IND vs SA: ସିରାଜଙ୍କ ଜାଗାରେ କାହାକୁ ମିଳିବ କେପଟାଉନ ଟେଷ୍ଟରେ ମୌକା! ଇଶାନ୍ତ ନା ଉମେଶ?

ବ୍ୟୁରୋ ନ୍ୟୁଜ: ଟିମ ଇଣ୍ଡିଆର ପ୍ରେସର ମହମ୍ମଦ ସିରାଜ ଆଘାତ କାରଣରୁ ଦକ୍ଷିଣ ଆଫ୍ରିକା ସହ ତୃତୀୟ ଟେଷ୍ଟ ଖେଳିବା ନେଇ ସନ୍ଦେହ ଅଛି। ତେଣୁ ଯେବେ କେପଟାଉନ ମ୍ୟାଚରେ ଭାରତୀୟ ଟିମ ମ୍ୟାନେଜମେଣ୍ଟ ଟିମ ଓହ୍ଲାଇବ ସିରାଜଙ୍କ ଜାଗାରେ ଇସାନ୍ତଙ୍କ ଅନୁଭବ ଉମେଶ ଯାଦବଙ୍କ ଆଉଟ ସୁଇଙ୍ଗ ଉପରେ ଭାରି ପଡିପାରେ।

Google

ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ବୋଲିଙ୍ଗ କରିବା ସମୟରେ ତାଙ୍କ ମାଂସପେଶୀ ଟାଣି ହେବା କାରଣରୁ ସେ ପୁରା ମ୍ୟାଚରେ ମାତ୍ର ୧୫.୫ ଓଭର ହିଁ ବୋଲିଙ୍ଗ କରିଥିଲେ। କୋଚ ରାହୁଲ ଦ୍ରାଭିଡ ସ୍ୱିକାର କରିଛନ୍ତିକି ତାଙ୍କ ଆଘତ ଦ୍ୱିତୀୟ ପାରିରେ ୨୪୦ ରନର ଲକ୍ଷ୍ୟକୁ ବଞ୍ଚାଇବାର ରଣନୀତିକୁ ପ୍ରଭାବିତ କଲା। ଭାରତୀୟ ଟିମ ୧୧ ଜାନୁଆରୀକୁ କେପଟାଉନରେ ଯେବେ ତୃତୀୟ ଟେଷ୍ଟ ଖେଳିବାକୁ ଓହ୍ଲାଇବ ତା ପାଖରେ ସିରାଜଙ୍କ ଜାଗାରେ ବିକଳ୍ପ ରୂପରେ ଅନୁଭବୀ ବୋଲର ଉପସ୍ଥିତ ହେବେ।

ଏଥିରେ ୩୩ ବର୍ଷୀୟ ଇସାନ୍ତ ଶର୍ମା ସର୍ବଶ୍ରେଷ୍ଠ ଲୟରେ ନଥିଲେ ମଧ୍ୟ ତାଙ୍କ ପାଖରେ ୧୦୦ ରୁ ଅଧିକ ଟେଷ୍ଟ ମ୍ୟାଚ ଖେଳିବାର ଅନୁଭବ ଅଛି। ଦ୍ୱିତୀୟରେ ବିକଳ୍ପ ଅଛନ୍ତି ୩୪ ବର୍ଷୀୟ ଉମେଶ ଯାଦବ। ଯାହାଙ୍କ ନାମରେ ୫୧ ଟେଷ୍ଟ ମ୍ୟାଚ ଅଛି ଓ ସେ ଅଳ୍ପ ଦିନ ତଳେ ଇସାନ୍ତ ଶର୍ମାଙ୍କ ଠୁ ଭଲ ପ୍ରଦର୍ଶନ କରିଛନ୍ତି। ବୟସ ବଢ଼ିବା ଦ୍ଵାରା ଉମେଶଙ୍କ ଗତି ମଧ୍ୟ କମିଛି। ଆଶା କରାଯାଉଛି ତୃତୀୟ ମ୍ୟାଚରେ କୋହଲି ଫିଟ ହୋଇ ଫେରିଥିବେ। ଏହାର ସମ୍ଭାବନା ଅଧିକ କି କୋଚ ଦ୍ରାଭିଡ ଉମେଶଙ୍କ ସହ ଯାଇନପାରନ୍ତି।

