ICC ରେ ଗାଙ୍ଗୁଲିଙ୍କ ଜଲୱା! ସୌରଭ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ପଦବୀ, ଆଇସିସି କ୍ରିକେଟ କମିଟିର ଅଧ୍ୟକ୍ଷ ଭାବେ ହେଲେ ନିଯୁକ୍ତି

ଭାରତୀୟ କ୍ରିକେଟ ଏବେ ପୁରା କ୍ରିକେଟ ଖେଳୁଥିବା ଜଗତରେ ପ୍ରସିଦ୍ଧ ଅଟେ। ଆପଣ ମଧ୍ୟ ଏହା ପ୍ରାୟ ଜାଣିଥିବେ କାରଣ ଭାରତ ଆଇପିଏଲ ଭଳି ଏତେ ବଡ଼ ଲିଗର ଆୟୋଜନ କରିଥାଏ। ଭାରତୀୟ କ୍ରିକେଟକୁ ଆଉ ଏକ ବଡ଼ ସଫଳତା ମିଳିଛି। ଆପଣ ତ ହୁଏତ ଜାଣିଥିବେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଏବେ ବିସିସିଆଇର ଅଧ୍ୟକ୍ଷ ଅଟନ୍ତି। ଏହା ସହ ତାଙ୍କୁ ଏବେ ଆଉ ଏକ ବଡ଼ ପଦବୀ ମିଳିଯାଇଛି। ଆଜି ଆଇସିସି ଘୋଷଣା କରିଛିକି ଏବେ ଆଇସିସିର ମଧ୍ୟ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ନିଯୁକ୍ତି କରାଯାଇଛି। ଏହା ପୂର୍ବରୁ ଭାରତର ପୂର୍ଵ ମହାନ ସ୍ପିନର ଅନୀଲ କୁମ୍ବଲେ ସେହି ପଦରେ ରହିସାରିଛନ୍ତି।

Google

ଆଜି ଆଇସିସି ପକ୍ଷରୁ ଜାରି ବୟାନରେ କୁହାଯାଇଛିକି ଅନିଲ କୁମ୍ବଲେଙ୍କୁ ତିନିଥର ତିନିବର୍ଷୀୟା କାର୍ଯ୍ୟ ପାଇଁ ଆଇସିସି ପୁରୁଷ ଟିମ ପାଇଁ ନିଯୁକ୍ତି କରିଥିଲା। ଏହା ପରେ ଏବେ ଆଇସିସି ଏହି ପଦଟି ସୌରଭ ଗାଙ୍ଗୁଲିଙ୍କୁ ନିଯୁକ୍ତି କରାଯାଇଛି। ଗାଙ୍ଗୁଲି ନିଜ ଅଧିନାୟକତ୍ୱ ସମୟରେ ଭାରତୀୟ ଦଳକୁ ଏକ ଅଲଗା ସ୍ଥାନରେ ପହଁଞ୍ଚାଇଥିଲେ ଓ ଭାରତୀୟ ଟିମକୁ ଲଢ଼ିବା ଶିଖେଇଥିଲେ। ସେହି ସମୟରେ ସେ ଜଣେ ମହାନ ବ୍ୟାଟ୍ସମ୍ୟାନ ମଧ୍ୟ ଥିଲେ।

ଏହା ପୂର୍ବରୁ ସେ ୨୦୧୫-୨୦୧୯ ପର୍ଯ୍ୟନ୍ତ ଆସୋସିଏସନ ଅଫ ବେଙ୍ଗଲରେ ଅଧ୍ୟକ୍ଷ ରହିଥିଲେ ଓ ବର୍ଷ ୨୦୧୯ରେ ତାଙ୍କୁ ବିସିସିଆଇ ଅଧକ୍ଷ ଭାବେ ନିଯୁକ୍ତି କରାଯାଇଥିଲା। କୁମ୍ବଲେ ୯ ବର୍ଷ ଧରି ଆଇସିସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଇସିସିର କମିଟିର ଅଧ୍ୟକ୍ଷ ଗ୍ରେଗ ବାର୍କଲେ ଓ ସେ ସୌରଭ ଗାଙ୍ଗୁଲିଙ୍କୁ ସ୍ୱାଗତ କରିଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *