ବ୍ୟୁରୋ ରିପୋର୍ଟ: ପଞ୍ଜାଵ କିଙ୍ଗସ ତରଫରୁ ଖେଳୁଥିବା ଷ୍ଟାର ଓପନର ଶିଖର ଧୱନ ଟି-୨୦ରେ ନିଜ ନାମରେ ଖାସ ଉପଲବ୍ଧି ହାସଲ କରିଛନ୍ତି। ଗୁଜୁରାଟ ଟାଇଟନ୍ସ ବିରୁଦ୍ଧରେ ଖେଳୁଥିବା ମ୍ୟାଚରେ ଧୱନ ପାରିରେ ତୃତୀୟ ଚୌକା ମାରିବା କ୍ଷଣି ହିଁ ନିଜ ନାମରେ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ସେ ଟି-୨୦ରେ ଏକ ହଜାର ଚୌକା ମାରିଥିବା ପ୍ରଥମ ଭାରତୀୟ ଓ ବିଶ୍ୱର ପଞ୍ଚମ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ କ୍ରିସ ଗେଲ, ଆଲେକ୍ସ ହେଲ୍ସ, ଡେଭିଡ ୱାରନର ଓ ଆରୋନ ଫିଞ୍ଚ ଏହି ଉପଲବ୍ଧି ହାସଲ କରିଛନ୍ତି। ସେହି ମ୍ୟାଚ ପୂର୍ବରୁ ଧାୱନଙ୍କ ନାମରେ ୩୦୬ ଟି-୨୦ ମ୍ୟାଚରେ ୯୯୭ ଚୌକା ଥିଲା। ଏହି ମାମଲାରେ ସେ ବର୍ତ୍ତମାନର ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ପୂର୍ଵ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଠୁ ବହୁତ ଆଗରେ ଅଛନ୍ତି।

ଟି-୨୦ରେ ସବୁଠୁ ଅଧିକ ଚୌକାରେ ରେକର୍ଡ କ୍ରିସ ଗେଲଙ୍କ ନାମରେ ଅଛି। ସେ ୪୬୩ ମ୍ୟାଚରେ ୧୧୩୨ ଚୌକା ମାରିଛନ୍ତି। ଦ୍ୱିତୀୟ ସ୍ଥାନରେ ଇଂଲଣ୍ଡର ଏଲେଲ୍ସ ହେଲ୍ସ ଅଛନ୍ତି, ସେ ୩୩୬ ମ୍ୟାଚରେ ୧୦୫୪ ଟି ଚୌକା ମାରିଛନ୍ତି। ତୃତୀୟ ନମ୍ବରରେ ଅଷ୍ଟ୍ରେଲିଆର ଡେଭିଡ ୱାରନର ଅଛନ୍ତି, ସେ ୩୧୪ ମ୍ୟାଚରେ ୧୦୦୫ ଚୌକା ମାରିଛନ୍ତି।ଚତ୍ରୁର୍ଥ ନମ୍ବରରେ ଅଷ୍ଟ୍ରେଲିଆର ଏରୋନ ଫିଞ୍ଚ ଅଛନ୍ତି, ସ୍ୱ ୩୪୮ ମ୍ୟାଚରେ ୧୦୦୪ ଚୌକା ମାରିଛନ୍ତି।
ଭାରତୀୟ କ୍ରିକେଟରଙ୍କ କଥା କହିବା ତ ଏହି ରେକର୍ଡରେ ଧୱନଙ୍କ ପରେ ବିରାଟ କୋହଲିଙ୍କ ନାମ ଆସିଥାଏ। କୋହଲି ଏବେ ପର୍ଯ୍ୟନ୍ତ ୩୨୯ ଟି-୨୦ ମ୍ୟାଚରେ ୯୧୭ଟି ଚୌକା ମାରିଛନ୍ତି। ତୃତୀୟ ନମ୍ବରରେ ରୋହିତ ଶର୍ମା ଅଛନ୍ତି ଯିଏକି ୩୭୩ ମ୍ୟାଚରେ ୮୭୫ ଚୌକା ମାରିଛନ୍ତି। ଆଇପିଏଲ ୨୦୨୨ରେ ଧାୱନ ଏବେ ପର୍ଯ୍ୟନ୍ତ ଅର୍ଦ୍ଧଶତକ ମାରିପାରିନାହାଁନ୍ତି। କିନ୍ତୁ ସେ ସବୁ ମ୍ୟାଚରେ ପଞ୍ଜାଵକୁ ଭଲ ଆରମ୍ଭ ଦେଇଛନ୍ତି। ଧୱନ ଆଇପିଏଲ ୨୦୨୨ରେ ପ୍ରଥମ ମ୍ୟାଚରେ ଆରସିବି ବିରୁଦ୍ଧରେ ୪୩, କେକେଆର ବିରୁଦ୍ଧରେ ୧୬ ,ଚେନ୍ନାଇ ବିରୁଦ୍ଧରେ ୩୩ ରନ କରିଛନ୍ତି।
#IPL2022 | 1000 boundaries in T20 cricket!
Shikhar Dhawan becomes the 1st Indian batter to achieve the milestone #PBKSvGT
Details: https://t.co/GzANFrHRen
— India Today Sports (@ITGDsports) April 8, 2022
ଗୁଜୁରାଟ ଟାଇଟନ୍ସ ବିରୁଦ୍ଧରେ ମଧ୍ୟ ଧୱନ ଭଲ ଆରମ୍ଭ ପରେ ମଧ୍ୟ ଅର୍ଦ୍ଧଶତକ ମାରିପାରିନାହାଁନ୍ତି। ସେହି ପାରିରେ ଧାୱନ ୩୦ ବଲରେ ୩୫ ରନ କରିଥିଲେ ଓ ଚାରିଟି ଚୌକା ମାରିଥିଲେ। ତାଙ୍କୁ ଲେଗ ସ୍ପିନର ରାସିଦ ଖାନ ଆଉଟ କରିଥିଲେ।ଧାୱନ ଏହି ମ୍ୟାଚ ପୂର୍ବରୁ ୩୦୬ ଟି-୨୦ରେ ୮୮୬୭ ରନ କରିଛନ୍ତି। ଏଥିରେ ତାଙ୍କ ନାମରେ ୨ ଟି ଶତକ ଓ ୬୩ ଅର୍ଦ୍ଧଶତକ ସହ ୨୦୩ ଛକା ସାମିଲ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।