Google

ଏହାର କାରଣ ଏହା ମଧ୍ୟ ହୋଇପାରେକି ଇସାନ୍ତ ଶର୍ମାଙ୍କ ଉଚ୍ଚତା ୬ ଫୁଟବ ୩ ଇଞ୍ଚ ଅଟେ ଯାହା ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇବ। ଦକ୍ଷିଣ ଆଫ୍ରିକାର ଲମ୍ବା ଉଛତା ବୋଲର ମାର୍କୋ ଜାନେସେନ ଓ ଡୁଆନେ ଓଲିବେୟର ଏହାର ଫାଇଦା ଉଠାଇଛନ୍ତି।

ଚୟନ ସମିତିର ପୂର୍ଵ ଅଧକ୍ଷ ଏମଏସକେ ପ୍ରସାଦ ମଧ୍ୟ ଏହି କଥାରେ ସହମତି ଜଣାଇଛନ୍ତିକି ଇସାନ୍ତଙ୍କୁ ମୌକା ମିଳିବା ଦରକାର। ସେ କହିଛନ୍ତି,”ଆମକୁ ଜୋହାନବର୍ଗରେ ଏକ ଲମ୍ବା ବୋଲରର କମି ଅନୁଭବ ହେଲା। ଆମ ପାଖରେ ଇସାନ୍ତ ଅଛନ୍ତି ଯିଏକି ଏଭଳି ପିଚରେ ଭଲ କରିପାରିବେ। ତାଙ୍କୁ ମୁଁ ଉମେଶଙ୍କ ଠୁ ଆଗରେ ରଖିବି। ଯଦି ଏହା ଭାରତୀୟ ପିଚ ହୋଇଥାନ୍ତା ତେବେ ଉମେଶ ପ୍ରଥମ ପସନ୍ଦ ହୋଇଥାନ୍ତେ”।

Google

ଭାରତର ପୂର୍ଵ ୱିକେଟ କିପର ବ୍ୟାଟ୍ସମ୍ୟାନ ଦୀପ ଦାସଗୁପ୍ତା କହିଛନ୍ତି ବାସ୍ତବରେ ଏହା ଏକ କଠିନ ଫଇସଲା ହେବ। ଏହା ପଚରାଯିବା ଦ୍ଵାରା ଖରାପ ପ୍ରଦର୍ଶନ ପରେ ମଧ୍ୟ କଣ ଇସାନ୍ତଙ୍କୁ ମୌକା ମିଳିବା କଥା। ସେ କହିଛନ୍ତି,”ମୁଁ ଏହା କହିପାରିବିନିକି କୋହଲିଙ୍କୁ ଇସାନ୍ତଙ୍କ ଉପରେ ଆଉ ସେତିକି ଭରସା ଅଛି କି ନାହିଁ ଯାହା ୨୦୧୯ ପର୍ଯ୍ୟନ୍ତ ଥିଲା”।

ସେ ଆଗକୁ କହିଛନ୍ତି,”ଏଭଳି ପିଚରେ ଇସାନ୍ତଙ୍କୁ ଅଧିକ ଉଚ୍ଚତାର ଫାଇଦା ମିଳିବ ଯାହା ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧା କରାଇବ। କେପଟାଉନ ସମୁଦ୍ର ପାଖରେ ହୋଇଥିବାରୁ ଅନ୍ୟ ଗ୍ରାଉଣ୍ଡ ଭଳି ଏଠି ମଧ୍ୟ ସୁଇଙ୍ଗ ବୋଲରଙ୍କୁ ସାହାଯ୍ୟ ମିଳିବ”।

Google

ସେ କହିଛନ୍ତି,”ଏହି ଷ୍ଟାଡିୟମ ସମୁଦ୍ର ପାଖରେ ଥିବାରୁ ଏହି ସମୟରେ ଜୁଆର ଆସୁଥିବାରୁ ପବନ ଦ୍ଵାରା ବଲ ଅଧିକ ଜୋରେ ଯାଇଥାଏ। ଯାହା ଦ୍ୱାରା ବଲ ଅଧିକ ସୁଇଙ୍ଗ ହୋଇଥାଏ”। ତେବେ ଏହାକୁ ନେଇ କଣ ଆପଣଙ୍କ ମତ ତାହା ଜଣାନ୍ତୁ।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *