IND vs SA: ସାଉଥ ଆଫ୍ରିକା ଗ୍ରସ୍ତ ପୂର୍ବରୁ କୋହଲିଙ୍କ ବଡ଼ ବୟାନ! ଗୋଟିଏ ଜାଗା ଯେଉଁଠି ଭାରତ ଜିତିନି ସିରିଜ!

ଭାରତୀୟ ଟେଷ୍ଟ ଟିମ ପାଇଁ ଦକ୍ଷିଣ ଆଫ୍ରିକା ଏକାକୀ ଏପରି ଜାଗା ଯେଉଁଠି ଏବେ ପର୍ଯ୍ୟନ୍ତ ଟେଷ୍ଟ ସିରିଜ ଜିତିନି। କିନ୍ତୁ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ୱାସ ଅଛିକି ଦକ୍ଷିଣ ଆଫ୍ରିକା ସହ ଆଗାମୀ ଟେଷ୍ଟ ସିରିଜରେ ଭାରତୀୟ ଟିମ କିଛି ବିଶେଷ କରି ସିରିଜ ଜିତିପାରେ। ଭାରତୀୟ ଟିମ ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଏହି ତିନୋଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଯେବେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଖେଳିବେ ସେବେ କୋହଲିଙ୍କ ଅଧିନାୟକତ୍ୱରେ ଟିମ ନିଜ ପୂର୍ଵ ରେକର୍ଡ଼କୁ ଭଲ କରି ଚାହିଁବ।

Google

କୋହଲି ବୁଧବାରକୁ ସିରିଜ ପୂର୍ବରୁ ପ୍ରେସ କନ୍ଫରେନ୍ସରେ କହିଛନ୍ତି ଅନୁଭବ, ଆତ୍ମବିଶ୍ୱାସ ଓ ଭରସାରେ ଆମେ ଏବେ ଭଲ ପରିସ୍ଥିତିରେ ଅଛୁ। ଆମେ ଏଥର କିଛି ବିଶେଷ କରି ଟିମ ରୂପରେ ଯାହା ଚାହୁଁଛୁ ତାହା ହାସଲ କରିପାରିବା। ବୋଧେ ସବୁଠୁ କଷ୍ଟ ପରିସ୍ଥିତିରେ ସିରିଜ ଜିତିପାରିବା। ସେ କହିଛନ୍ତି,”ଦକ୍ଷିଣ ଆଫ୍ରିକା ଏକାକୀ ଏପରି ଦେଶ ଯେଉଁଠି ଆମେ ଏବେ ପର୍ଯ୍ୟନ୍ତ ଟେଷ୍ଟ ସିରିଜ ଜିତୁନାହୁଁ। ସେଥିପାଇଁ ଏପରି କରିବା ପାଇଁ ଆମକୁ ପ୍ରେରଣା ଦେଇଥାଏ କି ଆମେ ଯେଉଁ ଦେଶକୁ ମଧ୍ୟ ଯାଉଁ ସେଠାରେ ଯେପରି ଟେଷ୍ଟ ସିରିଜ ଜିତୁ”।

ଭାରତ ଦକ୍ଷିଣ ଆଫ୍ରିକାରେ ୨୦ ଟେଷ୍ଟ ମ୍ୟାଚ ଖେଳିଛି ଓ ମାତ୍ର ତିନୋଟି ମ୍ୟାଚ ଜିତିଛି: କୋହଲି କହିଛନ୍ତି,”ଆମେ ଏବେ ଗୋଟେ ମ୍ୟାଚ ଏଠି ଗୋଟେ ମ୍ୟାଚ ସେଠି ଜିତିବା ବିଷୟରେ ଭାବୁନାହୁଁ ଆମେ ଟିମ ଆକାରରେ ସିରିଜ ଜିତିବା କଥା ଭାବୁଛୁ। ଆମେ ଅଷ୍ଟ୍ରେଲିଆକୁ ଦୁଇଥର ତା ମାଟିରେ ଟେଷ୍ଟ ସିରିଜରେ ହରାଇଲୁ। ଇଂଲଣ୍ଡକୁ ମଧ୍ୟ ୨-୧ରେ ପଛରେ ପକାଇଥିଲୁ କିନ୍ତୁ ଏହାକୁ ଲିଲମ୍ବିତ କରିବାକୁ ପଡିଲା। ଭାରତ ଦକ୍ଷିଣ ଆଫ୍ରିକାରେ ୨୦ ଟେଷ୍ଟ ଖେଳିଥିବା ବେଳେ ମାତ୍ର ତିନୋଟି ମ୍ୟାଚ ଜିତିଛି। ଶେଷ ଥର ବର୍ଷ ୨୦୧୮ରେ ବହୁତ ଚେଷ୍ଟା ପରେ ମଧ୍ୟ ଭାରତ ସିରିଜ ୧-୨ରେ ହାରିଯାଇଥିଲା।

Google

ଭାରତ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଶ୍ରୀଲଙ୍କାକୁ ଘରେ ହରାଇଛି:ଭାରତ ଅଳ୍ପ ଦିନ ତଳେ ନ୍ୟୁଜିଲାଣ୍ଡ ସହ ଘରୋଇ ଟେଷ୍ଟ ସିରିଜରେ ୧-୦ରେ ସିରିଜ ଜିତିଥିଲା। ଇତିହାସରେ ଦକ୍ଷିଣ ଆଫ୍ରିକାକୁ ତାରି ମାଟିରେ (ଇଂଲଣ୍ଡ ,ଅଷ୍ଟ୍ରେଲିଆ, ଶ୍ରୀଲଙ୍କା) ଏହି ତିନୋଟି ଟିମ ହରାଇଛି। କୋହଲି କହିଛନ୍ତି ,”ଆମେ ନିଶ୍ଚନ୍ତ ରୂପରେ ଏଥିରୁ ପ୍ରେରଣା ନେବୁ। ଆମେ ସେହିଠାରେ ସବୁଠି ଅସୁବିଧା ପରିସ୍ଥିତିରେ ବିଜୟ ହାସଲ କରିଥିଲୁ ଯାହା ଦ୍ୱାରା ଆମ ଆତ୍ମବିଶ୍ୱାସ ବଢିଛି”।

ପାଣ୍ଡ୍ୟାଙ୍କ ଅନୁପସ୍ଥିତରେ ୫ ଟି ବୋଲରଙ୍କ ସହ ଓହ୍ଲାଉଛି ଭାରତ:କୋହଲି କହିଛନ୍ତି,”ଯଦି ଆମ ମାନସିକତା ଠିକ ରହିବ ତେବେ ଆମେ ସିରିଜକୁ ଆତ୍ମବିଶ୍ୱାସ ସହ ଆରମ୍ଭ କରିବୁ ଓ ଭଲ କରିବୁ। ଆମେ ସେହି ବିଜୟରୁ ବହୁତ ପ୍ରେରଣା ନେବୁ”। ପାଣ୍ଡ୍ୟାଙ୍କ ଅନୁପସ୍ଥିତରେ ଟିମ ୫ ଜଣ ବୋଲରଙ୍କ ସହ ଓହ୍ଲାଉଛି କିନ୍ତୁ ଏଥର ଜାଡେଜା ଆଘାତ କାରଣରୁ ବାହାରେ ଅଛନ୍ତି ଓ କୋହଲି କହିଛନ୍ତି ଜଡେଜାଙ୍କ କମି ଅନୁଭବ ହେବ କିନ୍ତୁ ଏହା ଅଧିକ ପ୍ରଭାବିତ କରିବ ନାହିଁ ବୋଲି ସେ କହିଛନ୍ତି।

Google

ଟେଷ୍ଟ ସିରିଜ ପୂର୍ବରୁ ହେବ ନାହିଁ କୌଣସି ଅଭ୍ୟାସ ମ୍ୟାଚ:ସେ କହିଛନ୍ତି,”ଏଥିପାଇଁ ମତେ ଲାଗୁଚିକି ସେ ନରହିବା ଦ୍ଵାରା ଏହା ଅଧିକ ପ୍ରଭାବ ପକାଇବ”।୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଟେଷ୍ଟ ସିରିଜ ପୂର୍ବରୁ କୌଣସି ଅଭ୍ୟାସ ମ୍ୟାଚ ହେବ ନାହିଁ। କିନ୍ତୁ କୋହଲି ଗ୍ରାଉଣ୍ଡରେ ଅନୁକୂଳ ପରିସ୍ଥିତି ଅନୁସାରେ ଅଭ୍ୟାସ କରିବାକୁ କହିଛନ୍ତି। ସେ କହିଛନ୍ତି,”ମତେ ଲାଗୁଛିକି ଏହିପରି ଜିନିଷ ଦ୍ଵାରା ବାସ୍ତବରେ ସହାୟତା ମିଳିଥାଏ। ଯେବେ ଆପଣ ସେହିପରି ପରିସ୍ଥିତିରେ ଖେଳିଥାନ୍ତି ଯାହା ମୋ ରାୟ ଅନୁସାରେ ତୀବ୍ର ବେଗ ସହିତ ଅଧିକ ଉଚ୍ଚତାପୁର୍ଣ ହୋଇଥାଏ ଯାହା ବ୍ୟାଟିଙ୍ଗ ପାଇଁ ସବୁଠୁ କଷ୍ଟକର ହୋଇଥାଏ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *