କାହିଁକି କରାଯାଉଛି ସାମସନଙ୍କୁ ଅଣଦେଖା? କାହିଁକି ମିଳୁନି ଚାନ୍ସ? ଜୋର ଧରିଲା ଖବର, କଣ ଆପଣଙ୍କ ଅନୁମାନ

ବ୍ୟୁରୋ ରିପୋର୍ଟ: ଭାରତ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ନିଜ ୧୫ ଜଣିଆ ଟିମ ବାଛିଛି। ଧୁରନ୍ଧର ବ୍ୟାଟ୍ସମ୍ୟାନ ରୋହିତ ଏହି ସିରିଜରେ ଅଧିନାୟକତ୍ୱ କରିବେ ଯେବେକି ବିରାଟ କୋହଲି ଓ ଯଶପ୍ରୀତ ବୁମରା ଏହି ସିରିଜରେ ନାହଁନ୍ତି। ଏହା ସହ କେରଳର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ଚୟନ ମଧ୍ୟ ହୋଇନାହିଁ।

Google

୨୭ ବର୍ଷୀୟ ସଞ୍ଜୁ ସାମସନ କିଛି ବର୍ଷରୁ ଟିମରେ ଭିତର ବିହାର ହେଉଛନ୍ତି। ୨୦୧୫ରେ ଭାରତ ପାଇଁ ଇଣ୍ଟରନେସନାଲ ଡେବ୍ୟୁ କରିଥିବା ସଞ୍ଜୁ ସାମସନ ଏବେ ପର୍ଯ୍ୟନ୍ତ ଭାରତ ପାଇଁ କେବଳ ୧୫ ମ୍ୟାଚ ଖେଳିଛନ୍ତି। ସଞ୍ଜୁଙ୍କ ପ୍ରସଂସକ ତାଙ୍କୁ ଲଗାତର ଖେଳୁଥିବାର ଦେଖିବା ପାଇଁ ଚାହୁଁଛନ୍ତି କିନ୍ତୁ ସେ ଟିମରୁ ବାହାର ଭିତର ହେଉଛନ୍ତି।ଆୟରଲ୍ୟାଣ୍ଡ ବିରୁଦ୍ଧରେ ଟି-୨୦ ସିରିଜରେ ତାଙ୍କୁ ଚୟନ କରାଯାଇଥିଲା କିନ୍ତୁ ଇଂଲଣ୍ଡ ବିରୁଦ୍ଧରେ ଶେଷ ଦୁଇ ଟି-୨୦ ମ୍ୟାଚରେ ତାଙ୍କୁ ବାହାର କରି ଦିଆଯାଇଥିଲା। ସେବେ ବିରାଟ କୋହଲି, ଯଶପ୍ରୀତ ବୁମରା ଓ ରିଷଭ ପନ୍ତ ଟିମକୁ ଫେରିଥିଲେ।

ଏବେ ପୂର୍ଵ ଭାରତୀୟ ଖେଳାଳି ଡୋଡା ଗଣେଶ କହିଛନ୍ତି କି ଶ୍ରେୟସ ଅୟରଙ୍କ କାରଣରୁ ସଞ୍ଜୁ ସାମସନଙ୍କୁ ଲଗାତର ଅଣଦେଖା କରାଯାଉଛି। ଏହା ସହିତ ସେ ବିସିସିଆଇର ଆଲୋଚନା କରିଛନ୍ତି। ମୁମ୍ବାଇର ଶ୍ରେୟସ ଅୟର କିଛି ସମୟରୁ ଟି-୨୦ରେ ସଂଘର୍ଷ କରୁଛନ୍ତି। କାରଣ ସର୍ଟ ବଲରେ ସେ ଆଉଟ ହେଉଛନ୍ତି। ଡୋଡ଼ା ଗଣେଶ ଟ୍ୱିଟ କରି କହିଛନ୍ତି,”ଆଦର୍ଶ ରୂପରେ ଆପଣ ଟି-୨୦ ଟିମରେ ସଞ୍ଜୁ ସାମସନଙ୍କ ପରି ଖେଳାଳିଙ୍କୁ ଚାହୁଁଛନ୍ତି। ଶ୍ରେୟସ ଅୟରଙ୍କ ପାଇଁ ତାଙ୍କୁ ଅଣଦେଖା କରିବା ତର୍କ ଭରା ଅଟେ”।

ସଞ୍ଜୁ ସାମସନ ନିଜ କ୍ୟାରିଅରରେ ଏବେ ପର୍ଯ୍ୟନ୍ତ ଭାରତ ପାଇଁ ୧ ଟି ଏକଦିବସିୟ ଓ ୧୪ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିଛନ୍ତି। ସେ ଦୁଇଟି ଯାକ ଫର୍ମାଟରେ କେବଳ ଗୋଟେ ଅର୍ଦ୍ଧଶତକ ଲଗାଇଛନ୍ତି। ଏକଦିବସିୟରେ ସେ ୪୬ ଓ ଟି-୨୦ ଇଣ୍ଟରନେସନାଲରେ ୨୫୧ ରନ କରିଛନ୍ତି।ଫାଷ୍ଟକ୍ଳାସ କ୍ରିକେଟରେ ତାଙ୍କ ନାମରେ ୧୦ ଶତକ ଓ ୧୨ ଅର୍ଦ୍ଧ ଶତକ ଅଛି ଓ ସେ ୩୧୬୨ ରନ କରିଛନ୍ତି।

ତେବେ ଆପଣଙ୍କ ମତ କଣ ତାହା କମେଣ୍ଟରେ ଜଣେଇପାରିବେ। କାହିଁକି ମିଳୁନି ସଂଜୁଙ୍କୁ ଚାନ୍ସ? IPL ରେ ସଂଜୁଙ୍କ କ୍ୟାପଟେନସିରେ ରାଜସ୍ଥାନ ଏହି ବର୍ଷ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା। ତେବେ କଣ ଆପଣଙ୍କ ଅନୁମାନ ତାହା କମେଣ୍ଟରେ ଜଣେଇପାରିବେ। ତେବେ ଅୟର ବି ଜଣେ ଉଚ୍ଚକୋଟୀର ଖେଳାଳି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *