ଚଳିତ ଆଇପିଏଲ ସିଜିନର ୬୫ତମ ମ୍ୟାଚ ମଧ୍ୟ ଶେଷ ହୋଇ ଯାଇଛି। ଏହି ମ୍ୟାଚଟି ମୁମ୍ବାଇର ୱାଙ୍ଖେଡ଼ ଷ୍ଟାଡିୟମରେ ଖେଳା ଯାଇଥିଲା ମୁମ୍ବାଇ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ। ଏହି ମ୍ୟାଚକୁ ସନରାଇଜର୍ସ ହାଇଦ୍ରାବାଦ ୩ ରନରେ ଜିତି ନେଇଛି। ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇ ହାଇଦ୍ରାବାଦ ପ୍ରଥମେ ନିଜର ଶ୍ରେଷ୍ଠ ଅପନିଙ୍ଗ ପାର୍ଟନର୍ସିପ୍ପ ଆରମ୍ଭ କରିଥଲା। କିନ୍ତୁ ମାତ୍ର ୧୮ ରନରେ ହାଇଦ୍ରାବାଦ ଅଭିଷେକ ଶର୍ମାଙ୍କ ରୂପରେ ପ୍ରଥମ ଉଇକେଟ ହରାଇଥିଲା। ଏହାପରେ ରାହୁଲ ତ୍ରିପାଠୀ ଏବଂ ପ୍ରିୟମ ଗର୍ଗ ଙ୍କ ଧୁଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା। ଏହାପରେ ଉଭୟ ଦଳକୁ ବହୁତ ଭଲ ଆରମ୍ଭ ଦେଇଥିଲେ। ଦ୍ଵିତୀୟ ୱିକେଟ ପାର୍ଟନର୍ସିପ୍ପରେ ଉଭୟ ୭୮ ରନ ଯୋଡିଥିଲେ। ଏହାପରେ ପ୍ରିୟମ ଗର୍ଗ ମାତ୍ର ୨୬ ବଲରୁ ୪୨ ରନ କରି ନିଜର ଉଇକେଟ ହରାଇଥିଲେ। ଏହା ପରେ ରାହୁଲ ତ୍ରିପାଠୀ ଏବଂ ନିକୋଲସ ପୁରନ ତୃତୀୟ ୱିକେଟ ଯୋଡିରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।
Our highest individual score this season. Man of the Match for tonight. Take a bow, @tripathirahul52. 💪🏾🔥#MIvSRH #OrangeArmy #ReadyToRise #TATAIPL pic.twitter.com/2hyZn803YE
— SunRisers Hyderabad (@SunRisers) May 17, 2022
ନିକୋଲସ ପୁରନ ୨୨ ବଲରେ ୩୮ ରନ ଏବଂ ରାହୁଲ ତ୍ରିପାଠୀ ୪୪ ବଲରେ ୭୬ ରନ କରି ଆଉଟ ହେବା ପରେ ହାଇଦ୍ରାବାଦ ଦଳର ରନ ଗତି କିଛି ପରିମାଣରେ କମି ଯାଇଥିଲା। ଏହାପରେ ମାକ୍ରମ ୪ ବଲରେ ୨ ରନ କରି ଆଉଟ ହୋଇଥିଲେ। ଏହାପରେ ଅଧିନାୟକ ୱିଲିୟମସନ ଏବଂ ୱାସିଙ୍ଗଟନ ସୁନ୍ଦର ଉଭୟ ୭ ଟି ବଲରେ ୮ ରନ ଏବଂ ୯ ରନ କରି ହାଇଦ୍ରାବାଦ ଦଳର ସ୍କୋରକୁ ୧୯୩ ରନରେ ପହଞ୍ଚାଇ ଥିଲେ। ମୁମ୍ବାଇପକ୍ଷରୁ ରମଣଦୀପ ସିଂ ୩ ଓଭରରେ ୨୦ ରନ ଦେଇ ୩ ଟି ଉଇକେଟ ନେଇଥିଲେ।
