୨୨ ଜୁନକୁ ୨୦୧୯ ମସିହାରେ ଆଫଗାନିସ୍ତାନ ବିପକ୍ଷରେ ହାଟ୍ରିକ ଅକ୍ତିଆର କରିଥିଲେ ଜବରଦସ୍ତ ବୋଲର ସାମୀ। ସେ ୫୦ ଓଭର ବିଶ୍ୱକପରେ ହାଟ୍ରିକ ନେଇଥିବା ଦ୍ୱିତୀୟ ଭାରତୀୟ ବୋଲର ଅଟନ୍ତି। ଏହା ପୂର୍ବରୁ ୧୯୮୭ ମସିହାରେ ହାଟ୍ରିକ ନେଇଥିଲେ ଚେତନ ଶର୍ମା। ନ୍ୟୁଜିଲାଣ୍ଡ ବିପକ୍ଷରେ ଚେତନ ଶର୍ମା ଏହି ଉପଲବ୍ଧି ହାସଲ କରିଥିଲେ। ତେବେ ୨୦୧୯ ମସିହାରେ ସାମୀ ହାଟ୍ରିକ ନେଇଥିଲେ ଏବଂ ଭାରତ ଏହି ମ୍ୟାଚ ଜିତିଥିଲା।
୨୨୫ ରନର ଲକ୍ଷ୍ୟ ପିଛା କରୁଥିବା ଆଫଗାନିସ୍ତାନ ଟିମ ଏହି ମ୍ୟାଚରେ ପାଳି ଆରମ୍ଭ ଭଲ କରିପାରିନଥିଲା। ମହମ୍ମଦ ସାମୀ ଏହି ମ୍ୟାଚରେ ଜବରଦସ୍ତ ବୋଲିଂ କରିଥିଲେ। ଭାରତ ଏହି ବିଶ୍ୱକପରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଫାଇନାଲରେ ପ୍ରବେଶ କରିବାରେ ସକ୍ଷମ ହୋଇନଥିଲା । ଫାଇନାଲ ମ୍ୟାଚ ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିଲା। ତେବେ ଇଂଲଣ୍ଡ ଜିତି ବିଶ୍ୱକପ ୨୦୧୯ ର ଚମ୍ପିୟନ ବନିଥିଲା।
Only the second Indian bowler to take hattrick in World cup is Mohammed shami sports always win against any situation support Shami#MohammedShami pic.twitter.com/LmOg9pANw0
— Abhinav Tiwari (@abhi5352) October 26, 2021
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।