ବ୍ୟୁରୋ ରିପୋର୍ଟ: ଦୁନିଆରେ ଯେଉଁଠି ସମସ୍ତେ ରଙ୍ଗର ଉତ୍ସବ ହୋଲିକୁ ପାଳନ କରିବାରେ ଲାଗିଛନ୍ତି ସେହିପରି ଭାରତୀୟ ଖେଳାଳି ମାନେ ମଧ୍ୟ IPL ରେ ପ୍ରାୟ ନିଜ ନିଜର ଦଳକୁ ଫେରି ସାରିଲେଣି ଏବଂ ନିଜର ଅଭ୍ୟାସ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଏହି ସମୟରେ ଭାରତୀୟ ଏବଂ ଆରସିବି ଦଳର ଦ୍ରୁତଗାମୀ ବୋଲର ମହମ୍ମଦ ସିରାଜ ବିରାଟ କୋହଲିଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି ।

ମହମ୍ମଦ ସିରାଜ କହିଛନ୍ତି କି ଯେତେବେଳେ ତାଙ୍କର ଖେଳରେ ପ୍ରଦର୍ଶନ ଏତେ ଭଲ ନଥିଲା ଏବଂ ତାଙ୍କର କ୍ରିକେଟ କ୍ୟାରିଅର ଖସିବା ଉପରେ ଥିଲା ସେତେବେଳେ ବିରାଟ କୋହଲି ତାଙ୍କୁ ବହୁତ ସାହାଯ୍ୟ କରିଛନ୍ତି । ସେ ଆଜି ଯାହା ବି କିଛି ଅର୍ଜନ କରିଛନ୍ତି ତାହା କେବଳ ବିରାଟ କୋହଲିଙ୍କ ପାଇଁ ହୁଏତ ବିରାଟ କୋହଲି ନଥିଲେ ତାଙ୍କର କ୍ରିକେଟ କ୍ୟାରିଅର ଏତେ ବେଳକୁ ଶେଷ ହୋଇ ସାରଥାନ୍ତା।
୨୦୧୮ ମସିହାରେ ମହମ୍ମଦ ସିରାଜ ପ୍ରାୟ ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲେ ହୁଏତ ଅନ୍ୟ କେଉଁ ଦଳ ହୋଇଥିଲେ ତାଙ୍କୁ ଦଳରୁ କାଢି ସାରନ୍ତାଣି କିନ୍ତୁ ବିରାଟ କୋହଲି ଦଳ କର୍ତ୍ତୃପକ୍ଷଙ୍କ ସହ କଥା ହୋଇ ତାଙ୍କୁ ଦଳରେ ରିଟେନ କରିଥିଲେ । ବିରାଟ କୋହଲିଙ୍କ ଅଧିନାୟକ ସମୟରେ ସେ ବହୁତ ଯୁବ ଖେଳାଳି ମାନଙ୍କୁ ଖେଳିବାର ସୁଯୋଗ ଦେଇଥିଲେ ସେହି ମଧ୍ୟରୁ ଏକ ଖେଳାଳି ହେଉଛନ୍ତି ମହମ୍ମଦ ସିରାଜ ।

ତାଙ୍କୁ ଆଇପିଏଲ ଦଳରେ ରିଟେନ କରାଯାଇ ଥିବାରୁ ସେ ଭଲ ପ୍ରଦର୍ଶନ କରିଥିଲେ ଏବଂ ଯାହା ଫଳରେ ତାଙ୍କୁ ୨୦୨୦ ଓ ୨୦୨୧ ମସିହାରେ ବିରାଟ କୋହଲିଙ୍କ ଅଧିନାୟକ ଥିବା ସମୟରେ ହିଁ ଆନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ ମିଳିଥିଲା ।
ମହମ୍ମଦ ସିରାଜ କ୍ରିକେଟ ଦଳର ୩ ଟି ଟିମରେ ଅଛନ୍ତି । ୨୦୧୮ ମସିହାରେ ମହମ୍ମଦ ସିରାଜ ୧୧ ଟି ୱିକେଟ ନେଲେ ମଧ୍ୟ ତାଙ୍କର ଇକୋନୋମି ବହୁତ ଖରାପ ଥିଲା ସେ ପ୍ରତି ଓଭର ପିଛା ୯ ରନ ଦେଇଥିଲେ କିନ୍ତୁ ଏବେ ସେ ୧୨ ଟି ଟେଷ୍ଟ ମ୍ୟାଚରେ ୨୬ ଟି ୱିକେଟ ନେଇ ସାରିଲେଣି ।
"Virat’s energy on the field is such that if a fast bowler is seeking energy to bowl, he just needs to look at him": Mohammed Siraj#IPL2022 #ViratKohlihttps://t.co/R21vPjbd6A
— CricketNext (@cricketnext) March 18, 2022
ବିରାଟ କୋହଲି ଆରସିବିର ଅଧିନାୟକ ପଦ ଛାଡି ସାରିଲେଣି ଏବଂ ମହମ୍ମଦ ସିରାଜ ମଧ୍ୟ ସେହି ଦଳ ତରଫରୁ ଖେଳୁଛନ୍ତି । ତେବେ ଦେଖା ଯିବ ସେ ଏ ସିଜିନ କିଭଳି ଖେଳୁଛନ୍ତି । ତେଣୁ ଆରସିବି ସମର୍ଥକ ମାନଙ୍କର ପ୍ରାୟ ଏହା ହିଁ ଇଛା ଥିବ କି ଅନ୍ୟ ସବୁ ଖେଳାଳି ମିଶି ଏବର୍ଷ ବିରାଟ କୋହଲିଙ୍କୁ କପ ନେବାରେ ସାହାଯ୍ୟ କରନ୍ତୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।