ବ୍ୟୁରୋ ରିପୋର୍ଟ: IPL 2022 ର ଆରମ୍ଭ ୨୬ ମାର୍ଚ୍ଚକୁ ହୋଇଥିଲା। ପ୍ରଥମ ମ୍ୟାଚ KKR CSK କୁ ହରାଇ ବିଜୟ ହାସଲ କରିଥିଲା। ତେବେ ଆଉ ଏକ ମ୍ୟାଚରର ରାଜସ୍ଥାନର କ୍ୟାପଟେନ ହାଇଦ୍ରାବାଦ ବିରୁଦ୍ଧରେ ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରିଛନ୍ତି। SRH ଏବଂ RR ମଧ୍ୟରେ IPL ର ୫ମ ମୁକାବିଲା ଖେଳାଯାଉଛି। ଯେଉଁଥିରେ ୨୦୦ ରନ ପାର ସ୍କୋର କରିଛି ଆଗ ବ୍ୟାଟିଂ କରି ରାଜସ୍ଥାନ।
ରାଜସ୍ଥାନ ପକ୍ଷରୁ କ୍ୟାପଟେନ ସଂଜୁ ସାମସନ ସୁନ୍ଦର ବ୍ୟାଟିଂ କରିଛନ୍ତି। ସେ ୫୫ ରନର ଆକର୍ଷଣୀୟ ପାରି ଖେଳିଛନ୍ତି। ତାଙ୍କ ଛଡା ପାଡିକଲ ୪୧ ରନର ଧୁଆଁଧାର ପାରି ଖେଳିଛନ୍ତି।
A swashbuckling innings comes to an end for Sanju Samson.
📸: Disney+Hotstar#SRHvsRR #RRvsSRH #IPL2022 #CricTracker #Cricket #SanjuSamson pic.twitter.com/ZJGkFmU2P5
— CricTracker (@Cricketracker) March 29, 2022
ସିମରନ ହେଟମାୟାର ୩୨ ରନ ବନାଇଥିବା ବେଳେ ଜୋସ ବଟଲର ୩୫ ରନର ପାରି ଖେଳିଛନ୍ତି। ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ୨ଟି ୱିକେଟ ନେଇଥିବା ବେଳେ ଉମରାନ ମଲ୍ଲିକ ବି ୨ ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଛନ୍ତି। ତେବେ RR ନିଜର ପ୍ରଥମ ମ୍ୟାଚରେ ଆକର୍ଷଣୀୟ ବ୍ୟାଟିଂର ପ୍ରଦର୍ଶନ କରିଛି। ଦଳ ପାଖରେ ଟେଣ୍ଟ ବୋଲଟ, ପ୍ରସିଦ୍ଧ କ୍ରିଷ୍ଣା, ରବିଚନ୍ଦ୍ରନ ଅଶ୍ୱିନୀ ଏବଂ ୟୁଜିଙ୍କ ପରି ବୋଲର ଅଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।