ବ୍ୟୁରୋ ରିପୋର୍ଟ: ଆଇପିଏଲର ପ୍ରଥମ ସିଜନର ଚମ୍ପିୟାନ ରାଜସ୍ଥାନ ରୟାଲ୍ସର ଟ୍ୱିଟର ହ୍ୟାଣ୍ଡେଲରେ ପ୍ରାୟ ଖେଳାଳିଙ୍କ ଫଟୋ ଓ ଭିଡ଼ିଓ ପୋଷ୍ଟ ହେଉଥାଏ। ଏଥିରେ କେବେ କାହାକୁ ଟ୍ରୋଲ କରାଯାଇଥାଏ ତ କେବେ କାହାର ପ୍ରଶଂସା କରାଯାଇଥାଏ। ଏପରି ହିଁ ଏକ ଫଟୋ ଏଥିରେ ଶୁକ୍ରବାରକୁ ପୋଷ୍ଟ କରାଯାଇଛି କିନ୍ତୁ ତାହା ଭାରି ପଡିଗଲା। ଫଟୋ ଟିମର ଅଧିନାୟକ ସଞ୍ଜୁ ସାମସନଙ୍କର ଥିଲା କିନ୍ତୁ ତାଙ୍କୁ ଏହା ପ୍ରାୟ ପସନ୍ଦ ଆସିଲା ନାହିଁ। ଏହା ପରେ ଏହି ପୋଷ୍ଟ ଡିଲେଟ କରାଯାଇଥିଲା।

୨୭ ବର୍ଷୀୟ ସଞ୍ଜୁ ସାମସନ ଆଇପିଏଲ ୨୦୨୨ରେ ରାଜସ୍ଥାନ ରୟାଲ୍ସର ଅଧିନାୟକତ୍ୱ ସମ୍ଭାଳିବେ। ଟିମ ତାଙ୍କୁ ୧୪ କୋଟିରେ ରିଟନ କରିଥିଲା। ତାଙ୍କର ଏକ ଫଟୋ ଟିମର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଶୁକ୍ରବାରକୁ ପୋଷ୍ଟ କରାଯାଇଛି। ସୈମସନଙ୍କୁ ଏହି ପୋଷ୍ଟ ପସନ୍ଦ ଆସିନଥିଲା ଓ ସେ ଆଡ଼ମିନଙ୍କୁ କହିଥିଲେ।
ସଞ୍ଜୁଙ୍କ ଏହି ଫଟୋକୁ ଏଡିଟ କରାଯାଇଥିଲା।ଏଥିରେ ତାଙ୍କ ମୁଣ୍ଡରେ ଅଦ୍ଭୁତ ପଗଡ଼ି ବନ୍ଧାଯାଇଥିଲା,ଯେବେକି କାନରେ କିଛି ରିଙ୍ଗ ଲଗାଯାଇଥିଲା। ସେ ଟିମ ବସରେ ବସିଥିବା ଦେଖାଯାଉଛନ୍ତି। ଏହି ଫଟୋର କ୍ୟାପ୍ସନରେ ଲେଖାଯାଇଛି କୀୟ ଖୁବ ଲଗତି ହୋ।

କେରଳ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ସଞ୍ଜୁଙ୍କୁ ଏହି ଫଟୋ ପସନ୍ଦ ଆସିଲାନି ଓ ଆଡ଼ମିନ ଏହାକୁ ଟ୍ରୋଲ ପାଇଁ ପୋଷ୍ଟ କରିନଥିଲେ। ସଞ୍ଜୁ ଏହାକୁ ରିଟ୍ୱିଟ କରି ଲେଖିଥିଲେ,”ଏହା ସବୁ ସାଙ୍ଗମାନଙ୍କ ପାଇଁ ଠିକ ଲାଗିଥାଏ କିନ୍ତୁ ଟିମ ସପକ୍ଷରେ ହେବା ଆବଶ୍ୟକ”। ଏହି ପୋଷ୍ଟକୁତ ଡିଲେଟ କରିଦିଆଗଲା କିନ୍ତୁ ସଞ୍ଜୁଙ୍କ ଏହି ଜବାବକୁ ୨ ଘଣ୍ଟାରେ ୫୦୦ ରୁ ଅଧିକ ରିଟ୍ୱିଟ କରାଗଲା।
ସଞ୍ଜୁ ସାମସନ ଅନେକ ବର୍ଷ ଧରି ଆଇପିଏଲ ଖେଳିଆସୁଛନ୍ତି। ସେ ନିଜ ଆଇପିଏଲ କ୍ୟାରିଅରରେ ଏବେ ପର୍ଯ୍ୟନ୍ତ ୧୨୧ ମ୍ୟାଚ ଖେଳିଛନ୍ତି ଓ ୩୦୬୮ ରନ କରିଛନ୍ତି। ତାଙ୍କର ମୋଟ ଷ୍ଟାଇକରେଟ ୧୩୪ ରୁ ଅଧିକ। ଏଥିରେ ସେ ୩ ଟି ଶତକ ଓ ୧୫ ଅର୍ଦ୍ଧଶତକ ମାରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।