IND vs SA: ଦ୍ୱିତୀୟ ଟେଷ୍ଟରେ ସାରଦୁଲଙ୍କ କମାଲ! ୭ଟି ୱିକେଟ ଅକ୍ତିଆର କରି ଭାଙ୍ଗିଦେଲେ ସାଉଥ ଆଫ୍ରିକାର ବ୍ୟାଟିଂ ଅର୍ଡର

ବ୍ୟୁରୋ ନ୍ୟୁଜ: ସାରଦୁଲ ଠାକୁର ଦ୍ୱିତୀୟ ଟେଷ୍ଟରେ ୧୮ ବଲରେ ମ୍ୟାଚର ରୂପ ବଦଳାଇଦେଲେ। ଦକ୍ଷିଣ ଆଫ୍ରିକା ଖେଳର ଦ୍ୱିତୀୟ ଦିନ ମଙ୍ଗଳବାର ଦିନ ସୁନ୍ଦର ଆରମ୍ଭ କରିଥିଲା। ଗୋଟେ ସମୟରେ ଦକ୍ଷିଣ ଆଫ୍ରିକାର ସ୍କୋର ଗୋଟେ ୱିକେଟରେ ୮୮ ରନ ଥିଲା। ଏହା ପରେ ସାରଦୁଲ ଠାକୁର ୧୮ ବଲରେ କୌଣସି ରନ ନଦେଇ ୩ ଟି ୱିକେଟ ନେଇ ଦକ୍ଷିଣ ଆଫ୍ରିକା ଉପରେ ଚାପ ପକାଇ ଦେଇଥିଲେ। ଲଞ୍ଚ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ୧୦୨ ରନରେ ୪ ଟି ୱିକେଟ ହରାଇ ଥିଲା। ଭାରତ ପ୍ରଥମ ପାରିରେ ୨୦୨ ରନ କରିଛି।

Google

ମ୍ୟାଚର ଦ୍ୱିତୀୟ ଦିନ ଦକ୍ଷିଣ ଆଫ୍ରିକା ୩୫ ରନରେ ଗୋଟେ ୱିକେଟରୁ ପାରି ଆରମ୍ଭ କରିଥିଲା। ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଟିମକୁ କୌଣସି ଝଟକା ଲାଗିନଥିଲା ଓପନର ଡିନ ଏଲଗର ଓ କିଗନ ପିଟରସନ ୫୩ ରନର ପାର୍ଟନରସିପ ମଧ୍ୟ କରିଥିଲେ। ଏହା ପରେ ପାରିର ୩୯ ଓଭରରେ ସାରଦୁଲ ଠାକୁର ଏଲଗରଙ୍କୁ ୱିକେଟ କିପର ରିଷଭ ପନ୍ତଙ୍କ ହାତରେ କ୍ୟାଚ କରାଇ ଥିଲେ। ଏଲଗର ୧୨୦ ବଲରେ ୨୮ ରନ କରିଥିଲେ। ଏହି ପାରିରେ ତାଙ୍କ ବ୍ୟାଟରୁ ୪ ଟି ଚୌକା ଆସିଥିଲା କିନ୍ତୁ ସେ ଭଲ ସେ ଖୋଲିକରି ଖେଳି ପାରିଲେନି।

ପିଟରସନ ଅର୍ଦ୍ଧଶତକ ମାରି ଆଉଟ ହୋଇଗଲେ:କିଗନ ପିଟରସନ ପ୍ରଥମ ଟେଷ୍ଟରେ ମଧ୍ୟ ସଂଘର୍ଷ ଦେଖାଇଥିଲେ। ସେ ସେହି ପ୍ରଦର୍ଶନ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଜାରି ରଖିଥିଲେ ଓ ୧୧୮ ବଲରେ ୬୨ ରନର ପାରି ଖେଳିଥିଲେ ଯେଉଁଥିରେ ସେ ୯ ଟି ଚୌକା ମାରିଥିଲେ। ସେ ସାରଦୁଲ ଠାକୁରଙ୍କ ବଲରେ ସ୍ଲିପରେ କ୍ୟାଚ ଆଉଟ ହୋଇଥିଲେ। ଏଲଗର ଆଉଟ ହେବା ପରେ ରାସି ବାନ ଡ଼ର ହୁସେନ (୧) ପୁଣି ଅସଫଳ ହେଲେ। ସେ ମଧ୍ୟ ସାରଦୁଲଙ୍କ ବଲରେ କିପରି କ୍ୟାଚ ହୋଇ ଗଲେ। ସେ ୧୭ ବଲ ଖେଳିଥିଲେ।

Google

ସାରଦୁଲ ଠାକୁର ୩ ଟି ୱିକେଟ ନେଇ ଟିମକୁ ପୁର୍ଣ ଜୀବିତ କରାଇଛନ୍ତି। ଏହା ପରେ ସାରଦୁଲଙ୍କୁ ନେଇ ସୋସିଆଲ ମିଡ଼ିଆରେ ମିମ୍ସ ଭାଇରଲ ହେଉଛି। ତିନୋଟି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ଏବେ ୧-୦ରେ ଆଗୁଆ ରହିଛି। ଯଦି ଭାରତ ଏହି ମ୍ୟାଚ ଜିତିଯିବ ତେବେ ପ୍ରଥମ ଥର ଦକ୍ଷିଣ ଆଫ୍ରିକାରେ ଭାରତ ଟେଷ୍ଟ ସିରିଜ ଜିତିବ। ମ୍ୟାଚ କଥା ଆଲୋଚନା କରିବା ତ ସାଉଥ ଆଫ୍ରିକା ୨୨୯ ରନରେ ଅଲଆଉଟ ହୋଇଯାଇଛି ଏବଂ ସାଉଥ ଆଫ୍ରିକା ୨୭ ରନରେ ଆଗୁଆ ଅଛି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *