ବଦଲା ନେଲେ ସାମସନ? ଭଲ ଖେଳି ବି ଦଳରେ ମିଳିନଥିଲା ଜାଗା, ଏବେ ଏହି ଦଳର ବୋଲରଙ୍କୁ ନିର୍ଧୁମ ଛେଚିଲେ

ମହମ୍ମଦ ଅଜହରୁଦ୍ଦିନ ଓ ଅଧିନାୟକ ସଞ୍ଜୁ ସାମସନଙ୍କ ସୁନ୍ଦର ଅର୍ଦ୍ଧଶତକ ଦ୍ଵାରା ମଙ୍ଗଳବାରକୁ ହିମାଚଳ ପ୍ରଦେଶକୁ ୮ ୱିକେଟରେ ହରାଇ କେରଲା ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫିର କ୍ବାର୍ଟର ଫାଇନାଲରେ ପହଁଚିଛି। କେରଳ ୧୪୬ ରନର ଟାର୍ଗେଟକୁ ଅଜହରୁଦ୍ଦିନ(୬୦) ଓ ସାମସନଙ୍କ ୫୨ ରନର ପାରି ଦ୍ଵାରା ତିନୋଟି ବଲ ବାକିଥାଇ ଜିତିଯାଇଥିଲା। ଆଇପିଏଲରେ ରାଜସ୍ଥାନ ରୟାଲ୍ସର ଅଧିନାୟକତ୍ୱ ଛାଡିବା ଖବର ସହିତ ନ୍ୟୁଜିଲ୍ୟାଣ୍ଡ ସିରିଜରେ ମଧ୍ୟ ତାଙ୍କୁ ଜାଗା ମିଳିନାହିଁ। ତାଙ୍କ କ୍ୟାପଟେନସି ଛାଡିବା ଖବର ଅଫିସିଆଲ ଆସିନି ହେଲେ ସୋସିଆଲ ମିଡିଆରେ ଭାଇରଲ ହେଉଛି।

Google

ସଞ୍ଜୁ ସାମସନ ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଏବେ ପର୍ଯ୍ୟନ୍ତ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ସେ ଏବେ ପର୍ଯ୍ୟନ୍ତ ୬ ଟି ମ୍ୟାଚରେ ୧୧୪ର ଔସତରେ ୨୨୭ ରନ ବନାଇଛନ୍ତି। ଏହା ସହ ସେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି ଓ ଏହି ସମୟରେ ତାଙ୍କ ଷ୍ଟାଇକ ରେଟ ୧୪୪ର ରହିଛି। ସେ ଚାରିଟି ପାରିରେ ନଟ ଆଉଟ ରହିଛନ୍ତି। ଏହିପରି ପ୍ରଦର୍ଶନ କରି ସେ ପୁଣିଥରେ ଟିମ ଇଣ୍ଡିଆରେ ନିଜର ଜାଗା ପକା କରିଛନ୍ତି।ହିମାଚଳ ପ୍ରଦେଶ ଓପନର ରାଘବ ଧାୱନଙ୍କ ୫୨ ବଲରେ ୬୫ ରନର ପାରି ପରେ ମଧ୍ୟ ୬ ୱିକେଟ ହରାଇ ୧୪୫ ରନ ହିଁ କରିପାରିଥିଲା। ଧୱନଙ୍କ ଛଡା ପ୍ରଶାନ୍ତ ଚୋପଡା (୩୬) ହିଁ ୨୦ ଉପରକୁ ରନ କରିଥିଲେ।

କ୍ବାର୍ଟର ଫାଇନାଲରେ କେରଳର ସାମ୍ନା ୧୮ ନଭେମ୍ବରକୁ ତାମିଲନାଡୁ ସହ ହେବ। ଅନ୍ୟ ଶେଷ ୮ ଟିମରମ୍ୟାଚ ପଶ୍ଚିମବଙ୍ଗ ସହ କରନାଟକ, ରାଜସ୍ଥାନ ସହିତ ବିଦର୍ଭ, ଗୁଜୁରାଟ ସହିତ ହାଇଦ୍ରାବାଦର ମ୍ୟାଚ ହେବ। ସବୁ ମ୍ୟାଚ ୧୮ ନଭେମ୍ବରକୁ ହେବ। ସେମିଫାଇନାଲ ୨୦ ନଭେମ୍ବରକୁ ଓ ଫାଇନାଲ ୨୨ ନଭେମ୍ବରକୁ ହେବ। ଏହି ଟୁର୍ଣ୍ଣାମେଣ୍ଟ କହିବା ତ ହାଇଦ୍ରାବାଦର ତନ୍ମୟ ଅଗ୍ରୱାଲ ସବୁଠୁ ଅଧିକ ୩୦୨ ରନ କରିଛନ୍ତି।

Google

ଆଇପିଏଲ ୨୦୨୨ ପୂର୍ବରୁ ମେଗା ଅକ୍ସନ ହେବ ବୋଲି ଜଣା ଯାଉଛି। ରିପୋର୍ଟ ଅନୁସାରେ ସଞ୍ଜୁ ସାମସନ ରାଜସ୍ଥାନ ରୟାଲସ ଟିମକୁ ଛାଡିବାକୁ ଯାଉଛନ୍ତି ଓ ସେ ସିଏସକେ ସହିତ ଯୋଡି ହେବାର ଖବର ସାମ୍ନାକୁ ଆସୁଛି, ଏହା ଅଫିସିଆଲ ଆସିନି , ଆଇପିଏଲ ଆଗାମୀ ସିଜନରେ ୮ ଜାଗାରେ ୧୦ ଟି ଟିମ ଖେଳିବେ। ଏହା ସହ ୬୦ ଜାଗାରେ ୭୪ ମ୍ୟାଚ ହେବ ବୋଲି ଖବର ଆଗକୁ ଆସୁଛି । କିନ୍ତୁ ସବୁ ଟିମ ପୂର୍ଵ ପରି ୧୪ ମ୍ୟାଚ ହିଁ ଖେଳିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *