ବ୍ୟୁରୋ ରିପୋର୍ଟ:ରବି ଶାସ୍ତ୍ରୀ ଟିମ ଇଣ୍ଡିଆର ପୁର୍ବ ମହାନ ଖେଳାଳିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ଟିମ ଇଣ୍ଡିଆର ପୂର୍ଵ କୋଚ ରବିଶାସ୍ତ୍ରୀ ଟି-୨୦ ପରେ ନିଜ ପଦ ଛାଡିଦେଇଥିଲେ। ତାଙ୍କ କାର୍ଯ୍ୟକାଳରେ ଟିମ ବିଦେଶରେ ଭଲ ପ୍ରଦର୍ଶନ କରିଥିଲେ। ଟିମ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତିଥିଲା। ତାଙ୍କର ଓ ବିରାଟ କୋହଲିଙ୍କ ଯୋଡି ହିଟ ରହିଥିଲା। କୋହଲି ମଧ୍ୟ ଆଇସିସି ଟ୍ରଫି ଜିତିପାରି ନାହାଁନ୍ତି। କୋହଲି ଏବେ ଭାରତର କୌଣସି ଫର୍ମାଟର ଅଧିନାୟକ ନାହାଁନ୍ତି। ସେ ଅଳ୍ପ ଦିନ ତଳେ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜ ୨-୧ରେ ହାରିଯିବା ପରେ ଟେଷ୍ଟ ଅଧିନାୟକତ୍ୱ ଛାଡିଦେଇଥିଲେ।

ରବି ଶାସ୍ତ୍ରୀ ଟିମ ଇଣ୍ଡିଆ ଓ ଖେଳାଳିଙ୍କ ପ୍ରଦର୍ଶନ ଉପରେ କହିଛନ୍ତି,”କୁହ କେଉଁ ଟିମ ଏତେ ସମୟ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛି। ପୂର୍ଵ କିଛି ବର୍ଷରେ ବିଶ୍ୱକପ ଅନେକ ବଡ଼ ବଡ଼ ଖେଳାଳି ଜିତି ପାରି ନାହାଁନ୍ତି। ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାଭିଡ, ବିବିଏସ ଲକ୍ଷ୍ମଣ,ଅନୀଲ କୁମ୍ବଲେ ଓ ରୋହିତ ଶର୍ମା ମଧ୍ୟ ବିଶ୍ୱକପ ଜିତିପାରିନାହାଁନ୍ତି।ଏହାର ଅର୍ଥ ଏହା ନୁହେଁକି ସେ ଖରାପ ଖେଳାଳି”। ତାଙ୍କର କହିବାର ଅଟେ କି ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ବିଶ୍ୱକପ ଜିତିବା ପାଇଁ ୬ ଟି ବିଶ୍ୱକପ ଖେଳିବା ପାଇଁ ପଡିଥିଲା।
ଟେଷ୍ଟ ସିରିଜରେ ମିଳିଲା ପରାଜୟ:ଟିମ ଇଣ୍ଡିଆକୁ ଅଳ୍ପ ଦିନ ତଳେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜରେ ୨-୧ରେ ଓ ଏକଦିବସିୟ ସିରିଜ ୩-୦ରେ ପରାଜୟର ସାମ୍ନା କରିବାକୁ ପଡିଛି। କୋହଲିଙ୍କ ଅଧିନାୟକତ୍ୱରେ ଭାରତ ୫ ବର୍ଷ ପର୍ଯ୍ୟନ୍ତ ନମ୍ବର ୧ ଟେଷ୍ଟ ଟିମ ରହିଛି। ପୂର୍ଵ କିଛି ସମୟରୁ ଅଧିନାୟକତ୍ୱକୁ ନେଇ କୋହଲି ଓ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ମତଭେଦ ହୋଇଥିଲା। ପୂର୍ଵ କ୍ରିକେଟର ସୁନୀଲ ଗାଭାସ୍କର କହିଥିଲେ କି କୋହଲିଙ୍କୁ ଏହି କଥାର ଡର ଥିଲା କି ବୋର୍ଡ ତାଙ୍କ ଠୁ ଟେଷ୍ଟ ଅଧିନାୟକ ପଦ ମଧ୍ୟ କାଳେ ଛଡାଇ ନେବ।
#WATCH | …It took Tendulkar 6 World Cups before winning one…Many prominent players like Ganguly, Dravid, Laxman haven't won World Cup, doesn't mean they are bad players…We've only 2 world cup winning captains: Ravi Shastri, Ex-Head Coach, Indian Cricket Team in Muscat, Oman pic.twitter.com/sk785cuycA
— ANI (@ANI) January 25, 2022
ରାହୁଲ ଦ୍ରାଭିଡ ହେଲେ ନୂଆ କୋଚ:ରାହୁଲ ଦ୍ରାଭିଡଙ୍କୁ ଟିମ ଇଣ୍ଡିଆର ନୂଆ କୋଚ କରାଯାଇଛି। ରୋହିତ ଶର୍ମାଙ୍କ ପାଖରେ ଏକଦିବସିୟ ଓ ଟି-୨୦ର ଅଧିନାୟକ ପଦ ଅଛି। ଏବେ ପର୍ଯ୍ୟନ୍ତ ନୂଆ ଟେଷ୍ଟ ଅଧିନାୟକର ଘୋଷଣା ହୋଇନାହିଁ। ଏହିବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ହେବାର ଅଛି। ତେଣୁ ସମସ୍ତଙ୍କ ନଜର ଦ୍ରାଭିଡ ଓ ରୋହିତଙ୍କ ଉପରେ ରହିବ। ଭାରତୀୟ ଟିମ ୨୦୧୩ ପରଠୁ ଆଇସିସି ଟ୍ରଫି ଜିତିପାରିନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।