ଟିମ ଇଣ୍ଡିଆ ସେଂଚୁରିଆନ ଟେଷ୍ଟରେ ମଜବୁତ ସ୍ଥିତିରେ ଅଛି। କିନ୍ତୁ ବର୍ଷା ପାଇଁ ଗୋଟେ ଦିନର ଖେଳ ବାତିଲ ହୋଇଯାଇଥିଲା। ଏହା ପରେ ମଧ୍ୟ ଟିମ ଇଣ୍ଡିଆ ଏହି ମ୍ୟାଚ ଜିତିପାରେ। ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ସିନିୟର ଖେଳାଳିଙ୍କ ପୂର୍ବରୁ ଜାଗା ପାଇଥିବା ଅଲରାଉଣ୍ଡର ସାରଦୁଲ ଠାକୁର ଏକ ବଡ଼ ଦାବି କରିଛନ୍ତି। ସାରଦୁଲ ଦାବି କରିଛନ୍ତି ଟିମ ଇଣ୍ଡିଆର ଏହି ସେଂଚୁରିଆନ ଟେଷ୍ଟ ନିଶ୍ଚିନ୍ତ ଜିତିବ ଓ ସେ ଏହା ମଧ୍ୟ କହିଛନ୍ତି କି ସେ ଦକ୍ଷିଣ ଆଫ୍ରିକାର ପିଚର ପୁରା ବ୍ୟବହାର କରି ଭଲ ପ୍ରଦର୍ଶନ କରିବେ। ତେବେ ଆସନ୍ତୁ ଜାଣିବା ସାରଦୁଲ ଆଉ କଣ ସବୁ କହିଛନ୍ତି।

ନିଜ ଛୋଟ ଇଣ୍ଟରନେସନାଲ କ୍ୟାରିଅରରେ ଟିମ ଇଣ୍ଡିଆ ତରଫରୁ ତିନୋଟି ଯାକ ଫର୍ମାଟରେ ଖେଳିଥିବା ସାରଦୁଲ ଠାକୁରଙ୍କୁ ଦକ୍ଷିଣ ଆଫ୍ରିକା ସହ ଟିମ ଇଣ୍ଡିଆ ମ୍ୟାଚ ଜିତିବା ଓ ନିଜେ ସୁନ୍ଦର ପ୍ରଦର୍ଶନ କରିବେ ବୋଲି ଭରସା ଅଛି। ଅନେକ ସିନିୟର ଖେଳାଳିଙ୍କ ଉପସ୍ଥିତ ପରେ ମଧ୍ୟ ଅଧିନାୟକ ବିରାଟ କୋହଲି ସାରଦୁଲ ଠାକୁରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିଛନ୍ତି। ସେ ମଧ୍ୟ ଅଧିନାୟକଙ୍କ ଭରସା ରଖିବାକୁ ଚାହୁଁଛନ୍ତି।
ସାରଦୁଲ ବିସିସିଆଇ ଟିଭିରେ କଥାହୋଇ କହିଛନ୍ତି ,”ତାଙ୍କୁ ନିଜ ଦକ୍ଷତା ଉପରେ ପୁରା ଭରସା ଅଛି ଓ ସେ ଯେବେବି ଗ୍ରାଉଣ୍ଡକୁ ଓହ୍ଲାଇଥାନ୍ତି ଏହି ଆତ୍ମବିଶ୍ୱାସ ସହ ଓହ୍ଲାଇଥାନ୍ତି ଯାହା ଦ୍ୱାରା ତାଙ୍କୁ ସଫଳତା ମିଳିବ”। ଏହି ବିଶ୍ୱାସ ସହ ସାରଦୁଲ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି। ସାରଦୁଲ କହିଛନ୍ତି,” ମୁଁ ନିଜେ ପ୍ରଦର୍ଶନକୁ ନେଇ ଉତ୍ସାହିତ ଅଛି ଓ ଦକ୍ଷିଣ ଆଫ୍ରିକା ପରିସ୍ଥିତିରେ ଯୋଗଦାନ ଦେଲେ ମତେ ଖୁସି ମିଳିବ। ମୁଁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ମଧ୍ୟ ସଫଳ ରହିଥିଲି ଓ ଆଶା କରୁଛିକି ଦକ୍ଷିଣ ଆଫ୍ରିକାରେ ମଧ୍ୟ ସଫଳ ପ୍ରଦର୍ଶନ କରିବି”।
ନିଜର ଛୋଟ କ୍ୟାରିଅରରେ ସାରଦୁଲ ତାଙ୍କୁ ମିଳିଥିବା ମୌକାର ଭଲଭାବେ ଫାଇଦା ଉଠାଇଛନ୍ତି। ସେ ନିଜ ପ୍ରଦର୍ଶନ ଦ୍ଵାରା ପ୍ରସଂସକ, ଅଧିନାୟକ ଓ ଚୟନକର୍ତାଙ୍କୁ ପ୍ରଭାବିତ କରିବାରେ ସଫଳ ରହିଛନ୍ତି। ସାରଦୁଲ ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ମିଳିଥିବା ସଫଳତାର କାରଣ କଣ ଏହା ମଧ୍ୟ କହିଛନ୍ତି।

ସେ କହିଛନ୍ତି,”ମତେ ବୋଲିଙ୍ଗ ଓ ବ୍ୟାଟିଙ୍ଗ ଦୁଇକୁ ନେଇ ଖେଳରେ ପ୍ଲାନ କରିବା ପସନ୍ଦ ଅଟେ। ଯେବେବି ମୁଁ ଗ୍ରାଉଣ୍ଡକୁ ଓହ୍ଲାଇଥାଏ ମୋ ପାଇଁ ଆତ୍ମବିଶ୍ୱାସ ହିଁ ସବୁକିଛି ଅଟେ। ଜେବେ ଆପଣ ଧଳାବଲ କ୍ରିକେଟ ଖେଳିଥାଆନ୍ତି ୟର୍କର ବଲ ପାଇଁ ଯାଇଥାନ୍ତି। ମୁଁ ଯେବେ ୟର୍କର ବଲ ପକାଇବ ପାଇଁ ଯାଏ ପୁରା ବିଶ୍ୱାସ ସହ ବୋଲିଙ୍ଗ କରିଥାଏ। ଜଣେ ଖେଳାଳି ରୂପରେ ଏହା ମୋ ପାଇଁ ମହତ୍ତ୍ୱପୂର୍ଣ୍ଣ ଅଟେ”। ସାରଦୁଲ ଏବେ ତିନୋଟି ଯାକ ଇଣ୍ଟରନେସନାଲ ମ୍ୟାଚରେ ୬୭ ୱିକେଟ ନେବା ସହ ୩୮୬ ରନ ମଧ୍ୟ କରିଛନ୍ତି। ତାଙ୍କ ବ୍ୟାଟିଙ୍ଗ କରିବାରେ ଯେଉଁ ଆକ୍ରାମକତା ଅଛି ଏହି ଗ୍ରସ୍ତରେ ମଧ୍ୟ ପ୍ରସଂସକ ତାଙ୍କ ଠୁ ତାହା ଆଶା କରୁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।