SA vs IND: ଶେଷ ODI କୁ ୪ ରନରେ ଜିତି ସିରିଜ ୩-୦ ରେ କବ୍ଜା କଲା ସାଉଥ ଆଫ୍ରିକା! ଟେଷ୍ଟ ପରେ ODI ସିରିଜ ବି ଗଲା

କହିରଖିବୁ ଟେଷ୍ଟ ସିରିଜ ଟିମ ଇଣ୍ଡିଆ ହାରିବା ପରେ ODI ରେ ମଧ୍ୟ ଟିମ ଇଣ୍ଡିଆ ସାଉଥ ଆଫ୍ରିକା ବିପକ୍ଷରୁ ହାରିଯାଇଛି। ପ୍ରଥମେ ବ୍ୟାଟିଂ କରି ସାଉଥ ଆଫ୍ରିକା ୨୮୭ ରନ କରିଥିଲା ଜବାବରେ ଟିମ ଇଣ୍ଡିଆ ୨୮୩ ରନ ହିଁ କରିପାରିଲା। ଯାହା ଫଳରେ ୪ ରନରେ ହାରିଗଲା ଟିମ ଇଣ୍ଡିଆ। ଏହି ପରାଜୟ ସହ ୩-୦ ରେ ସିରିଜ ହାରିଲା ଭାରତୀୟ କ୍ରିକେଟ ଦଳ।

Google

ଡି କକ ସାଉଥ ଆଫ୍ରିକା ପକ୍ଷରୁ ସୁନ୍ଦର ବ୍ୟାଟିଂ କରିଥିଲେ। ସେ ୧୨୪ ରନର ସୁନ୍ଦର ପାରି ଖେଳିଥିଲେ। ଯେଉଁଥିରେ ୧୨ ଟି ଚୌକା ଏବଂ ୨ଟି ଛକା ସାମିଲ ଥିଲା। ତାଙ୍କ ଛଡା ଭାନ ଡର ହୁସେନ ମଧ୍ୟ ୫୨ ରନର ଚମତ୍କାର ପାରି ଖେଳିଥିଲେ। ସେ ୪ ଟି ଚୌକା ଏବଂ ଗୋଟିଏ ଛକା ଲଗାଇଥିଲ। ମିଲର ୩୮ ବଲରେ ୩୯ ରନ କରିଥିଲେ।

ଟିମ ଇଣ୍ଡିଆ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ଦୀପକ ଚାହର, ଯଶପ୍ରୀତ ବୁମରା ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ। ଗୋଟିଏ ୱିକେଟ ଚାହଲ ନେଇଥିଲେ।

Google

ଟିମ ଇଣ୍ଡିଆର ବ୍ୟାଟିଂରେ ସୁନ୍ଦର ଅବଦାନ ଦେଇଥିଲେ ବିରାଟ କୋହଲି। ସେ ୬୫ ରନର ଆକର୍ଷଣୀୟ ପାରି ଖେଳି ଦଳକୁ ସମ୍ମାନଜନକ ସ୍କୋର ଯାଏ ନେବାରେ ସକ୍ଷମ ହୋଇଥିଲେ। ତାଙ୍କ ଛଡା ଧୱନ ମଧ୍ୟ ୬୧ ରନ କରିଥିଲେ।

କେ ଏଲ ରାହୁଲ ୯ ଏବଂ ଋଷଭ ପନ୍ତ ୦ ରେ ଆଉଟ ହୋଇଯାଇଥିଲେ। ଆୟର ୨୬ କରିଥିଲେ। ସୂର୍ୟ୍ଯ କୁମାର ଯାଦବ ୩୯ କରିଥିଲେ। ଓଭର ଶେଷ ଆଡ଼କୁ ଦୀପକ ଚାହର ସୁନ୍ଦର ପାରି ଖେଳିଥିଲେ। ସେ ୩୪ ବଲରେ ୨ଟି ଛକା ଏବଂ ୫ଟି ଚୌକା ବି ଲଗାଇଥିଲେ ଏବଂ ୫୪ ରନ କରିଥିଲେ।

Google

ଏହି ମ୍ୟାଚ ହାରି ଟିମ ଇଣ୍ଡିଆ ୩-୦ ରେ ପରାସ୍ତ ହୋଇଯାଇଛି। ସାଉଥ ଆଫ୍ରିକା ପକ୍ଷରୁ ନିଗିଡି ଏବଂ ଫେଳ୍ପକାଇଲେ ୩ ଟି ଲେଖାଏଁ ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ। ତାଙ୍କ ଛଡା ପ୍ରୀଟୋରୀୟସ ୨ଟି ନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *