ବ୍ୟୁରୋ ରିପୋର୍ଟ: ଆଜି ଖେଳାଯିବାର ଅଛି ସେମି ଫାଇନାଲ ଯାହାକି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ। ଭାରତ ଏହି ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ଦେଖାଉଛି। ପ୍ରଥମେ ସାଉଥ ଆଫ୍ରିକାକୁ ୪୫ ରନରେ ମାତ ଦେଇ ବିଶ୍ୱକପ ଅଭିଯାନ ଆରମ୍ଭ କରିଥିଲା ଟିମ ଇଣ୍ଡିଆ। ହେଲେ କେତେକ ଖେଳାଳି ଆୟରଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳିନଥିଲେ। କୋଭିଡରେ ପଜିଟିଭ ଚିହ୍ନଟ ହୋଇ ଭାରତର କ୍ୟାପଟେନ ୟାସ ଧୁଲ, ଆରଧ୍ୟ ଯାଦବ, ଭାଇସ କ୍ୟାପଟେନ ସେକ ରସିଦ, ମାନବ ପରଖ, ସିଦ୍ଧାର୍ଥ ଯାଦବ ମ୍ୟାଚ ଖେଳିନଥିଲେ।

ରିଜର୍ଭ ଖେଳାଳି ତାଙ୍କ ବଦଳରେ ଖେଳିଥିଲେ। ଅନୁପସ୍ଥିତ ଥିବା ପ୍ଲେୟରମାନେ ବଙ୍ଗଳାଦେଶ ବିପକ୍ଷ ମ୍ୟାଚରେ ଫେରିଥିଲେ। ଏହି ମ୍ୟାଚ କ୍ବାଟର ଫାଇନାଲ ଥିଲା ଏବଂ ଏହି ମ୍ୟାଚ ଭାରତ ୫ ୱିକେଟରେ ବିଜୟ ନିଜ ନାମରେ ନାମିତ କରିଥିଲା।
ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ରୋମାଞ୍ଚକ ହୋଇପାରେ। ଏହି ମ୍ୟାଚ ହେବା ପୂର୍ବରୁ ନିଶାନ୍ତ ସିନ୍ଧୁ ସୁସ୍ଥ ହୋଇ ଫେରିବା ଟିମ ପାଇଁ ଖୁସି ଖବର ଅଟେ। ଭାରତର ବ୍ୟାଟିଂ ଲାଇନ ଅପ ମଜଭୁତ ଅଛି। ଧୁଲ ସାଉଥ ଆଫ୍ରିକା ବିପକ୍ଷରେ ୮୨ ରନର ଆକର୍ଷଣୀୟ ପାରି ଖେଳିଥିଲେ। ବୋଲର ମାନେ ବି ଲୟରେ ଅଛନ୍ତି। ରବି କୁମାର, ହଙ୍ଗାରଗେକର, ଭିକି (ସ୍ପିନର) ,ଥାମ୍ବେ ଓ ବାୱା ଅଛନ୍ତି।
#U19CWC2022 #U19CWC #U19WorldCup #U19WC #INDvAUS
Four-time champions #India take on #Australia in blockbuster semifinal ?
India face their sternest test yet against two-time champions Australia
Preview ✍️ https://t.co/Nq52mxdp1x pic.twitter.com/4VoxZPzc6X
— TOI Sports (@toisports) February 2, 2022
ପାକିସ୍ତାନକୁ ମାତ ଦେଇ ସେମି ଫାଇନାଲରେ ପ୍ରବେଶ କରି ଅଷ୍ଟ୍ରେଲିଆ। ୧୧୯ ରେ ହରାଇ ଏହି ଯୋଗ୍ୟତା ହାସଲ କରିଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆର ବି ସୁନ୍ଦର ବ୍ୟାଟିଂ ଏବଂ ବୋଲିଂ ଲାଇନ ଅପ ଅଛି। ବୋଲିଂ କଥା କହିବା ତ ୱିଲିୟମ ଏବଂ ଟମ ସୁନ୍ଦର ବୋଲିଂ କରନ୍ତି। ବ୍ୟାଟ୍ସମାନଙ୍କ ଭିତରେ ଓପ୍ନର ୱିଲି ସୁନ୍ଦର ବ୍ୟାଟିଂ କରନ୍ତି। ଏହି ବ୍ୟାଟ୍ସମାନ ଏହି ବିଶ୍ୱକପରେ ସୁନ୍ଦର ଖେଳ ପ୍ରଦର୍ଶନ କରିଛନ୍ତି।
ସମ୍ଭାବ୍ୟ ଭାରତୀୟ ଟିମ: ୟସ ଧୁଲ (କ୍ୟାପଟେନ), ଅଙ୍ଗକ୍ରିସ ରଘୁବଂସୀ, ରାଜ ବାୱା, କୁଶାଲ ତାମ୍ବେ, ହନୁର ସିଂହ, ଦିନେଶ ବାନା, ଭିକି ଓସ୍ତୱାଲ, ନିଶାନ୍ତ ସିନ୍ଧୁ, ବାସୁ ଭାଟ୍ସ, ରାଜବରଧନ ହଙ୍ଗାରଗେକର ଏବଂ ରବି କୁମାର।

ସମ୍ଭାବ୍ୟ ଅଷ୍ଟ୍ରେଲିଆ ଟିମ: କୁପର କନୋଲି (କ୍ୟାପଟେନ), ଟିଗୟୁ ୱିଲି, କାମପବେଲ, ଏଦାନ କାହିଲ, ଜାକ ସିନଫିଲଡ଼, କୋରେ ମିଲର, ତୋବିଆସ ସ୍ନେଲ, ଯାକ ନିସବେଟ, ୱିଲିୟମ ସାଲଜମାନ, ଲାଚଲାନ ସ ଏବଂ ଟମ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।