ଆରପାରିରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ସେନ ୱାର୍ଣ୍ଣ! କ୍ରିକେଟ ଜଗତରେ ଶୋକର ଛାୟା!

ବ୍ୟୁରୋ ରିପୋର୍ଟ: ମହାନ ସ୍ପିନର ସେନ ୱାର୍ଣ୍ଣ ଆର ପାରିକୁ ଚାଲିଯାଇଛନ୍ତି। କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି। ତେବେ ମିଡିଆ ରିପୋର୍ଟ ମୁତାବିକ ତାଙ୍କୁ ମାଇନର ହାର୍ଟ ଆଟାକ ଆସିଛି ଆଉ ତାଙ୍କର ନିଧନ ହେଇଯାଇଛି। ତାଙ୍କର ନିଧନ ହେବା ପରେ ମହାନ ଭାରତୀୟ ଅପନର ବିରେନ୍ଦ୍ର ସେହ୍ୱାଗ ଟ୍ୱିଟ କରି ଲେଖିଛନ୍ତି କି, “ବିଶ୍ୱାସ ହେଉନାହିଁ। ସ୍ପିନ ଜଗତର ଭଗବାନ ସଦୃଶ ଯିଏ କି ସ୍ପିନ ବୋଲିଂକୁ ସାରା ଦୁନିଆରେ ଲୋକପ୍ରିୟ କରାଇଲେ ଏବଂ ଯାହାଙ୍କ ପାଇଁ କ୍ରିକେଟ ଜଗତ ଦିନେ ସର୍ବାଧିକ ଉଚ୍ଚସ୍ତରରେ ଥିଲା ତାଙ୍କର ଦେହାନ୍ତ ହେଇଯାଇଛି। ତାଙ୍କର ପରିବାର, ସାଙ୍ଗ ସାଥି ତଥା ସମର୍ଥକ ମାନଙ୍କୁ ମୋର ଅନେକ ଅନେକ ସମବେଦନା।”

କିମ୍ବଦନ୍ତୀ ପେସର ସୋଏବ ଆଖତର ଲେଖିଲେ କି, “ମୁଁ କହି ପାରୁନାହିଁ କି କେତେ ସ୍ତବ୍ଧ ଅଛି। ଜଣେ ମହାନ ସ୍ପିନରଙ୍କର ଦେହାନ୍ତ ଏବଂ ମୁଁ କହି ହିଁ ପାରୁନାହିଁ କି କେତେ ଦୁଃଖରେ ଅଛି। କେତେ ବଡ଼ ମହାନ ବ୍ୟକ୍ତିତ୍ତ୍ୱ ତଥା ଜଣେ ଅତ୍ୟନ୍ତ ମହାନ ମନୁଷ୍ୟ ଥିଲେ।”

ସେନ ୱାର୍ଣ୍ଣଙ୍କର ଗଣତି ଦୁନିଆର କିଛି ମହାନ କ୍ରିକେଟର ମାନଙ୍କ ଭିତରେ ହେଇଥାଏ। ଭିକ୍ଟୋରିଆରେ ୧୩ ସେପ୍ଟେମ୍ବର ୧୯୬୯କୁ ଜନ୍ମ ଗ୍ରହଣ କରିଥିବା ଏହି ବୋଲର ନିଜ କ୍ୟାରିଅରରେ ୧୪୫ ଟେଷ୍ଟ ତଥା ୧୯୪ ଦିନିକିଆ ମ୍ୟାଚ ଖେଳିଲେ ଏବଂ ଟେଷ୍ଟରେ ୭୦୮ ସହ ଦିନିକିଆ ମ୍ୟାଚ ମାନଙ୍କରେ ୨୯୩ ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ। ତାଙ୍କ ନାମରେ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୩୧୯ ୱିକେଟ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *