ବ୍ୟୁରୋ ରିପୋର୍ଟ: ଚୟନକର୍ତ୍ତା ଆୟରଲ୍ୟାଣ୍ଡ ଗ୍ରସ୍ତ ପାଇଁ ଭାରତୀୟ ଟିମର ଘୋଷଣା କରିଦେଇଛନ୍ତି। ହାର୍ଦିକ ପାଣ୍ଡ୍ୟାଙ୍କୁ ଏହି ଗ୍ରସ୍ତରେ ଅଧିନାୟକ କରାଯାଇଥିବା ବେଳେ ଭୁବନେଶ୍ୱର କୁମାରଙ୍କୁ ଉପଅଧିନାୟକ କରାଯାଇଛି। କିନ୍ତୁ ଏହି ଗ୍ରସ୍ତରେ ଚୟନକର୍ତ୍ତା ଜଣେ ବୋଲରଙ୍କୁ ଅଣଦେଖା କରିଦେଇଛନ୍ତି ଓ ସେ ଜଣେ ଜବରଦସ୍ତ ବୋଲର ଅଟନ୍ତି।

ଏହି ଖେଳାଳିଙ୍କୁ ମିଳିଲା ନାହିଁ ଜାଗା:
ଆୟରଲ୍ୟାଣ୍ଡ ଗ୍ରସ୍ତରେ ଚୟନକର୍ତ୍ତା ଘାତକ ବୋଲର ଟି ନଟରାଜନଙ୍କୁ ଜାଗା ଦେଇନାହଁନ୍ତି। କିନ୍ତୁ ଟି ନଟରାଜନ ଆଇପିଏଲ ୨୦୨୨ରେ ସୁନ୍ଦର ବୋଲିଙ୍ଗ କରିଥିଲେ। ସେ ବହୁତ ଜଲ୍ଦି ନିଜ ଓଭର ସେସ କରିଦେଇଥାନ୍ତି ଓ ବହୁତ ଭଲ ବୋଲିଙ୍ଗ କରିଥାନ୍ତି। ଯେବେବି ଅଧିନାୟକଙ୍କୁ ୱିକେଟର ଆବଶ୍ୟକତା ହୋଇଥାଏ ସେ ନଟରାଜନଙ୍କୁ ବୋଲିଙ୍ଗ ଦେଇଥାନ୍ତି। ତାଙ୍କର ସବୁଠୁ ବଡ଼ ଶକ୍ତି ୟର୍କର ବୋଲିଙ୍ଗ ଅଟେ।
ଆଇପିଏଲରେ ଦେଖାଇଲେ ଦମ:
ଟି ନଟରାଜନ ଆଇପିଏଲ ୨୦୨୨ରେ ସନରାଇଜର୍ସ ହାଇଦ୍ରାବାଦ ତରଫରୁ ଖେଳି ସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ଆଇପିଏଲ ୨୦୨୨ରେ ୧୧ ମ୍ୟାଚରେ ୧୮ଟି ୱିକେଟ ନେଇଥିଲେ।ସେ ବହୁତସୁନ୍ଦର ଫର୍ମରେ ଅଛନ୍ତି। ଆୟରଲ୍ୟାଣ୍ଡ ଗ୍ରସ୍ତରେ ବୁମରା ଓ ମହମ୍ମଦ ସାମୀଙ୍କୁ ଚୟନ କରାଯାଇନାହିଁ ତେଣୁ ଟି ନଟରାଜନଙ୍କୁ ମୌକା ମିଳିବା କଥା। ନଟରାଜନଙ୍କ ପାଖରେ ଅନୁଭବ ଅଛି ଯାହା ତାଙ୍କର କାମରେ ଆସିଥାନ୍ତା।

ଭାରତ ପାଇଁ ତିନୋଟି ଯାକ ଫର୍ମାଟ ଖେଳିଛନ୍ତି:
ଟି ନଟରାଜନ ଭାରତୀୟ ଟିମ ପାଇଁ ତିନୋଟି ଯାକ ଫର୍ମାଟ ଖେଳିଛନ୍ତି। ସେ ଭାରତ ପାଇଁ ନିଜର ଡେବ୍ୟୁ ୨୦୨୦ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ କରିଥିଲେ। ସେ ଏବେ ପର୍ଯ୍ୟନ୍ତ ୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି ଯେଉଁଥିରେସେ ୭ଟି ୱିକେଟ ନେଇଛନ୍ତି। ସେହିପରି ୨ ଟି ଏକଦିବସିୟରେ ୩ଟି ୱିକେଟ ଓ ଗୋଟେ ଟେଷ୍ଟରେ ୩ ଟି ୱିକେଟ ନେଇଛନ୍ତି। ଚୟନକର୍ତ୍ତା ଏତେ ଭଲରେ ଥିବା ନଟରାଜନଙ୍କୁ ମୌକା ଦେଇନାହାଁନ୍ତି।
ହାର୍ଦିକ ପାଣ୍ଡ୍ୟା ହେଲେ ଅଧିନାୟକ:
ଆୟରଲ୍ୟାଣ୍ଡ ବିରୁଦ୍ଧରେ ସିରିଜରେ ହାର୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇଛି। ହାର୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟନ୍ସ ଆଇପିଏଲ ୨୦୨୨ ଚମ୍ପିୟାନ ହୋଇଥିଲା। ପାଣ୍ଡ୍ୟା ଆଇପିଏଲ ୨୦୨୨ରେ ବ୍ୟାଟିଙ୍ଗ ଓ ବୋଲିଙ୍ଗ ଦୁଇଟା ଯାକରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ଆଇପିଏଲ ୨୦୨୨ରେ ୧୫ ମ୍ୟାଚରେ ୪୮୭ ରନ ଓ ୮ ଟି ୱିକେଟ ନେଇଥିଲେ। ତେଣୁ ତାଙ୍କ ଅଧିନାୟକତ୍ୱରେ ଭାରତ ଆୟରଲ୍ୟାଣ୍ଡ ବିରୁଦ୍ଧରେ ସିରିଜ ଜିତିପାରେ।

ଆୟରଲ୍ୟାଣ୍ଡ ସିରିଜ ପାଇଁ ଭାରତୀୟ ଟିମ:
ହାର୍ଦିକ ପାଣ୍ଡ୍ୟା(ଅଧିନାୟକ),ଭୁବନେଶ୍ୱର କୁମାର (ଉପଅଧିନାୟକ), ଇସାନ କିସାନ, ଋତୁରାଜ ଗାୟକୱାଡ଼,ସଞ୍ଜୁ ସାମସନ, ସୂର୍ଯ୍ୟ କୁମାର ଯାଦବ,ଭେଙ୍କଟସ ଅୟର, ଦୀପକ ହୁଡ୍ଡା,ରାହୁଲ ତ୍ରିପାଠୀ, ଦିନେସ କାର୍ତ୍ତିକ,ୟୁଜବେନ୍ଦ୍ର ଚାହଲ ,ଅକ୍ସର ପଟେଲ,ରବି ବିସ୍ନୋଇ, ହର୍ଷଲ ପଟେଲ,ଆଭେଶ ଖାନ, ଅର୍ସଦୀପ ସିଂହ,ଉମରାନ ମଲ୍ଲିକ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।