IND vs SA: ବୁମରା ଏବଂ ସାମୀଙ୍କୁ ପଛରେ ପକାଇ ମହମ୍ମଦ ସିରାଜ ବନିଲେ ସଫଳ ବୋଲର! ପଢନ୍ତୁ ପୁରା ଖବର

ମହମ୍ମଦ ସିରାଜଙ୍କ ପାଇଁ ବର୍ଷ ୨୦୨୧ ସୁନ୍ଦର ରହିଛି। ସେ ଏବେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଛନ୍ତି। ପ୍ରଥମ ଟେଷ୍ଟରେ ଭାରତ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ୩୦୫ ରନର ଲକ୍ଷ୍ୟ ଦେଇଛି। ଭାରତୀୟ ଟିମ ଦ୍ୱିତୀୟ ପାରିରେ ୧୭୪ ରନ ହିଁ କରିପାରିଲା। ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସବୁଠୁ ଅଧିକ ୩୪ ରନ କରିଥିଲେ। ସେଂଚୁରିଆନ କଥା କହିବା ତ ଭାରତୀୟ ଟିମ ଏଠାରେ ଏଯାଏ ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚ ଜିତିପାରି ନାହିଁ। ପୁଣିଥରେ ଏଠାରେ ମ୍ୟାଚ ଜିତିବା ପାଇଁ ଭାରତୀୟ ଟିମ ପାଖରେ ଭଲ ମୌକା ଅଛି।

Google

ଦକ୍ଷିଣ ଆଫ୍ରିକା ୩୦୫ ରନର ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇ ଖବର ଲେଖାଯିବା ପର୍ଯ୍ୟନ୍ତ ୨ ୱିକେଟ ହରାଇ ୫୯ ରନ କରିଥିଲା। ମାନେ ତାକୁ ଆଉ ୨୪୬ ରନ ଜିତିବା ପାଇଁ କରିବାକୁ ହେବ।ଦ୍ୱିତୀୟ ପାରିରେ ମହମ୍ମଦ ସିରାଜ କିଗନ ପିଟରସନଙ୍କ ୱିକେଟ ନେଇଥିଲେ। ପିଟରସନ ୩୬ ବଲରେ ୧ଥିଲେ। ଏହା ସିରାଜଙ୍କର ଏହି ବର୍ଷର ୩୦ ଟିମ ଟେଷ୍ଟ ୱିକେଟ ଅଟେ। ଏବେ ପର୍ଯ୍ୟନ୍ତ ଯଶପ୍ରୀତ ବୁମରା ଓ ମହମ୍ମଦ ସାମୀ ଏହି ପର୍ଯ୍ୟନ୍ତ ପହଁଚିନାହାନ୍ତି। ଏହା ଛଡା ଏର୍ଡନ ମାର୍କରମଙ୍କ ୱିକେଟ ସାମୀଙ୍କୁ ମିଳିଲା।

୧୯ ପାରିରେ ଅକ୍ତିଆର କରିଛନ୍ତି ୩୦ ୱିକେଟ:

ମହମ୍ମଦ ସିରାଜଙ୍କ କଥା କହିବା ତ ସେ ଏହି ବର୍ଷ ଭାରତ ପକ୍ଷରୁ ସବୁଠୁ ଅଧିକ ୱିକେଟ ନେଇଥିବା ବୋଲର ଅଟନ୍ତି। ତାଙ୍କ ନାମରେ ଏହି ବର୍ଷ ୧୦ ଟେଷ୍ଟ ମ୍ୟାଚର ୧୯ ପାରିରେ ୩୦ ଔସତରେ ୩୦ ୱିକେଟ ଅଛି। ୭୩ ରନ ଦେଇ ୫ ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ସେହିପରି ଯଶପ୍ରୀତ ବୁମରା ଏହିବର୍ଷ ୯ ଟେଷ୍ଟ ମ୍ୟାଚର ୧୬ ପାରିରେ ୨୭ ୱିକେଟ ନେଇଛନ୍ତି। ୬୪ ରନଦେଇ ୫ ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ମହମ୍ମଦ ସାମୀ ଏହି ବର୍ଷ ୫ ଟେଷ୍ଟ ମ୍ୟାଚର ୯ ପାରିରେ ୨୧ ୱିକେଟ ନେଇସାରିଛନ୍ତି। ୪୪ ରନ ଦେଇ ୫ ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ।

Google

ମୋଟ ଟେଷ୍ଟ କଥା କହିବାତ ଭାରତ ପକ୍ଷରୁ ଟେଷ୍ଟରେ ଏହିବର୍ଷ ସବୁଠୁ ଅଧିକ ୱିକେଟ ଆର ଅଶ୍ୱିନୀଙ୍କ ନାମରେ ଅଛି। ସେ ୯ ଟେଷ୍ଟର ୧୭ ପାରିରେ ୫୨ ୱିକେଟ ନେଇଛନ୍ତି। ଅନ୍ୟ କୌଣସି ବୋଲର ୫୦ ୱିକେଟ ପର୍ଯ୍ୟନ୍ତ ପହଁଚିପାରିନାହିଁ। ବାମହାତୀ ସ୍ପିନର ଅକ୍ଷର ପଟେଲ ୫ ଟି ଟେଷ୍ଟ ମ୍ୟାଚର ୧୦ ପାରିରେ ୩୬ ୱିକେଟ ନେଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓ ସିରାଜ ତୃତୀୟ ସ୍ଥାନରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *