ବ୍ୟୁରୋ ରିପୋର୍ଟ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚାଲିଛି। କହିରଖିବୁ ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ତିନୋଟି ମ୍ୟାଚର ଟି-୨୦ ସିରିଜ ଖେଳାଯାଇଥିଲା ଯାହାକୁ ଭାରତ ୩-୦ରେ କ୍ଲିନ ସୁଇପ କରିଥିଲା। ରୋହିତଙ୍କ ଅଧିନାୟକରେ ଭାରତ ପ୍ରଥମେ ସୀମିତ ଓଭର ଓ ଟେଷ୍ଟରେ ମଧ୍ୟ ବିଜୟ ସହ ଆରମ୍ଭ କରିଛି। କହିରଖିବୁ ଦୁଇଟି ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ୪ ମାର୍ଚ୍ଚରୁ ମୋହାଲିରେ ଖେଳାଯାଇଥିଲା।

ଏହି ମ୍ୟାଚକୁ ଭାରତୀୟ ଟିମ ମାତ୍ର ତିନି ଦିନରେ ଗୋଟେ ପାରି ଓ ୨୨୨ ରନରେ ଜିତିଯାଇଥିଲା। ଏହା ସହ ଦୁଇଟି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତୀୟ ଟିମ ୧-୦ରେ ଆଗୁଆ ହୋଇଯାଇଛି। ଏହି ମ୍ୟାଚରେ ଭାରତୀୟ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ଭାରତୀୟ ପାରିରେ ୧୭୫ ରନର ନଟ ଆଉଟ ଖେଳିବା ସହ ସେହି ମ୍ୟାଚରେ ମୋଟ ୯ ଟି ୱିକେଟ ନେଇଥିଲେ।
ଦ୍ୱିତୀୟ ଟେଷ୍ଟ ବାଙ୍ଗାଲୋରରେ ଖେଳାଯିବ ଯାହା ଡେ ନାଇଟ ଟେଷ୍ଟ ଅଟେ। ଏହା ଭାରତର ଚତ୍ରୁର୍ଥ ଡେ ନାଇଟ ଟେଷ୍ଟ ଏହା ପୂର୍ବରୁ ଭାରତୀୟ ତିନୋଟି ଡେ ନାଇଟ ଟେଷ୍ଟରୁ ଦୁଇଟିରେ ବିଜୟ ପାଇଛି। ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳରେ ଗୋଟେ ପରିବର୍ତ୍ତନର ସମ୍ଭାବନା ଅଛି ଯାହା ହେଉଛି ଜୟନ୍ତ ଯାଦବଙ୍କ ଜାଗାରେ ଅକ୍ସର ପଟେଲଙ୍କୁ ମୌକା ମିଳିପାରେ। କାରଣ ଜୟନ୍ତ ପ୍ରଥମ ମ୍ୟାଚରେ ଖାସ ପ୍ରଦର୍ଶନ କରିପାରିନଥିଲେ।

ଏହା ହୋଇପାରେ ଭାରତୀୟ ସମ୍ଭାବିତ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ହନୁମା ବିହାରି, ବିରାଟ କୋହଲି, ଶ୍ରେୟସ ଅୟର,ରିଷଭ ପନ୍ତ, ରବିନ୍ଦ୍ର ଯାଡେଜା, ଆର ଅଶ୍ୱିନୀ, ଅକ୍ଷର ପଟେଲ, ମହମ୍ମଦ ସାମୀ ଓ ଯଶପ୍ରୀତ ବୁମରା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।