ବ୍ୟୁରୋ ରିପୋର୍ଟ: ଯୁବ ବ୍ୟାଟ୍ସମ୍ୟାନ ପୃଥୀ ସ୍ୱ ଆଇପିଏଲ ୨୦୨୨ରେ କିଛି ଖାସ ପ୍ରଦର୍ଶନ କରିପାରିନଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ସେ ଏହି ସିଜନରେ ୧୦ ମ୍ୟାଚ ଖେଳିଛନ୍ତି ଓ ସେଥିରେ ୨୮.୩୦ ଔସତରେ ୨୮୩ରନ କରିଛନ୍ତି। ସେ ଦୁଇଟି ଅର୍ଦ୍ଧଶତକ ମାରିଛନ୍ତି ସତ କିନ୍ତୁ ଆବଶ୍ୟକ ସମୟରେ ନିଜକୁ ସାବ୍ୟସ୍ତ କରିପାରିନାହଁନ୍ତି। ତାଙ୍କୁ ସିଜନ ମଝିରେ ଟାଇଫଏଡ଼ ମଧ୍ୟ ହୋଇଯାଇଥିଲା ଯେଉଁଠି ପାଇଁ କିଛି ମ୍ୟାଚ ସେ ଖେଳିପାରିନଥିଲେ। ଏବେ ସେ ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲରେ ମୁମ୍ବାଇ ଟିମର ଅଧିନାୟକତ୍ୱ କରୁଛନ୍ତି।

ପୃଥୀ ସ୍ୱ ରଣଜୀ ଟ୍ରଫିର କ୍ବାର୍ଟର ଫାଇନାଲ ମ୍ୟାଚରେ ଉତ୍ତରାଖଣ୍ଡ ବିରୁଦ୍ଧରେ ସୋମବାରକୁ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିସ୍ପତି ନେଇଥିଲେ। ସେ ଓପନିଙ୍ଗ କରିଥିଲେ ଓ ପ୍ରଥମ ପାରିରେ ମାତ୍ର ୨୧ ରନ କରି ବୋଲ୍ଡ ହୋଇଯାଇଥିଲେ। ତାଙ୍କୁ ଉତ୍ତରାଖଣ୍ଡର ମିଡ଼ିୟମ ପେସର ଦୀପକ ଢ଼ପୋଲା ବୋଲ୍ଡ କରିଥିଲେ। ଯାହା ଦ୍ୱାରା ମୁମ୍ବାଇର ପ୍ରଥମ ୱିକେଟ ୩୬ ରନର ସ୍କୋରରେ ଗଳିଥିଲା। ପୃଥୀ ୨୦ ବଲର ନିଜର ପାରିରେ ୪ ଟି ଚୌକା ମାରିଥିଲେ।
ଏହା ପରେ ଯସସ୍ୱି ଜୟସୱାଲ ମଧ୍ୟ ୩୫ ରନ କରି ଦୀପକଙ୍କର ହିଁ ଶିକାର ହୋଇଥିଲେ। ତାଙ୍କୁ ସ୍ୱାପ୍ରିଲ ସିଂହ ପାରିର ୧୫ ତମ ଓଭରର ୪ର୍ଥ ବଲରେ ଆଉଟ କ୍ୟାଚ ଆଉଟ କରିଥିଲେ। ସେ ୪୫ ବଲରେ ୬ ଟି ଚୌକା ମାରିଥିଲେ। ମୁମ୍ବାଇର ସ୍କୋର ୬୪ ରନ ଥିଲା ବେଳେ ଦ୍ୱିତୀୟ ୱିକେଟ ଗଳିଥିଲା।

ଏହା ପୂର୍ଵରୁ ବର୍ଷା ଓ ଖରାପ ପାଣିପାଗ ଓ ଓଦା ଆଉଟ ଫିଲ୍ଡ କାରଣରୁ ମୁମ୍ବାଇ ଓ ଉତ୍ତରାଖଣ୍ଡ ମଧ୍ୟରେ କ୍ୱାର୍ଟର ଫାଇନାଲ ମ୍ୟାଚ ଡେରିରେ ଆରମ୍ଭ ହୋଇଥିଲା। ମୁମ୍ବାଇ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରୁଛି। ସେହିପରି କର୍ଣ୍ଣାଟକ ସହିତ ଉତ୍ତରପ୍ରଦେଶ ଓ ପଞ୍ଜାଵ ସହିତ ମଧ୍ୟ ପ୍ରଦେଶର ମ୍ୟାଚ ମଧ୍ୟ ଡେରିରେ ଆରମ୍ଭ ହେଲା। ସେ ଚମ୍ପିୟନ ଖେଳାଳି ସେ ଫର୍ମକୁ ଶୀଘ୍ର ଫେରିପାରନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।