ବ୍ୟୁରୋ ରିପୋର୍ଟ: ଭାରତୀୟ ପେସର ମହମ୍ମଦ ସିରାଜ ବର୍ତ୍ତମାନ ଭାରତ ଓ ଜିମ୍ବାୱେ ମଧ୍ୟରେ ହେଉଥିବା ଏକଦିବସିୟ ସିରିଜର ଅଂଶ ଅଟନ୍ତି। ଜିମ୍ବାୱେ ବିରୁଦ୍ଧରେ ସିରିଜର ପ୍ରଥମ ମ୍ୟାଚରେ ସିରାଜ ୮ ଓଭରରେ ୩୫ ରନ ଦେଇ ଗୋଟେ ୱିକେଟ ନେଇଥିଲେ। ସେ ୨୭ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଥିବା ଏସିଆ କପର ଅଂଶ ନାହାନ୍ତି ଏହା ପରେ ତାଙ୍କୁ ଆଉ ଏକ ଅନ୍ୟ ଖୁସି ଖବର ମିଳି ଯାଇଛି।

ବାର୍ବୀକସାୟର କ୍ରାଉଁଟି କ୍ରିକେଟ କ୍ଳବ କ୍ରାଉଁଟି ଚମ୍ପିୟାନସିପ ସିଜନର ତିନୋଟି ମ୍ୟାଚ ପାଇଁ ସିରାଜଙ୍କୁ ସାଇନ କରିଛନ୍ତି। ସିରାଜ ଏବେ ବାର୍ବୀକସାୟର ପାଇଁ ଇଂଲିସ କ୍ରାଉଁଟି ଚମ୍ପିୟାନସିପ ଖେଳିବାର ଅଛି। ସିରାଜ ୧୨ ସେପ୍ଟେମ୍ବରତୁ ଆରମ୍ଭ ହେବାକୁ ଯାଉଥିବା ସମରସେଟ ବିରୁଦ୍ଧରେ ବାର୍ବୀକସାୟରର ଘରୋଇ ମ୍ୟାଚ ପୂର୍ବରୁ ବର୍ମିଂହମ ପହଁଚିବାର ଆଶା ଅଛି।
ଏଜବେଷ୍ଟନରେ ରେକର୍ଡ ବହୁତ ଭଲ:
ଭାରତୀୟ ଏହି ପେସର କହିଛନ୍ତି ମୁଁ ସର୍ବଦା ଭାରତୀୟ ଟିମ ସହିତ ଇଂଲଣ୍ଡରେ ଖେଳିବାର ମଜା ଉଠାଇଛି। ଏବେ ମୁଁ କ୍ରାଉଁଟି କ୍ରିକେଟ ଖେଳିବାକୁ ଜେଇ ଉତ୍ସାହିତ ଅଛି। ଏଜବେଷ୍ଟନ ବିଶ୍ୱସ୍ତରୀୟ ଷ୍ଟାଡିୟମ ଅଟେ ଓ ଏଥର ଟେଷ୍ଟ ସମୟରେ ସେଠାରେ ଯାହା ପରିସ୍ଥିତି ଥିଲା ତାହା ଅବିଶ୍ଵନିୟ। ସେ କହିଛନ୍ତି ମୁଁ ସେପ୍ଟେମ୍ବରରେ ଖେଳିବାକୁ ନେଇ ଉତ୍ସାହିତ ଅଛି। ସେ ଜୁଲାଇରେ ଏଯଜବେଷ୍ଟନରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିବା ପଞ୍ଚମ ଟେଷ୍ଟରେ ଭାରତୀୟ ଟିମର ଅଂଶ ଥିଲେ। ସେ ସେହି ଟେଷ୍ଟରେ ୪ ଟି ୱିକେଟ ନେଇଥିଲେ ଓ ପରେ ଏକଦିବସିୟ ସିରିଜରେ ୬ ୱିକେଟ ନେଇଥିଲେ।
??????? ?? ??? ?????, ???????? ?????! ??
?#YouBears | @thebharatarmy pic.twitter.com/eqg9jwCTtP
— Warwickshire CCC ? (@WarwickshireCCC) August 18, 2022
କ୍ୟାରିୟରରେ ୨୦୭ ମ୍ୟାଚର ଅନୁଭବ:
ମହମ୍ମଦ ସିରାଜ ସବୁ ଫର୍ମାଟରେ ମୋଟ ୨୬ ଥର ଭାରତୀୟ ଟିମ ପଟୁ ଖେଳିଛନ୍ତି ଯେଉଁଥିରେ ସେ ୫୬ ୱିକେଟ ନେଇଥିଲେ। ମୋଟ ସେ ୨୦୭ ମ୍ୟାଚରେ ୪୦୩ ୱିକେଟ ନେଇଛନ୍ତି। ଯେଉଁଥିରୁ ୧୯୪ ୱିକେଟ ପ୍ରଥମ ଶ୍ରେଣୀ କ୍ରିକେଟରୁ ଆସିଛି।
ସିରାଜ କ୍ରାଉଁଟି କ୍ରିକେଟରେ ଦ୍ୱିତୀୟ ଭାରତୀୟ:
ବାର୍ବୀକସାୟରର ଏହି ବର୍ଷ ସିଜନରେ ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ମଧ୍ୟ ସାମିଲ ଅଛନ୍ତି।ସିରାଜ ଏହି ସିଜନରେ ଯୋଡି ହୋଇଥିବା ଦ୍ୱିତୀୟ ଭାରତୀୟ ଖେଳାଳି ହେବେ। ସେହିପରି ଚେତେଶ୍ୱର ପୂଜାରା(ସସେକ୍ସ),ୱାସିଙ୍ଗଟନ ସୁନ୍ଦର (ଲଙ୍କାସାୟର),କୁନାଲ ପାଣ୍ଡ୍ୟା(ବାର୍ବୀକସାୟର), ଉମେଶ ଯାଦବ(ମିଡଲସେକ୍ସ),ଓ ନବଦୀପ ସୈନି (କେଣ୍ଟ)ଙ୍କ ପରେ ସେ ଏହି ସିଜନରେ କ୍ରାଉଁଟିରେ ସାମିଲ ହୋଇଥିବା ଷଷ୍ଠ ଭାରତୀୟ ଜନତା ଖେଳାଳି ଅଟନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।