ସଂଜୁ ସାମସନଙ୍କୁ ନେଇ ରବି ଶାସ୍ତ୍ରୀଙ୍କ ବଡ଼ ବୟାନ! କହିଦେଲେ ଏହି ବଡ଼ କଥା

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଭଲ ଖେଳ ଦେଖାଇଥିଲେ। ସେ ଆଇପିଏଲ ୨୦୨୨ରେ ଅଧିନାୟକତ୍ୱ ଛଡା ବ୍ୟାଟିଙ୍ଗରେ ମଧ୍ୟ ବହୁତ ସଫଳ ରହିଥିଲେ। ତାଙ୍କ ଅଧିନାୟକତ୍ୱରେ ଟିମ ଫାଇନାଲରେ ପହଁଚିଥିଲା କିନ୍ତୁ ଗୁଜରାଟ ଟିମ ଠାରୁ ହାରିଯାଇଥିଲା।

Google

ସଞ୍ଜୁ ସାମସନଙ୍କ ପାଇଁ ଆଇପିଏଲ ୨୦୨୨ ବହୁତ ଭଲ ରହିଛି ଏହା ପରେ ମଧ୍ୟ ତାଙ୍କୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ ସିରିଜରେ ଟିମ ଇଣ୍ଡିଆରେ ଚୟନ କରାଯାଇନାହିଁ। ଟିମ ଇଣ୍ଡିଆର ପୂର୍ଵ କୋଚ ରବି ଶାସ୍ତ୍ରୀ ସୈମସନଙ୍କୁ ବର୍ଷର ଶେଷରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଚୟନ ପାଇଁ ପ୍ରମୁଖ ଦାବିଦାର କହିଛନ୍ତି। ଏହି ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପର ଆୟୋଜନ କରାଯିବାର ଅଛି।

ଟିମ ଇଣ୍ଡିଆର ପୂର୍ଵ ହେର୍ଡ କୋଚ ରବି ଶାସ୍ତ୍ରୀଙ୍କର ମାନିବା ଅଟେକି ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନ ଅଷ୍ଟ୍ରେଲିଆରେ ସଫଳ ସାବ୍ୟସ୍ତ ହୋଇପାରନ୍ତି କାରଣ ଅଷ୍ଟ୍ରେଲିଆ ପିଚରେ ବଲ ଅଧିକ ଉଠିଥାଏ ଯାହା ସାମସନଙ୍କ ପାଇଁ ଭଲ କାରଣ ତାଙ୍କ ପାଖରେ ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ଅଧିକ ସର୍ଟ ଅଛି।କ୍ରିକଇନ୍ଫୋ ସହିତ କଥା ହୋଇ ଶାସ୍ତ୍ରୀ କହିଛନ୍ତି,”ଏହି ଟି-୨୦ ମ୍ୟାଚରେ ରାହୁଲ ତ୍ରିପାଠୀ, ଶ୍ରେୟସ ଅୟର ଓ ସଞ୍ଜୁ ସାମସନଙ୍କ ମଧ୍ୟରେ ଏବେ ମୌକା ହେବ। କିନ୍ତୁ ଅଷ୍ଟ୍ରେଲିଆର ଅଧିକ ଗତି ବିଶିଷ୍ଟ ଓ ଅଧିକ ସର୍ଟ ବଲ ୱାଲା ପିଚରେ ସାମସନ ଅଧିକ ସଫଳ ସାବ୍ୟସ୍ତ ହେବେ।ସେହି ସ୍ଥିତିରେ ସାମସନଙ୍କ ପାଖରେ ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଅପେକ୍ଷା ଅଧିକ ସର୍ଟସ ଅଛି”।

Google

ଆଇପିଏଲ କରିଥିଲେ ଧମାଲ:

ସଞ୍ଜୁ ସାମସନ ଆଇପିଏଲ ୨୦୨୨ରେ କମାଲ ବ୍ୟାଟିଙ୍ଗ କରିଥିଲେ। ତାଙ୍କ ଅଧିନାୟକତ୍ୱରେ ରାଜସ୍ଥାନ ରୟାଲ୍ସ ଆଇପିଏଲ ୨୦୨୨ର ଫାଇନାଲରେ ପହଁଚିଥିଲା। ସେ ଟିମ ପକ୍ଷରୁ ସବୁଠୁ ଅଧିକ ରନ କରିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ ଥିଲେ। ସେ ୧୭ ମ୍ୟାଚରେ ୪୫୮ ରନ କରିଥିଲେ,ଯେଉଁଥିରେ ୨ ଟି ଅର୍ଦ୍ଧଶତକ ସାମିଲ ଥିଲା। ଆଇପିଏଲ ୨୦୨୨ରେ ତାଙ୍କ ସର୍ବଶ୍ରେଷ୍ଠ ସ୍କୋର ୫୫ ଥିଲା କିନ୍ତୁ ଏହା ପରେ ମଧ୍ୟ ସେ ଟିମ ଇଣ୍ଡିଆରେ ଚୟନ ହୋଇପାରିନାହଁନ୍ତି।

ଖରାପ ଫର୍ମରେ ଚାଲୁଥିବା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଆଲୋଚନା ହେଉଛି। ଶାସ୍ତ୍ରୀ କହିଛନ୍ତି,”ଯେବେ ପର୍ଯ୍ୟନ୍ତ ଦୁହେଁ ଅଛନ୍ତି ସେବେ ସେମାନେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଟିମରେ ଅଛନ୍ତି”। ଭାରତ ଟି-୨୦ ବିଶ୍ୱକପ ପୂର୍ବରୁ ମୋଟ ୩୦ ମ୍ୟାଚ ଖେଳିବ। ଶାସ୍ତ୍ରୀ କହିଛନ୍ତି,” ଟି-୨୦ ବିଶ୍ୱକପ ପାଇଁ କମ ସମୟ ଥିବାରୁ ମତେ ଲାଗୁନାହିଁ କି ବିରାଟ,ପନ୍ତ, ରୋହିତ ଓ ବୁମରା ସବୁ ୨୦ ଟି ଯାକ ବାକି ଟି-୨୦ ଖେଳିପାରିବେ। ସେବେ ଅନ୍ୟ ଖେଳାଳିଙ୍କୁ ମୌକାଦିଆଯିବ। ଯେବେ ପର୍ଯ୍ୟନ୍ତ ବିରାଟ ଓ ରୋହିତ ଆଘାତ ନାହଁନ୍ତି ସେ ଟିମରେ ରହିବେ”।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *