ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆ ଓ ଆୟରଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ବଡ଼ ସ୍କୋର ବିଶିଷ୍ଟ ମ୍ୟାଚ ରହିଥିଲା। ଏହି ମ୍ୟାଚରେ ଦୁଇ ଦେଶରେ ଖେଳାଳି ବହୁତ ରନ କରିଥିଲେ। ଏହି ମ୍ୟାଚରେ ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ଏକ ଜବରଦସ୍ତ ବ୍ୟାଟ୍ସମ୍ୟାନଙ୍କୁ ସାମିଲ କରାଯାଇଥିଲା। ଏହି ଖେଳାଳି ବହୁତ ଲମ୍ବା ସମୟରୁ ଟିମ ଇଣ୍ଡିଆରୁ ବାହାରେ ଥିଲେବ।

ମୌକା ମିଳିବା କ୍ଷଣି ଦେଖାଇଲେ ଜଲୱା:
ଆୟରଲ୍ୟାଣ୍ଡ ବିରୁଦ୍ଧରେ ଦ୍ୱିତୀୟ ଟି-୨୦ରେ।ସଞ୍ଜୁ ସାମସନଙ୍କୁ ଓପନର ରୂପରେ ଚୟନ କରାଯାଇଥିଲା। ସେ ଅନେକ ସମୟରୁ ଟିମ ଇଣ୍ଡିଆରୁ ବାହାରେ ଥିଲେ। ପ୍ରଥମ ମ୍ୟାଚରେ ମଧ୍ୟ ତାଙ୍କୁ ଖେଳିବାକୁ ମୌକା ମିଳିନଥିଲା କିନ୍ତୁ ଦ୍ୱିତୀୟ ମ୍ୟାଚରେ ସେ ଖେଳିଲେ ଓ ସୁନ୍ଦର ପ୍ରଦର୍ଶନ ମଧ୍ୟ କଲେ। ସେ ଏହି ମ୍ୟାଚରେ ଏକ ମ୍ୟାଚ ବିଜୟୀ ପାରି ଖେଳିଥିଲେ ଓ ଟିମ ତରଫରୁ ଦ୍ୱିତୀୟ ସବୁଠୁ ଅଧିକ ରନ କରିଥିଲେ।
ଖେଳିଲେ କ୍ୟାରିଅରର ସବୁଠୁ ବଡ଼ ପାରି:
ସଞ୍ଜୁ ସାମସନ ଏହି ମ୍ୟାଚରେ ଓପନିଙ୍ଗ କରି ୪୨ ବଲରେ ୭୭ ରନ କରିଥିଲେ। ସେ ଏହି ମ୍ୟାଚରେ ୧୮୩.୩୩ ଷ୍ଟାଇକରେଟରେ ୯ ଟି ଚୌକା ଓ ୪ ଟି ଛକା ଲଗାଇଥିଲେ। ଏହା ତାଙ୍କ ଇଣ୍ଟରନେସନାଲ କ୍ୟାରିଅରର ପ୍ରଥମ ଅର୍ଦ୍ଧଶତକ ମଧ୍ୟ ଅଟେ।ଏହା ପୂର୍ବରୁ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୪୬ ରନ ଥିଲା।ସେ ଏବେ ପର୍ଯ୍ୟନ୍ତ ଭାରତ ପାଇଁ ୧୫ ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ ୨୧.୨୧ ଔସତରେ ୨୯୭ ରନ କରିଛନ୍ତି। ସଞ୍ଜୁ ନିଜ ଡେବ୍ୟୁ ମ୍ୟାଚ ବର୍ଷ ୨୦୧୫ରେ ଖେଳିଥିଲେ। କିନ୍ତୁ ଟିମ ଇଣ୍ଡିଆରେ ସେ ଅଧିକ ପ୍ରଦର୍ଶନ କରିପାରିନାହଁନ୍ତି।
77 (42) on his comeback. This is Sanju Samson. ??? pic.twitter.com/yLE1fHUDQK
— Rajasthan Royals (@rajasthanroyals) June 28, 2022
ଟିମ ଇଣ୍ଡିଆ ସିରିଜ କଲା କ୍ଲିନ ସୁଇପ:
ଟିମ ଇଣ୍ଡିଆ ପାଇଁ ଆୟରଲ୍ୟାଣ୍ଡ ଗ୍ରସ୍ତ ବହୁତ ସୁନ୍ଦର ରହିଲା। ଏହି ସିରିଜରେ ହାର୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଏକ ଯୁବ ଟିମ ଖେଳୁଥିଲା ଓ ସିରିଜକୁ ୨-୦ରେ କ୍ଲିନ ସୁଇପ କରିଛି। ସିରିଜର ପ୍ରଥମ ମ୍ୟାଚ ଟିମ ଇଣ୍ଡିଆ ୭ ୱିକେଟରେ ଜିତିଥିଲା ଓ ଦ୍ୱିତୀୟ ମ୍ୟାଚ ୪ ରନରେ ଜିତିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।