ବ୍ୟୁରୋ ରିପୋର୍ଟ: ଅଭିଷେକ ଶର୍ମାଙ୍କ ସୁନ୍ଦର ପାରି ଦ୍ଵାରା ହାଇଦ୍ରାବାଦ ସିଏସକେକୁ ୮ ୱିକେଟରେ ହରାଇଦେଇଛି। ଆଇପିଏଲ ୨୦୨୨ରେ ରବିବାକୁ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ହାଇଦ୍ରାବାଦ ସିଏସକେ ବିରୁଦ୍ଧରେ ଖେଳିଥିବା ମ୍ୟାଚରେ ୧୫୫ ରନର ଲକ୍ଷ୍ୟକୁ ୧୭.୪ ଓଭରରେ ୨ ୱିକେଟ ହରାଇ ହାସଲ କରିଦେଇଛି। ହାଇଦ୍ରାବାଦ ପାଇଁ ଅଭିଷେଖ ଶର୍ମା ୫୦ ବଲରେ ୫ ଟି ଚୌକା ଓ ତିନୋଟି ଛକା ଦ୍ଵାରା ୭୫ ରନର ପାରି ଖେଳିଥିଲେ। ରାହୁଲ ତ୍ରିପାଠୀ ୩୯ ଓ ନିକୋଲସ ପୁରନ ୫ ରନ କରି ନଟ ଆଉଟ ରହିଥିଲେ।

୧୫୫ ରନର ପିଛା କରିବାକୁ ଓହ୍ଲାଇଥିବା ହାଇଦ୍ରାବାଦର ଆରମ୍ଭ ଭଲ ରହିଥିଲା। ଓପନର କେନ ୱିଲିୟମସନ ଓ ଅଭିଷେକ ଶର୍ମା ପ୍ରଥମ ୱିକେଟ ପାଇଁ ୮୯ ରନର ପାର୍ଟନରସିପ କରିଥିଲେ। ୱିଲିୟମସନ ୪୦ ବଲରେ ୩୨ ରନ କରି ମୁକେସ ଚୌଦୁରିଙ୍କ ଶିକାର ହୋଇଥିଲେ।
ହାଇଦ୍ରାବାଦର ଏହା ଆଇପିଏଲ ୨୦୨୨ର ପ୍ରଥମ ବିଜୟ ଅଟେ ଓ ସିଏସକେର ଲଗାତର ଚତ୍ରୁର୍ଥ ପରାଜୟ ଅଟେ। ସିଏସକେ ତରଫରୁ ମୁକେସ ଚୌଧୁରୀ ଓ ଡିଜେ ବ୍ରାଭୋ ୧-୧ ୱିକେଟ ନେଇଥିଲେ।

ସିଏସକେ ମୋଇନ ଅଲ୍ଲୀଙ୍କ ୪୮ ରନର ପାରି ଦ୍ଵାରା ୧୫୪ ରନ କରିଥିଲା:
ହାଇଦ୍ରାବାଦର ଅଧିନାୟକ କେନ ୱିଲିୟମସନ ଟସ୍ ଜିତି ବୋଲିଙ୍ଗ ନିସ୍ପତି ନେଇଥିଲେ। ସିଏସକେ ପ୍ରଥମେ ବ୍ୟାଟିଙ୍ଗ କରି ମୋଇନ ଅଲ୍ଲୀଙ୍କ ୪୮ ରନର ପାରି ଦ୍ଵାରା ୨୦ ଓଭରରେ ୭ ଟି ୱିକେଟ ହରାଇ ୧୫୪ ରନ କରିଥିଲା।ସିଏସକେର ଆରମ୍ଭ ଭଲ ନଥିଲା। ଟିମ ୩୬ ରନର ସ୍କୋରରେ ନିଜର ଦୁଇ ଓଭରଙ୍କ ୱିକେଟ ହରାଇଦେଇଥିଲା।
୨୫ ରନର ସ୍କୋର ଥିବା ବେଳେ ରବିନ ଉଥାପା ୧୫ ରନ କରି ୱାସିଙ୍ଗଟନ ସୁନ୍ଦରଙ୍କ ଶିକାର ହୋଇଥିଲେ। ଏହାପରେ ଋତୁରାଜ ଗାୟକବାଡ଼୧୩ ରନ କରି ଟି ନଟରାଜନଙ୍କ ବଲରେ ବୋଲ୍ଡ ହୋଇଥିଲେ। ସେ ୧୬ ରନ ହିଁ କରିଥିଲେ, ଏହି ଆଇପିଏଲରେ ତାଙ୍କ ଖରାପ ଫର୍ମ ଜାରିଅଛି।

ଅମ୍ବାତି ରାୟୁଡୁ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ପାରି ଖେଳିପାରିନଥିଲେ ଓ ୨୭ ବଲରେ ୨୭ ରନ କରି ଆଉଟ ହୋଇଥିଲେ। ଅମ୍ବାତି ରାୟୁଡୁଙ୍କୁ ମଧ୍ୟ ସୁନ୍ଦର ଆଉଟ କରିଥିଲେ। ଏହା ପରେ ଟିମର ସ୍କୋର ୧୦୮ ରନ ଥିବାବେଳେ ମୋଇନ ଅଲ୍ଲୀ ମଧ୍ୟ ଆଉଟ ହୋଇଥିଲେ। ସେ ବଡ଼ ଶର୍ଟ ମାରିବାକୁ ଯାଇ ମାର୍କରମଙ୍କ ବଲରେ କ୍ୟାଚ ଆଉଟ ହୋଇଗଲେ। ସେ ୩୫ ବଲରେ ୪୮ ରନର ପାରି ଖେଳିଥିଲେ ଯେଉଁଥିରେ ୩ ଟି ଚୌକା ଓ ୨ ଟି ଛକା ସାମିଲ ଅଛି।
ସୁନ୍ଦର ଓ ନଟରାଜନ ନେଇଥିଲେ ୨-୨ ୱିକେଟ:
ଶିବମ ଦୁବେ ଖାସ କରିପାରିନଥିଲେ ଓ ୩ ରନ କରି ନଟରାଜନଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ। ମହେନ୍ଦ୍ର ସିଂହ ଧୋନି ମଧ୍ୟ ୩ ରନରେ ମାର୍କୋ ଜାନେସନଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ। ରବିନ୍ଦ୍ର ଜାଡେଜା ୧୫ ବଲରେ ୨୩ ରନ କରି ଭୁବନେଶ୍ୱର କୁମାରଙ୍କ ଶିକାର ହୋଇଥିଲେ। ଏହାପରେ ଡିଜେ ବ୍ରାଭୋ ୮ ଓ କ୍ରିସ ଜୋର୍ଡନ ୬ ରନ କରି ନଟଆଉଟ ରହିଥିଲେ। ହାଇଦ୍ରାବାଦ ତରଫରୁ ସୁନ୍ଦର ଓ ନଟରାଜନ ୨-୨ ୱିକେଟ, ମାର୍କରମ, ଭୁବନେଶ୍ୱର, ଓ ଜାନେସନ ଗୋଟେ ଗୋଟେ ୱିକେଟ ଅକ୍ତିଆର କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।