ପ୍ରଥମ ଟେଷ୍ଟରେ ଭାରତର ସୁନ୍ଦର ବିଜୟ ପରେ ଦ୍ୱିତୀୟ ମ୍ୟାଚ ବଦଳିବାର ଚାନ୍ସ ଅଛି ଭାରତୀୟ ଦଳର ପ୍ଲେଇଁ ଇଲେଭେନ। ଆଘାତ ହୋଇ ବାଦ ପଡିଥିବା ଅକ୍ସର ପଟେଲ ଦଳକୁ ଫେରିବେ। ପୂର୍ବରୁ କୁଲଦୀପ ଯାଦବ ଟିମରେ ଥିଲେ ଯିଏକି ବାଦ ପଡିଛନ୍ତି। ବାଙ୍ଗାଲୋର ଟେଷ୍ଟ ନିମନ୍ତେ ଦଳରେ ତାଙ୍କୁ (ଅକ୍ସର ପଟେଲ) ଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।

ଡିସେମ୍ବର ମାସ ୨୦୨୧ ରେ ସେ ପୂର୍ବ ଥର ପାଇଁ ଟେଷ୍ଟ ଖେଳିଥିଲେ। ଯାହାକି ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଥିଲା। ସାଉଥ ଆଫ୍ରିକା ଦୌଡ଼ ପୂର୍ବରୁ ସେ ଆଘାତ ପ୍ରାପ୍ତ ହୋଇଥିଲେ। ଦଳରେ ସାମିଲ ହୋଇଥିବା କୁଲଦୀପ ଯାଦବ ବାଦ ପଡିଛନ୍ତି।
ମୋହାଲିରେ ହୋଇଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ସୁନ୍ଦର ପ୍ରଦର୍ଶନ କରିଥିଲେ। ଦଳ ଗୋଟିଏ ପାରି ଏବଂ ୨୨୨ ରନରେ ଏହି ମ୍ୟାଚ ନିଜ ନାମରେ ନାମିତ କରିଥିଲା। ରବୀନ୍ଦ୍ର ଜାଡେଜା ଏହି ମ୍ୟାଚରେ ସୁନ୍ଦର ବ୍ୟାଟିଂର ପାରି ଖେଳିବା ସହ ବୋଲିଂରେ ନିଜର ଜଲୱା ଦେଖାଇଥିଲେ।

ରିପୋର୍ଟ ଅନୁସାରେ ଯଦି ଅକ୍ସର ପଟେଲଙ୍କ ରେକର୍ଡକୁ ଆଲୋକପାତ କରିବା ତେବେ ସେ ୫ଟି ଟେଷ୍ଟ ମ୍ୟାଚ ଖେଳି ୩୬ ୱିକେଟ ଅକ୍ତିଆର କରିବାରେ ସଫଳ ରହିଛନ୍ତି। ଦ୍ୱିତୀୟ ଟେଷ୍ଟ ମ୍ୟାଚ ମାର୍ଚ୍ଚ ୧୨ କୁ ଖେଳାଯିବାର ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।