ଏହାର ଜବାବରେ ମୁମ୍ବାଇର ଓପନର ଅଧିନାୟକ ରୋହିତ ଶର୍ମା ଏବଂ ଇଶାନ କିଶାନ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ଉଇକେଟ ପାର୍ଟନର୍ସିପ୍ପରେ ରୋହିତ ଶର୍ମା ଏବଂ ଇଶାନ କିଶାନ ୯୫ ରନ କରିଥିଲେ। ଏହାପରେ ଅଧିନାୟକ ରୋହିତ ୱାସିଙ୍ଗଟନ ସୁନ୍ଦରଙ୍କ ଓଭରରେ ୩୬ ବଲରେ ୪୮ ରନ କରି ଆଉଟ ହୋଇଥିଲେ। ଏହାର କିଛି ସମୟ ପରେ ଇଶାନ କିଶାନ ମଧ୍ୟ ୩୪ ବଲରେ ୪୩ ରନ କରି ଉମ୍ରାନ ମଲ୍ଲିକଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ। ଏହାପରେ ଦଳ କ୍ରମାଗତ ଭାବରେ ଡାନିଏଲ ସାମ୍ସ ଏବଂ ତିଲକ ବର୍ମାଙ୍କ ଉଇକେଟ ହରାଇଥିଲା। ତିଲକ ବର୍ମା ମାତ୍ର ୮ ରନ କରି ଆଉଟ ହୋଇଥିବା ବେଳେ ଡାନିଏଲ ସାମ୍ସ ୧୧ ବଲରେ ୧୫ ରନ କରି ଆଉଟ ହୋଇଥିଲେ। ମ୍ୟାଚର ଶେଷ ଭାଗରେ ଟିମ ଡେଭିଡଙ୍କ ଲଢୁଆ ଧୁଆଁଧାର ଖେଳ ଦେଖିବାକୁ ମିଳିଥିଲା। ସେ ୧୮ ବଲରୁ ୪୬ କରିଥିଲେ।
Ending a memorable night with well-deserved trophies. 🏆🧡@tripathirahul52 | #JammuExpress | #MIvSRH #OrangeArmy #ReadyToRise #TATAIPL pic.twitter.com/BYSOFLulyD
— SunRisers Hyderabad (@SunRisers) May 17, 2022
ଏଥିରେ ୩ ଟି ଚୌକା ଏବଂ ୪ ଟି ଛକା ସାମିଲ ଥିଲା। ତାଙ୍କ ସାଥି ଖେଳାଳି ଟ୍ରିଷ୍ଟିଆନ ଷ୍ଟଵସ୍ ଦୁର୍ଭାଗ୍ୟବତଃ ମାତ୍ର ୨ ରନ କରି ରନ ଆଉଟର ଶିକାର ହୋଇଥିଲେ। ଏହାପରେ ଟିମ ଡେଭିଡ ମଧ୍ୟ ନିଜ ସାଥି ଖେଳାଳି ରମଣଦୀପ ସିଂ ଙ୍କ ସହ ଭୁଲ ବୁଝାମଣା ଯୋଗୁଁ ରନ ଆଉଟର ଶିକାର ହୋଇଥିଲେ। ଏହା ପରେ ୧୯ତମ ଓଭରରେ ଭୁବନେଶ୍ୱର କୁମାର ସଞ୍ଜୟ ୟାଦବଙ୍କ ୱିକେଟ ନେବା ସହିତ ଯଶପ୍ରୀତ ବୁମରାଙ୍କୁ ୟର୍କର ପକାଇ ଓଭର ମଡେନ ନେଇଥିଲେ। ଅନ୍ତିମ ଓଭରରେ ୧୯ ରନ ଦରକାର ଥିବା ବେଳେ ରମଣଦୀପ ସିଂ ମାତ୍ର ୧୫ ରନ ସଂଗ୍ରହ କରିପାରିଥିଲେ।
ଯାହାଫଳରେ ସନରାଇଜର୍ସ ହାଇଦ୍ରାବାଦ ୩ ରନରେ ଏହି ମ୍ୟାଚକୁ ଜିତି ନେଇଥିଲା। ଦଳ ପକ୍ଷରୁ ଉମ୍ରାନ ମଲ୍ଲିକ ୩ ଟି ୱିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର ଏବଂ ୱାସିଙ୍ଗଟନ ସୁନ୍ଦର ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାହୁଲ ତ୍ରିପାଠୀ ଶ୍ରେଷ୍ଠ ପ୍ଲେୟର ଆୱାର୍ଡ ପାଇଥିଲେ। ଏହି ମ୍ୟାଚକୁ ଜିତିବା ଦ୍ୱାରା ହାଇଦ୍ରାବାଦ ନିଜର ପ୍ଲେ ଅଫ ଆଶାକୁ ଜୀବିତ ରଖିଛି।
The #Risers win by 3 runs! 🧡🧡#MIvSRH #OrangeArmy #ReadyToRise #TATAIPL
— SunRisers Hyderabad (@SunRisers) May 17, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।