ବ୍ୟୁରୋ ରିପୋର୍ଟ: ମୁମ୍ବାଇର ଯୁବ ବ୍ୟାଟ୍ସମ୍ୟାନ ସରଫରାଜ ଖାନ ଘରୋଇ କ୍ରିକେଟରେ ଧମାଲ କରୁଛନ୍ତି। ସରଫରାଜ ଖାନ ଗୁରୁବାରକୁ ରଣଜୀ ଟ୍ରଫି ଫାଇନାଲରେ ୧୩୪ ରନର ସୁନ୍ଦର ପାରି ଖେଳିଛନ୍ତି। ରଣଜୀ ଟ୍ରଫିର ଏହି ସିଜନରେ ଏହା ତାଙ୍କର ଚତ୍ରୁର୍ଥ ଶତକ ଅଟେ।

ସରଫରାଜ ଖାନ ନିଜ ଫାଷ୍ଟକ୍ଳାସ କ୍ୟାରିଅରର ମାତ୍ର ୨୫ ତମ ମ୍ୟାଚ ଖେଳୁଛନ୍ତି। ଏହି ସମୟରେ ସେ ୮୨.୮୩ ଔସତରେ ୨୪୮୫ ରନ କରିଛନ୍ତି। ଯେଉଁଥିରେ ୮ ଶତକ ଓ ୭ ଅର୍ଦ୍ଧଶତକ ସାମିଲ ଅଛି। ୨୦୦୦ ରନ କରିବା ମାମଲାରେ କେବଳ ବ୍ରାଡ଼ମ୍ୟାନଙ୍କର ଔସତ ସରଫରାଜଙ୍କ ଠୁ ଭଲ।
ଡ଼ନ ବ୍ରାଡ଼ମ୍ୟାନ ୨୩୪ ମ୍ୟାଚରେ ୯୫.୧୪ ଔସତରେ ୨୮୦୬୭ ରନ କରିଛନ୍ତି। ଏହି ସମୟରେ ସେ ୧୧୭ ଶତକ ଓ ୬୯ ଅର୍ଦ୍ଧଶତକ ମାରିଛନ୍ତି। ଭାରତର ମହାନ ବ୍ୟାଟ୍ସମ୍ୟାନ ବିଜୟ ମଚେଂଟ ଏହି ମାମଲାରେ ତୃତୀୟ ସ୍ଥାନରେ ଅଛନ୍ତି। ସେ ୧୫୦ ଫାଷ୍ଟକ୍ଳାସ ମ୍ୟାଚରେ ୭୧.୬୪ ଔସତରେ ୧୩୪୭୦ ରନ କରିଛନ୍ତି। ମଚେଂଟଙ୍କ ବ୍ୟାଟରୁ ୪୫ ଶତକ ଓ ୫୨ ଅର୍ଦ୍ଧଶତକ ସାମିଲ ଅଛି।

ବେଷ୍ଟ ବ୍ୟାଟିଙ୍ଗ ଔସତ ଫାଷ୍ଟ କ୍ଳାସ ମ୍ୟାଚ:
ଡ଼ନ ବ୍ରାଡ଼ମ୍ୟାନ ୨୩୪ ମ୍ୟାଚ ୨୮୦୬୭ ୯୫.୧୪ ଔସତ।
ସରଫରାଜ ଖାନ ୨୫ ମ୍ୟାଚ ୨୪୮୫ ରନ ୮୨.୮୩ ଔସତ।
ବିଜୟ ମଚେଂଟ ୧୫୦ ମ୍ୟାଚ ୧୩୪୭୦ ରନ ୭୧.୬୪ ଔସତ।ଜୋର୍ଜ ହେଣ୍ଡଲି ୧୦୩ ମ୍ୟାଚ ୯୯୨୧ ରନ ୬୯.୫୬ ଔସତ।
ବର୍ତ୍ତମାନର ସିଜନରେ ୯୦୦ ରୁ ଅଧିକ ରନ:
ସରଫରାଜ ଖାନ ରଣଜୀ ଟ୍ରଫିର ଏହି ସିଜନରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ରଣଜୀ ଟ୍ରଫିର ଏହି ସିଜନରେ ୮ ପାରିରେ ୯୩୭ ରନ ସହିତ ସବୁଠୁ ଅଧିକ ରନ କରିଥିବା ଖେଳାଳି ଅଟନ୍ତି। ଏହି ସମୟରେ ସରଫରାଜ ଖାନଙ୍କ ଔସତ ୧୩୩.୮୫ ଅଟେ। ଏହି ସମୟରେ ସେ ୪ ଟି ଶତକ ଓ ୨ଟି ଅର୍ଦ୍ଧଶତକ ଲଗାଇଛନ୍ତି।
From run-scoring extravaganza to emotional celebration & a bit of banter. 👏 👍
DO NOT MISS: Sarfaraz Khan shares it all as he chats with Hardik Tamore after Day 2 of the @Paytm #RanjiTrophy #Final. 👌 👌 – By @ameyatilak
Full interview 🎥 🔽 #MPvMUM https://t.co/30uqxhDUEn pic.twitter.com/tUMquiC95F
— BCCI Domestic (@BCCIdomestic) June 23, 2022
ସରଫରାଜ ଖାନ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ଅଂଶ ଅଟନ୍ତି। ଆଇପିଏଲ ୨୦୨୨ରେ ସେ ୬ ଟି ମ୍ୟାଚରେ ୯୧ ରନ କରିଛନ୍ତି।
Sarfaraz Khan as usual in glorious touch. 69.6 over – Stunning cover drive.#RanjiTrophyFinal
— Subhayan Chakraborty (@CricSubhayan) June 22, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।