IND vs SA: ମହମ୍ମଦ ସାମୀ ଟେଷ୍ଟରେ ଭାରତର ବେଷ୍ଟ ବୋଲର, କପିଲ ଦେବ ବି ନାହାନ୍ତି ଆଖପାଖରେ! ପଢନ୍ତୁ ପୁରା ଖବର

ମହମ୍ମଦ ସାମୀ ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଦକ୍ଷିଣ ଆଫ୍ରିକା ସହ ପ୍ରଥମ ପାରିରେ ୫ ଟି ୱିକେଟ ଅକ୍ତିଆର କରିଛନ୍ତି। ଏହା ସହିତ ସେ ନିଜ ଟେଷ୍ଟ କ୍ୟାରିଅରରେ ୨୦୦ ୱିକେଟ ପୁରାକରିଛନ୍ତି। ସେ ଭାରତ ତରଫରୁ ଏପରି କରିଥିବା ୧୧ ତମ ବୋଲର ଅଟନ୍ତି।

Google

ମହମ୍ମଦ ସାମୀ ୫୫ ତମ ତମ ଟେଷ୍ଟ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଛନ୍ତି। ସେ ଏବେ ପର୍ଯ୍ୟନ୍ତ ଟେଷ୍ଟରେ ୬ ଥର ୫ ଟି ୱିକେଟ ନେବାର କାରନାମା କରିଛନ୍ତି। ୫୬ ରନଦେଇ ୬ ଟି ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ଏହି ସୁନ୍ଦର ବୋଲିଙ୍ଗ ଦ୍ଵାରା ଦକ୍ଷିଣ ଆଫ୍ରିକା ପ୍ରଥମ ପାରିରେ ମାତ୍ର ୧୯୭ ରନହିଁ କରିପାରିଲା। ଭାରତ ପ୍ରଥମ ପାରିରେ ୩୨୭ ରନ କରିଥିଲା।

ଭାରତୀୟ ପ୍ରେସର ବୋଲର ମହମ୍ମଦ ସାମୀଙ୍କର ଟେଷ୍ଟରେ ଷ୍ଟାଇକରେଟ ୪୯.୪ର ରହିଛି। ସେ ୨୦୦ ବା ତାଠୁ ଅଧିକ ୱିକେଟ ନେବା ମାମଲାରେ ସର୍ବଶ୍ରେଷ୍ଠ ଭାରତୀୟ ପ୍ରେସର ବୋଲର ଅଟନ୍ତି।କପିଲ ଦେବ ଭାରତ ତରଫରୁ ଟେଷ୍ଟରେ ୪୩୪ ୱିକେଟ ନେଇଛନ୍ତି। କପିଲ ଦେବ ଭାରତ ତରଫରୁ ପ୍ରେସର ବୋଲର ରୂପରେ ଟେଷ୍ଟରେ ସବୁଠୁ ଅଧିକ ୱିକେଟ ନେଇଛନ୍ତି। କିନ୍ତୁ ତାଙ୍କ ଷ୍ଟାଇକରେଟ ୬୩.୯ ଅଟେ।

Google

ମହମ୍ମଦ ସାମୀ ଟେଷ୍ଟରେ ଭାରତ ପକ୍ଷରୁ ସବୁଠୁ କମ ବଲରେ ୨୦୦ ୱିକେଟ ନେଇଥିବା ବୋଲର ହୋଇଯାଇଛନ୍ତି। ସେ ୯୮୯୬ ବଲରେ ଏହି କାରନାମା କରିଛନ୍ତି।ଏହା ପୂର୍ବରୁ ଏହି ରେକର୍ଡ ଅଫ ସ୍ପିନର ଆର ଅଶ୍ୱିନୀଙ୍କ ନାମରେ ଥିଲା। ସେ ୨୦୦ ୱିକେଟ ୧୦୨୪୮ ବଲରେ ପୁରା କରିଥିଲେ। କପିଲ ଦେବ ୧୧୦୬୬ ବଲରେ ଏହି କାରନାମା କରିଥିଲେ।ରବିନ୍ଦ୍ର ଜାଡେଜା ୧୧୯୮୯ ବଲରେ ଏହି କାରନାମା କରିଥିଲେ।

ମହମ୍ମଦ ସାମୀ ଭାରତ ପକ୍ଷରୁ ତୃତୀୟ ସବୁଠୁ କମ ମ୍ୟାଚରେ ୨୦୦ ୱିକେୟ ଟେଷ୍ଟରେ ପୁରା କରିଛନ୍ତି।କପିଲ ଦେବ ୫୦ ମ୍ୟାଚରେ, ଜବାଗଲ ଶ୍ରୀନାଥ ୫୪ ମ୍ୟାଚରେ ଏହି କାରନାମା କରିଥିଲେ। ସାମୀ ୫୫ ଟି ଟେଷ୍ଟରେ ଏହି ପର୍ଯ୍ୟନ୍ତ ପହଁଚିଛନ୍ତି। ଜାହିର ଖାନ ଓ ଇସାନ୍ତ ଶର୍ମା ୬୩-୬୩ ମ୍ୟାଚରେ ଏହି କାରନାମା କରିଥିଲେ।

ଭାରତ ପକ୍ଷରୁ ଟେଷ୍ଟରେ ସବୁଠୁ କମ ମ୍ୟାଚରେ ୨୦୦ ୱିକେଟ ନେବାର ରେକର୍ଡ ଆର ଅଶ୍ୱିନୀଙ୍କ ନାମରେ ଅଛି। ସେ ମାତ୍ର ୩୭ ମ୍ୟାଚରେ ଏହି ରେକର୍ଡ ନିଜ ନାମରେ କରିଥିଲେ। ବିଶ୍ୱରେ ଟେଷ୍ଟରେ ସବୁଠୁ କମ ମ୍ୟାଚରେ ୨୦୦ ୱିକେଟ ନେବାର କାରନାମା ପାକିସ୍ତାନର ୟାସିର ସାହାଙ୍କ ନାମରେ ଅଛି ଓ ସେ ମାତ୍ର ୩୩ ମ୍ୟାଚରେ ଏପରି କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *