SRH vs KKR: ହାଇସ୍କୋରିଂ ମ୍ୟାଚରେ ହାଇଦ୍ରାବାଦର ଦମଦାର ବିଜୟ! ରାହୁଲ ତ୍ରିପାଠୀ ବନିଲେ ମ୍ୟାଚର ହିରୋ!

୨୦୨୨ ଆଇପିଏଲ ଧୀରେ ଧୀରେ ରୋମାଞ୍ଚକର ପରିସ୍ଥିତି ଆଡକୁ ଗତି କରୁଛି। ଇତି ମଧ୍ୟରେ ଚଳିତ ଆଇପିଏଲ ସିଜିନର ୨୫ତମ ମ୍ୟାଚ ମଧ୍ୟ ଶେଷ ହୋଇ ଯାଇଛି। ଏହି ମ୍ୟାଚଟି ବାର୍ବନ ଷ୍ଟାଡିୟମରେ ଖେଳା ଯାଇଥିଲା ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ ରାଇଡ଼ର୍ସ ମଧ୍ୟରେ। ଏହି ମ୍ୟାଚକୁ ସନରାଇଜର୍ସ ହାଇଦ୍ରାବାଦ ୭ ଟି ୱିକେଟରେ ଜିତି ନେଇଛି। ପ୍ରଥମେ ଟସ ଜିତି ବୋଲିଂର ନିଷ୍ପତ୍ତି ନେଇଥିଲେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ କେନ ୱିଲିୟମସନ।

Google

ବ୍ୟାଟିଂ ଆମନ୍ତ୍ରଣ ପାଇ କୋଲକାତା ନାଇଟ ରାଇଡ଼ର୍ସର ଓପନର ଭେଙ୍କଟେଶ ଅୟର ଏବଂ ଆରୋନ ଫିଞ୍ଚ ଦ୍ରୁତ ଆରମ୍ଭ କରିଥିଲେ ମଧ୍ୟ ବହୁତ ଜଲ୍ଦି ନିଜ ଉଇକେଟ ହରାଇଥିଲେ। କୋଲକାତା ନାଇଟ ରାଇଡ଼ର୍ସର ପ୍ରଥମ ୱିକେଟ ମାତ୍ର ୧୧ ରନରେ ଏବଂ ଦ୍ଵିତୀୟ ୱିକେଟ ମାତ୍ର ୨୫ ରନରେ ପଡିଥିଲା। ଏହାପରେ ନୀତିଶ ରାଣା ଏବଂ ଆନ୍ଦ୍ର ରସେଲଙ୍କ ଲଢୁଆ ବ୍ୟାଟିଂ ବଲରେ ଦଳ ସମ୍ମାନଜନକ ସ୍କୋରରେ ପହଞ୍ଚିଥିଲା। ନୀତିଶ ରାଣା ୩୬ ବଲରୁ ୫୪ ରନ ଏବଂ ଆନ୍ଦ୍ର ରସେଲ ୨୫ ବଲରୁ ୪୯ ରନ ସଂଗ୍ରହ କରିଥିଲେ। ଏଥିରେ ସେ ଦୁହିଁଙ୍କ ସମୁଦାୟ ୧୦ ଟି ଚୌକା ଏବଂ ୬ ଟି ଛକା ସାମିଲ ଥିଲା।

ଏମାନଙ୍କ ବ୍ୟତୀତ ଶ୍ରେୟସ ଅୟର ୨୫ ବଲରୁ ୨୮ ରନ ସଂଗ୍ରହ କରିଥିଲେ ଏବଂ ଅନ୍ୟ ସମସ୍ତେ ମାତ୍ର ଏକ ଅଙ୍କ ବିଶିଷ୍ଟ ସ୍କୋର କରିଥିଲେ। ଫଳରେ କୋଲକାତା ନାଇଟ ରାଇଡ଼ର୍ସ ୮ ଟି ଉଇକେଟ ହରାଇ ୧୭୫ ରନର ଏକ ସମ୍ମାନଜନକ ସ୍କୋରରେ ପହଂଚି ପାରିଥିଲା।

Google

ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ତିନୋଟି ଏବଂ ଉମର୍ମ ମଲ୍ଲିକ ଦୁଇଟି ୱିକେଟ ନେଇଥିଲେ। ତାଙ୍କ ବ୍ୟତୀତ ଭୁବନେଶ୍ୱର କୁମାର , ମାର୍କୋ ଜେନସନ ଏବଂ ଜଗଦୀଶ ସୂଚିତ ଗୋଟିଏ ମାତ୍ର ଉଇକେଟ ନେଇଥିଲେ।

ଏହାର ଜବାବରେ ସନରାଇଜର୍ସ ହାଇଦ୍ରାବାଦ ଓପନର ଅଭିଷେକ ଶର୍ମା ଏବଂ କେନ୍ ୱିଲିୟମସନ ବହୁତ ଜଲ୍ଦି ଆଉଟ ହୋଇଥିଲା। ୩ ରନ୍ କରି ଅଭିଷେକ ଆଉଟ ହୋଇଥିଲେ। ୩୯ ରେ ଏହାର ଦ୍ଵିତୀୟ ୱିକେଟ ଗଳିଥିଲା । ଏହାପରେ ରାହୁଲ ତ୍ରିପାଠୀ ଏବଂ ଆଡ଼ମ ମାକ୍ରମଙ୍କ ଦ୍ରୁତ ଭାଗିଦାରୀ ପରେ ଏହି ମ୍ୟାଚ ସମ୍ପୂର୍ଣ୍ଣ ଭାବରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷକୁ ଆସି ଯାଇଥିଲା। ରାହୁଲ ତ୍ରିପାଠୀ ମାତ୍ର ୩୭ ବଲରୁ ୭୧ ରନ ସଂଗ୍ରହ କରିଥିବା ବେଳେ ଏଥିରେ ତାଙ୍କର ୬ ଟି ଛକା ଏବଂ ୪ ଟି ଚୌକା ରହିଥିଲା। ସେହିପରି ଆଡ଼ମ ମକ୍ରାମ ୩୬ ବଲରୁ ୬୮ ରନ ସଂଗ୍ରହ କରିଥିଲେ। ଏଥିରେ ତାଙ୍କର ୬ ଟି ଚୌକା ଏବଂ ୪ ଟି ଛକା ସାମିଲ ଥିଲା।

Google

ଶେଷକୁ ନିକୋଲସ ପୁରନ ହାଇଦ୍ରାବାଦର ବିଜୟ ଦେଇଥିଲେ। ଫଳରେ ହାଇଦ୍ରାବାଦ ଏହି ମ୍ୟାଚକୁ ୭ ଟି ଉଇକେଟରେ ଜିତି ନିଜର କ୍ରମାଗତ ତୃତୀୟ ବିଜୟ ହାସଲ କରିଥିଲା। କୋଲକାତା ପକ୍ଷରୁ ଆନ୍ଦ୍ର ରସେଲ ଦୁଇଟି ଏବଂ ପ୍ୟାଟ କମିନ୍ସ ଗୋଟିଏ ମାତ୍ର ୱିକେଟ ପାଇଥିଲେ। ଏହି ମ୍ୟାଚରେ ରାହୁଲ ତ୍ରିପାଠୀ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *