଥା ଏହାକି ହସରଙ୍ଗାଙ୍କ ରେକର୍ଡ ସାମସନଙ୍କ ବିରୁଦ୍ଧରେ ଭଲ ଅଟେ। ସେ ୬ ଟି-୨୦ ପାରିରେ ସାମସନଙ୍କୁ ୫ ଥର ଆଉଟ କରିଛନ୍ତି। ସାମସନଙ୍କ ବିରୁଦ୍ଧରେ ହସରଂଙ୍ଗା ୨୩ ବଲରେ ମାତ୍ର ୧୮ ରନ ଦେଇଛନ୍ତି। ମହମ୍ମଦ ସିରାଜ ମଧ୍ୟ ସାମସନଙ୍କ ବିରୁଦ୍ଧରେ ଭଲ ଵୋଲିଙ୍ଗ କରିଛନ୍ତି। ସେ ୨୦ ବଲରେ ସାମସନଙ୍କୁ ୨୧ ରନ ଦେଇଛନ୍ତି ଓ ଦୁଇ ଥର ଆଉଟ ମଧ୍ୟ କରିଛନ୍ତି। ଏହି ଦୁଇ ବୋଲରଙ୍କ ଉପରେ ସାମସନଙ୍କୁ ଆଉଟ କରିବାର ଦାୟୀତ୍ୱ ରହିପାରେ। ନଚେତ ଆରସିବିର ପ୍ରଥମ ଆଇପିଏଲ ଟ୍ରଫି ଜିତିବାର ସ୍ୱପ୍ନ ଭାଙ୍ଗିଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *