ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲେ ମହମ୍ମଦ ସାମୀ! ପାକିସ୍ତାନ ବୋଲର ହୋଇଗଲେ ସାମୀଙ୍କ ଫ୍ୟାନ

ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ସୁନ୍ଦର ପ୍ରଦର୍ଶନ କରି ପ୍ରଥମ ଟେଷ୍ଟରେ ବିଜୟ ହାସଲ କରିବାରେ ସକ୍ଷମ ରହିଛି। ଟିମ ଇଣ୍ଡିଆ ନିଜ ଖେଳ ଦ୍ଵାରା ଭାରତ ସହିତ ପ୍ରାୟ ଅନେକ କ୍ରିକେଟ ପ୍ରେମୀଙ୍କ ମନରେ ଜାଗା ସୃଷ୍ଟି କରିଛନ୍ତି। ପାକିସ୍ତାନର ମହାନ କ୍ରିକେଟର ରହିଥିବା ଦାନିଶ କନେରିଆ ମଧ୍ୟ ଭାରତୀୟ ଟିମର ପ୍ରସଂସକ ହୋଇଯାଇଛନ୍ତି। ସେ ସେଂଚୁରିଆନ ଟେଷ୍ଟ ଦେଖି ଭାରତୀୟ ଟିମର ପ୍ରଶଂସା କରୁଛନ୍ତି। ପୂର୍ଵ ଲେଗ ସ୍ପିନର ଦାନିଶ ଖାସ କରି ମହମ୍ମଦ ସାମୀଙ୍କର ପ୍ରଶଂସା କରିଛନ୍ତି। ସେ ଏହି ମ୍ୟାଚରେ ନିଜ ଟେଷ୍ଟ କ୍ୟାରିଅରର ୨୦୦ ୱିକେଟ ପୁରା କରିଥିଲେ।

ପାକିସ୍ତାନର ଦାନିସ କନେରିଆ ନିଜ ୟୁଟୁବ ଚ୍ୟାନେଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ମ୍ୟାଚ ବିଷୟରେ ଆଲୋଚନା କରିଛନ୍ତି। ସେ କହିଛନ୍ତି କେଏଲ ରାହୁଲ ସୁନ୍ଦର ଶତକ ମାରି ଭାରତୀୟ ଟିମକୁ ସୁନ୍ଦର ଆରମ୍ଭ ଦେଇଛନ୍ତି। କିନ୍ତୁ ଭାରତୀୟ ବୋଲିଙ୍ଗ ହିଁ ଦକ୍ଷିଣ ଆଫ୍ରିକାକୁ ପଛକୁ ଠେଲିଦେଇଛି।

ଦାନିସ କହିଛନ୍ତି ଭାରତୀୟ ବୋଲର ଖାସ କରି ମହମ୍ମଦ ସାମୀ ଯେଉଁପରି ପ୍ରଥମ ଓଭରରୁ ସୁନ୍ଦର ଲାଇନ ଲେନଥ ଧରି ବୋଲିଙ୍ଗ କରିଛନ୍ତି ତାହା ପ୍ରଶଂସା ଯୋଗ୍ୟ ଅଟେ। ଦକ୍ଷିଣ ଆଫ୍ରିକା ଯାଇ ପ୍ରଥମ ମ୍ୟାଚରୁ ଲାଇନ ଲେନଥ ଧରିବା ସହଜ ନୁହେଁ। କିନ୍ତୁ ସାମୀ ଏପରି କରିଛନ୍ତି ଓ ଯଶପ୍ରୀତ ବୁମରା ମଧ୍ୟ ତାଙ୍କ ସାଥ ଦେଇଛନ୍ତି। ସାମୀ ଏହି ମ୍ୟାଚର ପ୍ରଥମ ପାରିରେ ୫ ଟି ୱିକେଟ ଅକ୍ତିଆର କରି ନିଜ ଟେଷ୍ଟ କ୍ୟାରିଅରର ୨୦୦ ୱିକେଟ ପୁରାକଲେ।

Google

ଦାନିସ କନେରିଆ ପାକିସ୍ତାନ ତରଫରୁ ସବୁଠୁ ଅଧିକ ୱିକେଟ ନେବା ମାମଲାରେ ଚତ୍ରୁର୍ଥ ସ୍ଥାନରେ ଅଛନ୍ତି। ସବୁଠୁ ଅଧିକ ୱିକେଟ ବସିମ ଅକରମ, ବକାର ୟୁନିସ, ଓ ଇମରାନ ଖାନ ନେଇଛନ୍ତି। ଦାସିନ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଆସେସ ସିରିଜ ବିଷୟରେ ମଧ୍ୟ କଥା ହୋଇଛନ୍ତି। ସେ କହିଛନ୍ତି ଇଂଲଣ୍ଡର ଖେଳ ଦେଖି ଲାଗୁଛିକି ଇଂଲଣ୍ଡ ଖେଳିବା ଭୁଲି ଯାଇଛି। ତାର ପ୍ରଦର୍ଶନ ବହୁତ ଖରାପ ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *