SA vs IND: ନିର୍ଣ୍ଣାୟକ ମୋଡରେ ଶେଷ ଟେଷ୍ଟ! ସାଉଥ ଆଫ୍ରିକାରେ ଇତିହାସ ରଚିବା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ,ହାତେଇବ କି ପ୍ରଥମ ସିରିଜ?

କହିରଖିବୁ ଭାରତ ବନାମ ସାଉଥ ଆଫ୍ରିକା ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯାଇ ସାରିଛି। ଯେଉଁଥିରେ ଟିମ ଇଣ୍ଡିଆ ଗୋଟିଏ ଟେଷ୍ଟ ଜିତିଥିବା ବେଳେ ସାଉଥ ଆଫ୍ରିକା ମଧ୍ୟ ଗୋଟିଏ ମ୍ୟାଚ ଜିତିଛି। ସିରିଜ ୧-୧ ରେ ବରାବରରେ ଅଛି। ନିର୍ଣ୍ଣାୟକ ଟେଷ୍ଟ ଅଟେ ଶେଷ ଅଟେ । ଯିଏ ଜିତିବ ସିରିଜ ତାହାର। ବିରାଟ କୋହଲି ଏହି ଟେଷ୍ଟରେ ଖେଳିପାରନ୍ତି।

ପ୍ରଥମ ଟେଷ୍ଟ ମ୍ୟାଚ ରେ ବିରାଟ କୋହଲିଙ୍କ କ୍ୟାପଟେନସିରେ ଟିମ ଇଣ୍ଡିଆ ବିଜୟ ହାସଲ କରିଥିଲା। ହେଲେ ଦ୍ୱିତୀୟ ଟେଷ୍ଟରେ ସାଉଥ ଆଫ୍ରିକା ବାଜି ମାରି ନେଇଥିଲା। ବିରାଟ କୋହଲି ଦ୍ୱିତୀୟ ଟେଷ୍ଟ ଖେଳୁନଥିଲେ ତାଙ୍କ ଜାଗାରେ କେ ଏଲ ରାହୁଲ ଦଳର କ୍ୟାପଟେନ ବନିଥିଲେ।

ଦ୍ୱିତୀୟ ଟେଷ୍ଟରେ ଆଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରା ଫର୍ମକୁ ଫେରିଥିଲେ ଯାହା ଦଳ ପାଇଁ ଭଲ ସଂକେତ ଅଟେ। ଅନୁମାନ କରାଯାଉଛି ବିରାଟ କୋହଲି ଶେଷ ଟେଷ୍ଟରେ ଖେଳିବାକୁ ଓହ୍ଲାଇବେ। ଅପରପକ୍ଷରେ ଦ୍ୱିତୀୟ ଟେଷ୍ଟରେ ସୁନ୍ଦର ପାରି ଖେଳି ଚମତ୍କାର ଫର୍ମରେ ଅଛନ୍ତି ସାଉଥ ଆଫ୍ରିକା ଦଳର କ୍ୟାପଟେନ ଡିନ ଏଲଗର।

Google

ଏଥିମଧ୍ୟରେ ଏକ ଖବର ଯାହାକି ଭାଇରଲ ହେଉଛି ତାହା ହେଉଛି ସିରାଜ ସିରିଜରୁ ବାହାରିବା। ତାଙ୍କ ବଦଳରେ କିଏ ଓହ୍ଲାଇବ? ଦଳରେ ସାରଦୁଲ ଠାକୁର ଏବଂ ମହମ୍ମଦ ସାମୀଙ୍କ ପରି ବୋଲର ଅଛନ୍ତି। ଏଥିମଧ୍ୟରେ ଉମେଶ ଯାଦବ କିମ୍ବା ଇଶାନ୍ତ ଶର୍ମା ଖେଳିପାରନ୍ତି। ତେବେ ଆପଣଙ୍କ ଅନୁମାନରେ ଏହି ଟେଷ୍ଟ କିଏ ଜିତିବ? ତାହା କମେଣ୍ଟ କରି ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *