ସାରଦୁଲ ଠାକୁର ନିଜ ଗାର୍ଲଫ୍ରେଣ୍ଡ ମିତାଲି ପାରୁଲକରଙ୍କ ସହ ନିର୍ବନ୍ଧ କରିସାରିଛନ୍ତି। ତାଙ୍କର ନିର୍ବନ୍ଧରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ସେହି ଭିଡ଼ିଓରେ ଦେଖାଯାଉଛିକି ଟି-୨୦ର ଅଧିନାୟକ ରୋହିତ ଶର୍ମା ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ପହଁଚିଛନ୍ତି। କାର୍ଯ୍ୟକ୍ରମରେ କିଛି ମାତ୍ରାରେ ହିଁ ଲୋକ ଆସିଥିଲେ। ଆଇପିଏଲ ୨୦୨୧ରେ ସାରଦୁଲ ଠାକୁର ସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ଧୋନିଙ୍କ ଟିମ ସିଏସକେରେ ଥିଲେ ଓ ଆଇପିଏଲରେ ସୁନ୍ଦର ପ୍ରଦର୍ଶନ ପରେ ତାଙ୍କୁ ଟି-୨୦ ବିଶ୍ୱକପରେ ମଧ୍ୟ ଜାଗା ମିଳିଥିଲା।

ଭିଡ଼ିଓରେ ଦେଖାଯାଉଛିକି ରୋହିତ ଶର୍ମା ସାରଦୁଲଙ୍କୁ କୁଣ୍ଢେଇ ଧରି ଅଭିନନ୍ଦନ ଜଣାଉଛନ୍ତି। ନ୍ୟୁଜିଲାଣ୍ଡ ସିରିଜରେ ତାଙ୍କୁ ଜାଗା ଦିଆଯାଇନାହିଁ। ଅନେକ ସିନିୟର ଖେଳାଳିଙ୍କୁ ୬ ମାସ ଧରି ବାୟୋବବୁଲରେ ରହିବା ପରେ ବିଶ୍ରାମ ଦିଆଯାଇଛି। ସାରଦୁଲ ଠାକୁର ଟେଷ୍ଟ କ୍ରିକେଟରେ ମଧ୍ୟ ସୁନ୍ଦର ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି।
ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ମିଳିପାରେ ଜାଗା: ଟିମ ଇଣ୍ଡିଆ ୭ବା ୮ ଡିସେମ୍ବରକୁ ଦକ୍ଷିଣ ଆଫ୍ରିକା ଗ୍ରସ୍ତ କରିବ। ସେଠାରେ ଟିମ ଦକ୍ଷିଣ ଆଫ୍ରିକା ସହ ତିନୋଟି ଏକଦିବସିୟ, ତିନୋଟି ଟେଷ୍ଟ ଓ ଚାରିଟି ଟି-୨୦ ଖେଳିବ। ଏହି ଲମ୍ବା ଗ୍ରସ୍ତରେ ସାରଦୁଲ ଠାକୁରଙ୍କୁ ମୌକା ମିଳିପାରେ। କିନ୍ତୁ ଏବେ କରୋନାରେ ନୂଆ ଭ୍ୟାରିଏଣ୍ଟ ପରେ ଗ୍ରସ୍ତକୁ ନେଇ ଆଶଙ୍କା ରହୁଛି। ଭାରତୀୟ ଏ ଟିମ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଅଛି। ତେଣୁ ସିନିୟର ଟିମ ମଧ୍ୟ ଦକ୍ଷିଣ ଆଫ୍ରିକା ଯାଇପାରେ।
Congratulations @imShard bro, best wishes for the new beginnings… pic.twitter.com/201PyH2NOD
— Rohit Sharma (@ImRo45) November 29, 2021
କରୋନା ମଧ୍ୟରେ ଦକ୍ଷିଣ ଆଫ୍ରିକା କ୍ରିକେଟ ସିରିଜକୁ ନେଇ ଆଶ୍ୱସ୍ତି ଅଛି। ସିଏସଏ ର କାର୍ଯ୍ୟବାହକ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଫୋଲେତସି ମୋସିକେ କହିଛନ୍ତି ଭାରତ ସହ ସିରିଜ ନିର୍ଦ୍ଧାରିତ ସମୟରେ ହେବ। ଆମେ ଲଗାତର ବିସିସିଆଇ ସମ୍ପର୍କରେ ଅଛୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।