IND VS NZ: ଦେଶ ପାଇଁ ଆଘାତ ପାଇ ବି ହାତରେ ପଟି ବାନ୍ଧି ବୋଲିଂ କଲେ ସିରାଜ, ବନିଗଲେ ପ୍ରଶଂସାର ଯୋଗ୍ୟ

ସାଙ୍ଗମାନେ ମହମ୍ମଦ ସିରାଜ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ତାଙ୍କ ଡେଡୀକେଶନ ପ୍ରଶଂସନୀୟ ଅଟେ। କାରଣ ଭାରତ ବିପକ୍ଷ ନ୍ୟୁଜିଲାଣ୍ଡ ମ୍ୟାଚରେ ତାଙ୍କୁ ଆଘାତ ଲାଗିବା ପରେ ବି ସେ ବୋଲିଙ୍ଗ କରିଥିଲେ। ତେବେ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ମହମ୍ମଦ ସିରାଜଙ୍କୁ କେବେ ଓ କିପରି ଆଘାତ ଲାଗିଥିଲା।

ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଥିଲା। ତେବେ ଟେଷ୍ଟ କ୍ରିକେଟରେ ଭଲ ବୋଲିଙ୍ଗ ପ୍ରଦର୍ଶନ ପରେ ଟିମ ଇଣ୍ଡିଆର ସିଲେକ୍ଟର ମାନେ ସିରାଜଙ୍କୁ ଧଳା ବଲ ଗେମରେ ସୁଯୋଗ ଦେଲେ। ମ୍ୟାଚରେ ସିରାଜଙ୍କ ଆଘାତ ବହୁତ ଗମ୍ଭୀର ଥିଲା କିନ୍ତୁ ତଥାପି ସେ ତାଙ୍କ ବୋଲିଂଗ ଜାରି ରଖିଥିଲେ। ସିରାଜଙ୍କ ହାତରୁ ରକ୍ତ ବାହାରୁଥିଲା କିନ୍ତୁ ତଥାପି ସେ ହାତରେ ପଟି ବାନ୍ଧି ଓଭର ପୁରା କଲେ।

ଏହି ଘଟଣା ନ୍ୟୁଜିଲାଣ୍ଡ ବ୍ୟାଟିଂ ସମୟର ଶେଷ ଓଭରର ଥିଲା। ୨୦ ତମ ଓଭରର ଦ୍ଵିତୀୟ ବଲରେ ମିଚେଲ ସେଣ୍ଟନରଙ୍କ ସର୍ଟ ତାଙ୍କ ହାତରେ ଯାଇ ବାଜିଲା। ଏହାପରେ ମେଡିକାଲ ଟିମ ସିରାଜଙ୍କ ପାଖକୁ ଆସିଲା। ତେବେ ଏହି ସମୟରେ ତାଙ୍କ ହାତରୁ ରକ୍ତ ବାହାରୁ ଥିବାର ନଜର ଆସିଥିଲା।

ଟ୍ରିଟମେଣ୍ଟ ନେବା ପରେ ସିରାଜ ତାଙ୍କ ହାତରେ ପଟି ବାନ୍ଧି ପୁଣି ବୋଲିଙ୍ଗ କଲେ। ସେ ଶେଷ ଓଭରର ପଞ୍ଚମ ବଲରେ ରବୀନ୍ଦ୍ରଙ୍କୁ ବୋଲ୍ଡ କରିଦେଲେ। ତେବେ ସେ ୪ ଓଭର ବୋଲିଙ୍ଗ କରି ୩୯ ରନରେ ଗୋଟିଏ ୱିକେଟ ଅକ୍ତିଆର କରିବାରେ ସକ୍ଷମ ରହିଥିଲେ। ଆଘାତ ଲାଗିବା ପରେ ମଧ୍ୟ ଯେଉଁଭଳି ଭାବରେ ସିରାଜ ତାଙ୍କ ଓଭର ପୁରା କଲେ ତାହା ପ୍ରଶଂସକ ମାନଙ୍କ ହୃଦୟ ଜିତିନେଲା। ସିରାଜ ପୂର୍ବରୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ଦମଦାର ପ୍ରଦର୍ଶନ କରି ଦେଖେଇଥିଲେ।

ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୬୪ ରନ କରିଥିଲା। ଏହାର ଜବାବରେ ଭାରତ ୫ଟି ୱିକେଟ ହରାଇ ବିଜୟ ହାସଲ କରିଥିଲା। ଭାରତ ତିନୋଟି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ବର୍ତ୍ତମାନ ୧-୦ ରେ ଆଗରେ ରହିଛି। ତେବେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ମ୍ୟାଚ ଖେଳିବେ କି ନାହିଁ ତାହା ସ୍ପଷ୍ଟ ଭାବରେ ଜଣାପଡ଼ି ନାହିଁ।

ଏବେ ଏହାକୁ ନେଇ ଆପଣଙ୍କ କଣ ମତ ଆମକୁ କମେଣ୍ଟ ବିଭାଗରେ କମେଣ୍ଟ କରି ଜଣାଇବେ। କହିରଖିବୁ ମହମ୍ମଦ ସିରାଜଙ୍କ ଜଣେ ଉଚ୍ଚକୋଟୀର ବୋଲର ଅଟନ୍ତି। ସେ ଅଷ୍ଟ୍ରେଲିଆରେ ସୁନ୍ଦର ବୋଲିଂ କରିଥିଲେ ଏବଂ ଇଂଲଣ୍ଡରେ ଲର୍ଡ଼ସରେ ମଧ୍ୟ ଚମତ୍କାର ବୋଲିଂର ପ୍ରଦର୍ଶନ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *