ଭାରତ ସୋମବାରକୁ ନ୍ୟୁଜିଲ୍ୟାଣ୍ଡକୁ ଦ୍ୱିତୀୟ ଟେଷ୍ଟ ସିରିଜରେ ୩୭୨ ରନରେ ହରାଇଛି। ଏହି ବିଜୟ ସହ ଭାରତ ଟେଷ୍ଟ ସିରିଜକୁ ୧-୦ରେ ଜିତିଯାଇଛି। ନ୍ୟୁଜିଲ୍ୟାଣ୍ଡକୁ ବିଜୟ ପାଇଁ ୫୪୦ ରନର ବଡ଼ ଲକ୍ଷ୍ୟ ମିଳିଥିଲା କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ପାରିରେ ମାତ୍ର ୧୬୭ ରନରେ ଅଲଆଉଟ ହୋଇଯାଇଥିଲା। ଭାରତ ପ୍ରଥମେ ବ୍ୟାଟିଙ୍ଗ କରି ୩୪୫ ରନ କରିଥିଲା। ଏହା ପରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ପାରିରେ ମାତ୍ର ୬୨ ରନରେ ଅଲଆଉଟ ହୋଇଯାଇଥିଲା। ଭାରତ ଦ୍ୱିତୀୟ ପାରିରେ ୨୭୬ ରନରେ ୭ ୱିକେଟ ହରାଇ ପାରି ଘୋଷଣା କରିଦେଇଥିଲା।
Jayant Yadav was fabulous this morning, picking up 4 of the remaining 5 wickets 👏
📷 BCCI#India #NewZealand #INDvNZ pic.twitter.com/6PPdkGDXyq
— Sportskeeda India (@Sportskeeda) December 6, 2021
ଏହା ପୂର୍ବରୁ କାନପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର ଥିଲା ।ଏହି ସିରିଜ ବିଜୟ ସହ ଏହା ଲଗାତର ଘରେ ଭାରତର ୧୪ ତମ ଟେଷ୍ଟ ସିରିଜ ବିଜୟ ଅଟେ।ଏହି ମ୍ୟାଚରେ ଭାରତ ୩୭୨ ରନର ସବୁଠୁ ବଡ଼ ଟେଷ୍ଟ ବିଜୟ ମଧ୍ୟ ହାସଲ କରିଛି। ଏହା ପୂର୍ବରୁ ଭାରତ ବର୍ଷ ୨୦୧୫ରେ ଦକ୍ଷିଣ ଆଫ୍ରିକା ସହ ୩୩୭ ରନର ବଡ଼ ବିଜୟ ହାସଲ କରିଥିଲା।
ମ୍ୟାଚର ଚତ୍ରୁର୍ଥ ଦିନ ରହିଲା ଜୟନ୍ତ ଯାଦବଙ୍କ ନାମରେ:
ମ୍ୟାଚର ଚତ୍ରୁର୍ଥ ଦିନ ଭାରତକୁ ବିଜୟ ପାଇଁ ୫ ଟି ୱିକେଟର ଆବଶ୍ୟକତା ଥିଲା ଓ ନ୍ୟୁଜିଲ୍ୟାଣ୍ଡ କୁ ୪୦୦ ରନର।କିନ୍ତୁ ମ୍ୟାଚର ପ୍ରଥମ ସେସନରେ ହିଁ ଜୟନ୍ତ ଯାଦବ ଲଗାତର ୪ ଟି ୱିକେଟ ଓ ଅଶ୍ୱିନୀ ଗୋଟେ ୱିକେଟ ନେଇ ଭାରତକୁ ଏକ ବଡ଼ ବିଜୟ ଦେଇଥିଲେ।
ଚତ୍ରୁର୍ଥ ଦିନ ଖେଳ ଆରମ୍ଭ ଗୋଟେ ଘଣ୍ଟା ମଧ୍ୟରେ ହିଁ ଭାରତୀୟ ଟିମ ମ୍ୟାଚ ଜିତିଗଲା:
ଚତ୍ରୁର୍ଥ ଦିନର ମ୍ୟାଚ ଆରମ୍ଭର ମାତ୍ର ୪୩ ମିନିଟ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ଟିମ ୫ ୱିକେଟ ଲଗାତର ହରାଇ ମାତ୍ର ୧୬୭ ରନରେ ଅଲଆଉଟ ହୋଇଗଲା। କାନପୁର ଟେଷ୍ଟରେ ସୁନ୍ଦର ଖେଳି ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟ ଡ୍ର କରାଇଥିଲା କିନ୍ତୁ ମୁମ୍ବାଇ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ ପୁରା ଅସଫଳ ରହିଲେ। ନ୍ୟୁଜିଲ୍ୟାଣ୍ଡ ତରଫରୁ କେବଳ ଏଯାଜ ପଟେଲ ପ୍ରଥମ ପାରିରେ ୧୦ ଟି ୱିକେଟ ନେଇ ଇତିହାସ ରଚିଲେ।

