ବ୍ୟୁରୋ ରିପୋର୍ଟ: ଦେଶରେ ଘରୋଇ କ୍ରିକେଟର ରଣଜୀ ଟ୍ରଫି ହେଉଛି ଜଣାଶୁଣା ନାମ। ଏହାର ଫାଇନାଲରେ ମୁମ୍ବାଇ ଆଉ ମଧ୍ୟପ୍ରଦେଶ ଦଳ ପଂହଁଚିଛନ୍ତି। ଟ୍ରଫି କିଏ ନିଜ ନାମ କରିବ ତାହା ତ ସମୟ କହିବ କିନ୍ତୁ ଫାଇନାଲକୁ ଛାଡି ମୁମ୍ବାଇ ଦଳର ଅଧିନାୟକ ଏକ ବଡ଼ କଥା କହିଛନ୍ତି ଯାହା ତାଙ୍କ ଚାହିତା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିପାରେ।

ଅଧିକତର ଲୋକ ମାନେ ଭାବୁଛନ୍ତି ପୃଥୀ କେବଳ ଭାରତ ଦଳରେ ନିଜର ସ୍ଥାନ ଫେରିପାଇବା ପାଇଁ ରଣଜୀ ଖେଳୁଛନ୍ତି। ଯେତେବେଳେ ତାଙ୍କୁ ଏହି ବିଷୟରେ ପଚାର ଗଲା ଏବଂ ସେ ଏହାର ଓଲଟା ଉତ୍ତର ଦେଇଥିଲେ। ସେ କହିଛନ୍ତି ଯେ ଦଳରେ ଫେରିବା ପାଇଁ ମୁଁ ଏବେ ଦେଖିନି କପ ଜିତିବା ମୋର ଏବେ ମୁଖ୍ୟ କାମ। ମୁଁ ଏହାକୁ ଜିତିବା ଅପେକ୍ଷା ଆଉ କିଛି ଭାବୁନି।
ତାଙ୍କର ଏହି କଥା କହିବାରେ କିଛି ରହସ୍ୟ ଅଛି କାରଣ ସେ ଛୋଟ କ୍ରିକେଟ ଫର୍ମାଟ ରେ ଭଲ ଖେଳୁଛନ୍ତି କିନ୍ତୁ ବଡ଼ ଫର୍ମାଟ ଖେଳରେ ତାଙ୍କର ଭଲ ନଖେଳିବା ତାଙ୍କ ବିପକ୍ଷରେ ଯାଉଛି।ଚାଲୁଥିବା ରଣଜି ଖେଳରେ ତାଙ୍କ ବ୍ୟାଟ ରୁ ଗୋଟେ ବି ଶତକ ବାହାରିନି କିନ୍ତୁ ୩ଟି ଆର୍ଦ୍ଧଶତକ କରିଛନ୍ତି। କିନ୍ତୁ ଏହି ଖେଳ ଦ୍ୱାରା ଭାରତ ଦଳରେ ସ୍ଥାନ ପାଇଁ ଟିକେ କଷ୍ଟକର ହୋଇପାରେ।

ଦେଖିବାକୁ ହେବ କଣ କେବଳ ଦଳରେ ତାଙ୍କ ସ୍ଥାନ ଟି-୨୦ ଏବଂ ଏକଦିବସୀୟ ପାଇଁ ହେବ।ସେ ଆଇପିଏଲ ରେ ଦିଲ୍ଲୀ ଦଳ ପଟୁ ଖେଳି ବହୁତ ଭଲ ଖେଳର ପ୍ରଦର୍ଶନ ଦେଖାଇଥିଲେ ଯେଉଁଥିରୁ ଦେଖାଯାଉଥିଲା ଚୟନକର୍ତ୍ତା ଦଳରେ ତାଙ୍କ ସ୍ଥାନ ପାଇଁ ଭାବିବେ କିନ୍ତୁ ଏପରି କିଛି ହେଇନଥିଲା।
ଖୁସିର କଥା ଏହିକି ଯେ ସେ ଏ ବିଷୟରେ କିଛି ନଭାବି ନିଜ ଦଳକୁ କପ ଜିତେଇବା ପ୍ରୟାସରେ ଅଛନ୍ତି। ସେ ଜାଣିଛନ୍ତି ଯେ ତାଙ୍କୁ ଦଳରେ ଫେରିବା ପାଇଁ ବହୁତ ଅବସର ମିଳିବ ସେଥିପାଇଁ ସେ ମୁମ୍ବାଇ ଦଳକୁ ରଣଜୀ ଜିତେଇବା ପ୍ରୟାସରେ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।