ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ପ୍ରଥମେ ସୁନ୍ଦର ବୋଲିଙ୍ଗ ଓ ପରେ ସଞ୍ଜୁ ସାମସନଙ୍କ ସୁନ୍ଦର ବ୍ୟାଟିଙ୍ଗ ଦ୍ଵାରା ଜିମ୍ବାୱେକୁ ଦ୍ୱିତୀୟ ଏକଦିବସିୟରେ ୫ ୱିକେଟରେ ହରାଇଦେଇଛି। ଏବେ ଟିମ ଇଣ୍ଡିଆ ୩ ଟି ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ହୋଇସାରିଛି ଓ ସିରିଜ ନିଜ ନମାରେ କରିସାରିଛି। ଏହି ମ୍ୟାଚରେ ଭାରତୀୟ ଟିମ ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିଥିଲା। ଜିମ୍ବାୱେ ଟିମ ପ୍ରଥମେ ବ୍ୟାଟିଙ୍ଗ କରି ୩୮.୧ ଓଭରରେ ୧୬୧ ରନରେ ଅଲଆଉଟ ହୋଇଯାଇଥିଲା।
That's that from the 2nd ODI.#TeamIndia win by 5 wickets and take an unassailable 2-0 lead in the series.
Scorecard – https://t.co/RDdvga1BXI #ZIMvIND pic.twitter.com/AeG4OsDPQO
— BCCI (@BCCI) August 20, 2022
୧୬୨ ରନର ଲକ୍ଷ୍ୟକୁ ଭାରତୀୟ ଟିମ ୨୫.୪ ଓଭରରେ ୫ ୱିକେଟ ହରାଇ ହାସଲ କରିନେଇଥିଲା। ସଞ୍ଜୁ ସାମସନ ସୁନ୍ଦର ବ୍ୟାଟିଙ୍ଗ କରି ୪୩ ରନର ନଟ ଆଉଟ ପାରି ଖେଳିଥିଲେ।ଏହା ପୂର୍ବରୁ ଭାରତୀୟ ପ୍ରେସର ସାରଦୁଲ ଠାକୁର ୩ ଟି ୱିକେଟ ନେଇଥିଲେ। ୧୬୨ ରନର ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇ ଭାରତର ଆରମ୍ଭ ଖରାପ ରହିଲା ଓପନର କେ ଏଲ ରାହୁଲ (୧) ଜଲ୍ଦି ଆଉଟ ହୋଇଗଲେ। ଏହା ପରେ ଧାୱନ ଓ ଶୁଭମନ ଗିଲ ଦ୍ୱିତୀୟ ୱିକେଟ ପାଇଁ ୪୨ ରନର ପାର୍ଟନରସିପ କରିଥିଲେ। ଧାୱନ (୩୩) ମଧ୍ୟ ଦ୍ୱିତୀୟ ୱିକେଟ ହୋଇଗଲେ।
ଏହାପରେ ବ୍ୟାଟିଙ୍ଗ କରିବାକୁ ଆସି ଇସାନ କିସନ ମଧ୍ୟ ଏତେ ଖାସ ପ୍ରଦର୍ଶନ କରିନଥିଲେ ସେ (୬) ରନରେ ଆଉଟ ହୋଇଗଲେ। ଭାରତୀୟ ଟିମ ୮୩ରନରେ ୩ ଟି ୱିକେଟ ହରାଇଦେଇଥିଲା। ଶୁଭମନ ଗିଲ ୩୩ ଓ ଦୀପକ ହୁଡ୍ଡା ୨୫ ରନ କରି ଆଉଟ ହୋଇଗଲେ। ଭାରତୀୟ ଟିମ ୧୫୩ ରନରେ ୫ ଟି ୱିକେଟ ହରାଇଦେଇଥିଲା। ସଞ୍ଜୁ ସାମସନ ଛକା ଲଗାଇ ବିଜୟ ଦେଇଥିଲେ।
Sanju Samson is adjudged Player of the Match for his match winning knock of 43* as India win by 5 wickets.
Scorecard – https://t.co/6G5iy3rRFu #ZIMvIND pic.twitter.com/Bv8znhTJSM
— BCCI (@BCCI) August 20, 2022
ଏହା ପୂର୍ବରୁ ଟିମ ଇଣ୍ଡିଆ ସୁନ୍ଦର ବୋଲିଙ୍ଗ କରି ଜିମ୍ବାୱେକୁ ୧୬୧ ରନରେ ଅଲ ଆଉଟ କରିଥିଲା।ଦୀପକ ଚାହରଙ୍କ ଅନୁପସ୍ଥିତରେ ସାରଦୁଲ ଠାକୁର ସୁନ୍ଦର ବୋଲିଙ୍ଗ କରିଥିଲେ। ସାରଦୁଲ ୭ ଓଭରରେ ୩୮ ରନ ଦେଇ ତିନୋଟି ୱିକେଟ ନେଇଥିଲେ। ଜିମ୍ବାୱେ ତରଫରୁ ସିନ ୱିଲିୟମସ ୪୨,ରେୟାନ ବର୍ଲ ୩୯ ରନର ସବୁଠୁ ବଡ଼ ପାରି ଖେଳିଥିଲେ। ଜିମ୍ବାୱେ ଶେଷ ୩ ଟି ୱିକେଟ ୮ ରନ ମଧ୍ୟରେ ହରାଇଦେଇଥିଲେ। ମହମ୍ମଦ ସିରାଜ ୮ ଓଭରରେ ୧୬ ରନ ଦେଇ ଗୋଟେ ୱିକେଟ ନେଇଥିଲେ। ପ୍ରସିଦ୍ଧ କ୍ରିଷ୍ଣା ୬.୧ ଓଭରରେ ୨୮ ରନ ଦେଇ ଗୋଟେ ୱିକେଟ ନେଇଥିଲେ। ଦୁଇ ଦେଶ ମଧ୍ୟରେ ସିରିଜର ଶେଷ ମ୍ୟାଚ ୨୨ ଅଗଷ୍ଟକୁ ଖେଳାଯିବାର ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।