ପ୍ରଥମ ପାରିରେ ଭାରତ ୩୪୫ ରନ ଓ ଦ୍ୱିତୀୟ ପାରିରେ ୨୭୬ ରନ କରିଲା:
ଭାରତ ନ୍ୟୁଜିଲ୍ୟାଣ୍ଡ ସାମ୍ନାରେ ୫୪୦ ରନର ବିଶାଳ ଲକ୍ଷ ରଖିଥିଲା।ତୃତୀୟ ଦିନ ଖେଳ ଶେଷ ସୁଧା ନ୍ୟୁଜଲ୍ୟାଣ୍ଡ ୧୪୦ ରନରେ ୫ ଟି ୱିକେଟ ହରାଇଥିଲା।ଭାରତ ପ୍ରଥମ ପାରିରେ ୩୪୫ ରନ କରିଥିବା ବେଳେ ଦ୍ୱିତୀୟ ପାରିରେ ୨୭୬ ରନରେ ୭ ୱିକେଟ ହରାଇ ପାରି ଘୋଷଣା କରିଦେଇଥିଲା।ପ୍ରଥମ ପାରିରେ ନ୍ୟୁଜଲ୍ୟାଣ୍ଡ ମାତ୍ର ୬୨ ରନରେ ଅଲଆଉଟ ହୋଇଯାଇଥିଲା।
ଭାରତ ଦେଖାଇଲା ଆକ୍ରାନକ ବ୍ୟାଟିଙ୍ଗ:
ପୂର୍ବରୁ ଭାରତୀୟ ବ୍ୟାଟ୍ସମ୍ୟାନ ଦ୍ୱିତୀୟ ପାରିରେ ଆକ୍ରାମକ ପାରି ଖେଳିଥିଲେ।ଓପନର ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ୧୦୮ ବଲରେ ୬୨, ପୂଜାରା ୯୭ ବଲରେ ୪୭, ଶୁଭମନ ଗିଲ ୭୫ ବଲରେ ୪୭, ଅଧିନାୟକ କୋହଲି ୮୪ ବଲରେ ୩୬ ଓ ଶେଷରେ ଅକ୍ଷର ପଟେଲ୨୬ ବଲରେ ୪୧ ରନର ନଟ ଆଉଟ ପାରି ଖେଳିଥିଲେ। ନ୍ୟୁଜିଲ୍ୟାଣ୍ଡ ପାଇଁ ପ୍ରଥମ ପାରିରେ ୧୧୯ ରନ ଦେଇ ୧୦ ଟି ୱିକେଟ ନେଇଥିବା ଏଜାଜ ପଟେଲ ଦ୍ୱିତୀୟ ପାରିରେ ୪ ଟି ୱିକେଟ ନେଇଛନ୍ତି। ସେହିପରି ରଚିତ ରବିନ୍ଦ୍ର ୩ ଟି ୱିକେଟ ନେଇଥିଲେ। ଏଯାଜ ପଟେଲ ମୋଟ ଏହି ମ୍ୟାଚରେ ୧୪ ୱିକେଟ ନେଇଥିଲେ। ଏହା ଭାରତ ବିରୁଦ୍ଧରେ କୌଣସି ବି ବୋଲରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ।
4️⃣4️⃣❌
Jayant Yadav concedes two boundaries, and then strikes to dismiss Rachin Ravindra this morning in Mumbai 👏
New Zealand are six wickets down! #INDvNZ
— ESPNcricinfo (@ESPNcricinfo) December 6, 2021
ଭାରତୀୟ ବ୍ୟାଟ୍ସମ୍ୟାନ ଦ୍ୱିତୀୟ ପାରିରେ ୧୦ ଟି ଛକା ମାରିଛନ୍ତି। ରିଧିମାନ ସାହାଙ୍କୁ ଛାଡି ଆଉ ବ୍ୟାଟିଙ୍ଗ କରିଥିବା ସବୁ ବ୍ୟାଟ୍ସମ୍ୟାନ ଛକା ମାରିଛନ୍ତି। ଅକ୍ଷର ପଟେଲ ୪ ଟି ଛକା ମାରି ଜଲ୍ଦି ରନ କରିଥିଲେ ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମ ପାରିରେ ମାତ୍ର ୨୮ ଓଭରରେ ଅଲଆଉଟ କରିଦେଇଥିଲେ।
ମୟଙ୍କ ଅଗ୍ରୱାଲ ଦ୍ୱିତୀୟ ପାରିରେ ମାରିଲେ ଅର୍ଦ୍ଧଶତକ:
ମୟଙ୍କ ଅଗ୍ରୱାଲ ଏହା ପୂର୍ବରୁ ଏଯାଜ ପଟେଲଙ୍କ ବଲକୁ କଭର ଉପରେ ଚୌକା ମାରି ଅର୍ଦ୍ଧଶତକ ପୁରା କରିଥିଲେ। ଏହା ପୂର୍ବରୁ ସେ ପ୍ରଥମ ପାରିରେ ମଧ୍ୟ ୧୫୦ ରନ କରିଥିଲେ ମାତ୍ର ଡବଲ ଶତକ ପୁରା କରିପାରିଲେନି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।