ନା ଦ୍ରୁତ ବଲ ନା ଅଧିନାୟକଙ୍କର ପ୍ରଥମ ପସନ୍ଦ ବୋଲର ଏହା ପରେ ମଧ୍ୟ ସାରଦୁଲ ଠାକୁର ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଜୋହାନବର୍ଗରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଇତିହାସ ରଚିଛନ୍ତି। ମ୍ୟାଚର ଦ୍ୱିତୀୟ ଦିନସାରଦୁଲ ଠାକୁର ୬୧ ରନ ଦେଇ ୭ ଟି ୱିକେଟ ନେଇ ଟିମ ଇଣ୍ଡିଆକୁ ପୁଣି ଖେଳରେ ଜୀବିତ କରାଇଲେ। କିଛି ବର୍ଷ ପୂର୍ବରୁ ସାରଦୁଲ ଠାକୁରଙ୍କର ବୋଲିଙ୍ଗର ବେଗ ଅଧିକ ଥିଲା କିନ୍ତୁ ପିଠିର ଆଘାତ କାରଣରୁ ତାଙ୍କୁ ବେଗ କମ କରିବାକୁ ପଡିଥିଲା। କିନ୍ତୁ ଗୋଟେ ବୋଲର ହିସାବରେ ତାଙ୍କର ଚତୁରତା ଅନୁଭବ କମ ହୋଇନାହିଁ। ଏଥିପାଇଁ ସେବେବି ଅନ୍ୟ ବୋଲର ୱିକେଟ ନେବାରେ ଅସଫଳ ହେଲେ ଅଧିନାୟକ ସାରଦୁଲଙ୍କୁ ବୋଲିଙ୍ଗ ଦେଲେ ଓ ସେ କମାଲ କରି ଦେଖାଇଲେ।

ସାରଦୁଲଙ୍କ ପାଇଁ ପୂର୍ଵ ଏକ ବର୍ଷ ସୁନ୍ଦର ରହିଛି କାରଣ ସେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରେ ନିଜକୁ ସାବ୍ୟସ୍ତ କରିଛନ୍ତି। କିନ୍ତୁ ତାଙ୍କୁ ସର୍ଵଦା କୁହାଯାଇଛିକି ସେ ୱିକେଟ ନେଉଥିବା ଭାଗ୍ୟଶାଳି ବୋଲର ଅଟନ୍ତି। କିନ୍ତୁ ଚେନ୍ନାଇ ସୁପର କିଙ୍ଗସର ବୋଲିଙ୍ଗ କୋଚ ବାଲାଜିଙ୍କର କହିବା ଅଟେକି ସାରଦୁଲ ଜଣେ ଭଲ ବୋଲିର ଅଟନ୍ତି ଓ ସେ ୱିକେଟ ନେବା ଭଳି ଚତୁରତା ପୂର୍ଣ୍ଣ ବୋଲିଙ୍ଗ କରିଥାନ୍ତି। ଜୋହାନଗର୍ଵରେ ୭ ଟି ୱିକେଟ ନେବା ସମୟରେ ସେ ନିଜ ଚତୁରତା ଓ ଅନୁଭବକୁ ସାବ୍ୟସ୍ତ କରିଛନ୍ତି।
ଏଲଗରଙ୍କୁ ସାରଦୁଲ ନିଜ ଜାଲରେ ଫସାଇଲେ:ବଲାଜି:ବଲାଜି ଇଣ୍ଡିଆନ ଏକ୍ସପ୍ରେସରେ ଡିନ ଏଲଗରଙ୍କ ୱିକେଟର ଉଦାହରଣ ଦେଇ କହିଛନ୍ତିକି କିପରି ସାରଦୁଲ ତାଙ୍କୁ ନିଜ ଜାଲରେ ଫସାଇଲେ। ବଲାଜି କହିଛନ୍ତି ,”ସାରଦୁଲ ସୁଇଙ୍ଗ ବଲରେ ଏଲଗରଙ୍କୁ ଆଉଟ କରିନାହାନ୍ତି ସମସ୍ତଙ୍କ ପରି ସେ ମଧ୍ୟ ଆଉଟ କରିଛନ୍ତି”।

ସାରଦୁଲଙ୍କ ସେହି ବଲ ଭଲ ଲେଣ୍ଥରେ ଥିଲେ ଓ ହାଲକା ବାହାରକୁ ଯାଉଥିଲା। ସାରଦୁଲଙ୍କ ବଲ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ପାଇଁ ଭିତରକୁ ଆସିଥାଏ କିନ୍ତୁ ଏହି ବଲରେ ହାଲକା ବାହାରକୁ ଯାଇଥିଲା ଯାହା ଦ୍ୱାରା ଡିନ ଏଲଗର ଚକମା ଖାଇଥିଲେ।
ସାରଦୁଲ ବ୍ୟାଟ୍ସମ୍ୟାନଙ୍କ କମଜୋର ପକ୍ଷକୁ ଧରିଲେ:ଏଲଗରଙ୍କୁ ଆଉଟ କରିସାରିବା ପରେ ସେ ପୁଣି ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କୁ ନ୍ୟାଚୁରାଲ ସୁଇଙ୍ଗ ବଲ ପକାଇବାରେ ଲାଗିଲେ। ଏହା ପରେ ସେ ଅର୍ଦ୍ଧଶତକ ମାରିଥିବା କିଗର ପିଟରସନଙ୍କୁ ଶିକାର କରିଥିଲେ। ଅତି ଚାଲାଖର ସହ ସେ ରାଶି ବେନ ଡେର ଓ ୱିକେଟ କିପରଙ୍କର ମଧ୍ୟ ୱିକେଟ ନେଇଥିଲେ।
From Centurion to Johannesburg 🏟️
The tradition continues 👌👌#TeamIndia #SAvIND pic.twitter.com/NWjFlDMAhQ
— BCCI (@BCCI) January 4, 2022
ସେ ବୋଲିଙ୍ଗ ନମିଳିବା ଦ୍ଵାରା ପ୍ରଶ୍ନ ପଚାରିଥିଲେ:ବଲାଜି-:ଚେନ୍ନାଇ ସୁପର କିଙ୍ଗସର ବୋଲିଙ୍ଗ କୋଚ ବଲାଜି କହିଛନ୍ତି ସାରଦୁଲ ଠାକୁର ଏପରି ବୋଲର ଯିଏକି ଦାୟୀତ୍ୱ ନେବାକୁ ପସନ୍ଦ କରିଥାନ୍ତି। ବାଲାଜି କହିଛନ୍ତି,”ସେ ଚୁପ ରହିନଥାନ୍ତି ଯେବେ ତାଙ୍କୁ ଶେଷ ଓଭର ବା ପ୍ରଥମରୁ କଣ ପାଇଁ ବୋଲିଙ୍ଗ ଦିଆଯାଇନାହିଁ ତାହା ନେଇ ପ୍ରଶ୍ନ ପଚାରିଥାନ୍ତି। ସେ ବୋଲିଙ୍ଗ ପାଇଁ ଯେବେ ପ୍ରଥମ ପସନ୍ଦ ନଥିଲେ ଓ ଏହା ବିଷୟରେ ତାଙ୍କୁ ଜଣାପଡିଲା ସେ ନେଟରେ ବହୁତ ପରିଶ୍ରମ କଲେ ଓ ନିଜକୁ ସାବ୍ୟସ୍ତ କରିଛନ୍ତି”।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।