କୋହଲିଙ୍କ ଉପରେ ପ୍ରଶ୍ନ ଉଠାଇଲେ ସେହ୍ୱାଗ! ଦେଲେ ବଡ଼ ବୟାନ

ବ୍ୟୁରୋ ରିପୋର୍ଟ: ପୂର୍ଵ ଭାରତୀୟ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ଵାଗଙ୍କ ମାନିବା ଅଟେ କି ବିରାଟ କୋହଲି ନିଜ ସେହି ରଙ୍ଗରେ ଦେଖାଯାଉନାହାଁନ୍ତି ଯେଉଁଥି ପାଇଁ ସେ ଜଣାଯାଇଥାନ୍ତି। ଗୋଟେ ଆଇପିଏଲ ସିଜନରେ ସେ ଏତେ ଭୁଲ କରିଛନ୍ତି ଯାହା ଗତ ୧୪ ବର୍ଷର ଇଣ୍ଟରନେସନାଲ କ୍ୟାରିଅରରେ କରିନାହାଁନ୍ତି। ପାଖାପାଖି ୩ ବର୍ଷରୁ ଶତକ ମାରିପାରି ନଥିବା କୋହଲି ନିଜ କ୍ୟାରିଅରର ସବୁଠୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ସେ ଆଇପିଏଲ ୨୦୨୨ରେ ୧୬ ମ୍ୟାଚରେ ୨୨.୭୩ ଔସତରେ ୩୪୧ ରନ କରିଛନ୍ତି ଓ ଏଥିରେ ସେ ଦୁଇଟି ଅର୍ଦ୍ଧଶତକ ମାରିଛନ୍ତି। ଏହା ସହିତ ଆରସିବି ଆଇପିଏଲ ୨୦୨୨ରୁ ବାହାରି ସାରିଛି କାରଣ କ୍ୱାଲିଫାୟର-୨ ରେ ରାଜସ୍ଥାନ ଆରସିବିକୁ ୭ ୱିକେଟରେ ହରାଇଛି।

Google

ସେହ୍ଵାଗ କ୍ରିକବଜରେ କହିଛନ୍ତି,”ଏଇ ସେହି କୋହଲି ନୁହଁନ୍ତି ଯାହାଙ୍କୁ ଆମେ ଜାଣିଛି,ଏହି ସିଜନରେ ଅନ୍ୟ କୌଣସି କୋହଲି ଖେଳୁଛନ୍ତି। କାରଣ ଏହି ସିଜନରେ ଏତେ ଭୁଲ କରିଛନ୍ତି ଯାହା ସେ ନିଜ ପୁରା କ୍ୟାରିଅରରେ କରିନାହାଁନ୍ତି”।ସେ ଏହାବି କହିଛନ୍ତି ଭାରତର ଏହି ନମ୍ବର-୧ ବ୍ୟାଟ୍ସମ୍ୟାନ ଅଲଗା ଅଲଗା ଚେଷ୍ଟା କରି ଆଉଟ ହୋଇଛନ୍ତି। ସେ କହିଛନ୍ତି ଯେବେ ରନ ହୋଇପାରିନଥାଏ ସେବେ ବ୍ୟାଟ୍ସମ୍ୟାନ ଅଲଗା ଅଲଗା ପ୍ରକାଶ ଚେଷ୍ଟା କରିଥାନ୍ତି ରନ କରିବା ପାଇଁ ଓ ଆଉଟ ହୋଇଥାନ୍ତି।

ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲରେ ହେଲେଆଉଟ:

ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ବିରାଟ କୋହଲି ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କ ବାହାରେ ଯାଉଥିବା ବଲକୁ ମାରିବାକୁ ଯାଇ କିପରି କ୍ୟାଚ ଆଉଟ ହୋଇଥିଲେ। ସେହ୍ଵାଗ କହିଛନ୍ତି ଯେବେ ବ୍ୟାଟ୍ସମ୍ୟାନ ଫର୍ମରେ ନଥାଏ ସେ ଭାବିଥାଏ କିଛି ବଡ଼ ଶର୍ଟ ମାରିଲେ ଫର୍ମକୁ ଫେରିବ। ସେହିପରି କୋହଲି ବୋଲଟଙ୍କ ବଲକୁ ଛାଡ଼ିଥିଲେ ଓ କ୍ରିଷ୍ଣାଙ୍କ ବାହାରକୁ ଯାଉଥିବା ବଲରେ ବଡ଼ ଶର୍ଟ ମାରିବାକୁ ଯାଇ ଆଉଟ ହୋଇଥିଲେ।

Google

ସେହ୍ଵାଗ କହିଛନ୍ତି ବିରାଟ କୋହଲି ନିଜର ଲକ୍ଷ ଲକ୍ଷ ପ୍ରସଂସକଙ୍କୁ ନିରାଶ କରିଛନ୍ତି ଯିଏକି ନିଜ ପ୍ରିୟ ଖେଳାଳିଙ୍କ ଠୁ ଭଲ ପ୍ରଦର୍ଶନର ଆଶା କରିଥିଲେ। ଦୁଇଟି ଯାକ ନକଆଉଟ ମ୍ୟାଚରେ କୋହଲି ଭଲ ପ୍ରଦର୍ଶନ କରିପାରିନଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *