ଚୟନକର୍ତ୍ତାଙ୍କୁ ନେଇ ଏହି ଖେଳାଳିଙ୍କ ବଡ଼ ବୟାନ! କହିଦେଲେ ବଡ଼ କଥା

ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ପକ୍ଷରୁ ଖେଳିବାର ସ୍ୱପ୍ନ ପ୍ରାୟ ସବୁ କ୍ରିକେଟରଙ୍କ ଥାଏ କିନ୍ତୁ କମ ଖେଳାଳିଙ୍କୁ ଏହି ମୌକା ମିଳିଥାଏ। ଏବେ ଟିମ ଇଣ୍ଡିଆରେ ଜାଗା ନପାଇବା ଦ୍ଵାରା ଜଣେ ଭଲ ଖେଳାଳି ଚୟନକର୍ତ୍ତାଙ୍କ ଉପରକୁ ପ୍ରଶ୍ନ ଉଠାଇଛି। ଯେବେକି ଏହି ଖେଳାଳି ଘରୋଇ କ୍ରିକେଟରେ ସୁନ୍ଦର ପ୍ରଦର୍ଶନ କରୁଛନ୍ତି।

Google

ସେଲ୍ଡନ ଜ୍ୟାକସନ ଜଣେ ଭଲ ଖେଳାଳି ଅଟନ୍ତି। ତାଙ୍କ ୱିକେଟକିପିଙ୍ଗ ସ୍କିଲ ମଧ୍ୟ ବହୁତ ଭଲଅଟେ। ସେ ଘରୋଇ କ୍ରିକେଟରେ ବହୁତ ରନ କରିଛନ୍ତି ଏହାପରେ ମଧ୍ୟ ତାଙ୍କୁ ଟିମ ଇଣ୍ଡିଆରେ ଜାଗା ମିଳିପାରିନାହିଁ। ସେ ଆଇପିଏଲରେ କେକେଆର ତରଫରୁ ଖେଳିଥାନ୍ତି। ସେ ଆଇପିଏଲ ୨୦୨୨ରେ ୫ଟି ମ୍ୟାଚ ଖେଳିଥିଲେ। ଏହା ଉପରେ ସେ କହିଛନ୍ତି ମୁଁ ଆଇପିଏଲରେ ବହୁତ ଅଧିକ ପରିଶ୍ରମ କରିଥିଲି କିନ୍ତୁ ଭଲ ପ୍ରଦର୍ଶନ କରିପାରିନଥିଲି।

ଚୟନକର୍ତ୍ତାଙ୍କ ପାଇଁ କହିଲେ ଏହି କଥା:

ସେଲ୍ଡନ ଜ୍ୟାକସନ କହିଛନ୍ତି ଯେବେମୁଁ ଚୟନକର୍ତ୍ତାଙ୍କୁ ପଚାରିଥିଲି କି ଭଲ ପ୍ରଦର୍ଶନ ପରେ ମଧ୍ୟ ମୋର ଚୟନ କଣ ପାଇଁ ହେଲାନାହିଁ ସେ କହିଥିଲେ,ଆମେ ୩୦ ବର୍ଷରୁ ଅଧିକ କୌଣସି ଖେଳାଳିଙ୍କୁ ଚୟନ କରୁନାହୁଁ। ସତ କହିବି ତ ଏହା କେବଳ ଏହି ବର୍ଷ ନୁହେଁ ପ୍ରତି ବର୍ଷ ହେଉଛି। ଜ୍ୟାକସନ ଏହା ମଧ୍ୟ କହିଛନ୍ତି ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ସହଜ ନୁହେଁ। ତାଙ୍କୁ ସପୋର୍ଟ କରିଥିବାରୁ ସେ ହରଭଜନ ସିଂହ ଓ ଗୌତମ ଗମ୍ଭୀରଙ୍କୁ ଧନ୍ୟବାଦ ଦେଇଛନ୍ତି।

Google
ଘରୋଇ କ୍ରିକେଟରେ ଦେଖାଇଲେ ଦମ:

ଜ୍ୟାକସନ ଘରୋଇ କ୍ରିକେଟରେ ସୌରାଷ୍ଟ୍ର ତରଫରୁ ଖେଳିଥାନ୍ତି। ସେ ୭୯ ଫାଷ୍ଟକ୍ଳାସ ମ୍ୟାଚରେ ୫୦.୩୯ ଔସତରେ ୫୯୪୭ ରନ କରିଛନ୍ତି। ଯେଉଁଥିରେ ୧୯ ଶତକ ଓ ୩୧ ଅର୍ଦ୍ଧଶତକ ସାମିଲ ଅଛି। ସେ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ୱିକେଟ କିପିଙ୍ଗ କରିଥାନ୍ତି। ଆଇପିଏଲରେ ସେ କେକେଆରର ପ୍ରମୁଖ ବ୍ୟାଟ୍ସମ୍ୟାନ ଅଟନ୍ତି। ତାଙ୍କ ବୟସ ୩୫ ବର୍ଷ ହୋଇଗଲାଣି କିନ୍ତୁ ତାଙ୍କ ଫର୍ମ ଉପରେ ବୟସର ପ୍ରଭାବ ଦେଖାଯାଇନାହିଁ। ଏହା ପରେ ମଧ୍ୟ ଏଭଳି ପ୍ରତିଭାବାନ ଖେଳାଳିଙ୍କୁ ଟିମ ଇଣ୍ଡିଆରେ ଜାଗା ମିଳିନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *