ଆଇପିଏଲ ୨୦୨୩ ରେ ହାଇଦ୍ରାବାଦ ଦଳ ପାଇଁ ଏହି ବର୍ଷ କିଛି ଏତେ ଖାସ ଚାଲି ନାହିଁ। ତେବେ ଏହି ଟିମ ଯେଉଁଠି ୭ ମ୍ୟାଚ ମଧ୍ୟରୁ ପାଞ୍ଚରେ ପରାଜୟ ହାସଲ କରି ୯ ନମ୍ବର ସ୍ଥାନକୁ ଖସି ଯାଇଚି ସେଇଠାରେ ବର୍ତ୍ତମାନ ଟିମର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆଇପିଏଲରୁ ବାହାର ହୋଇ ଯାଇଛନ୍ତି।
ତେବେ ହାଇଦ୍ରାବାଦ ପାଖରେ ୱାଶିଂଟନ ସୁନ୍ଦର ଯିବା ପରେ ତାଙ୍କର ଖାଲି ହୋଇଥିବା ସ୍ଥାନ ଭରିବା ପାଇଁ କୌଣସି ଖାସ ବିକଳ୍ପ ନାହିଁ। ତେବେ ଏହା ଦଳ ପାଇଁ ଅସୁବିଧା ହୋଇପାରେ।
ସେ ଏକ ସ୍ପିନ ଅଲରାଉଣ୍ଡର ଅଟନ୍ତି। ସେ ଭଲ ବୋଲିଂଙ୍ଗ କରିବା ସହିତ ଭଲ ବ୍ୟାଟିଂ କରିବା ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ସକ୍ଷମ ଅଟନ୍ତି। ଏହି ସିଜିନରେ ମଧ୍ୟ ସେ ବ୍ୟାଟ ଓ ବଲ ଉଭୟର ଭଲ ପ୍ରଦର୍ଶନ କରିଛନ୍ତି। ସେ ହାଇଦ୍ରାବାଦ ଦଳକୁ ବୋଲିଙ୍ଗ ଓ ବ୍ୟାଟିଂ ଉଭୟରେ ସନ୍ତୁଳନ ପ୍ରଦାନ କରିଥାନ୍ତି।
ତେବେ ତାଙ୍କ ଯିବା ପାରେ ଦଳ ବର୍ତ୍ତମାନ ନିଶ୍ଚୟ ଭାବରେ ଚିନ୍ତାରେ ରହିଥିବ। ତେବେ ତାଙ୍କ ବ୍ୟତୀତ ଦଳରେ ବର୍ତ୍ତମାନ କେହି ଭଲ ସ୍ପିନ ଅଲରାଉଣ୍ଡର ନାହାନ୍ତି। ତେବେ ତାଙ୍କର ରିପ୍ଲେସମେଣ୍ଟ କରିବା ପାଇଁ ମଧ୍ୟ କିଛି ଭଲ ବିକଳ୍ପ ରହି ନାହିଁ।ତେବେ ଏହି ମଉକା ରେ ବିବରାତ ଶର୍ମାଙ୍କୁ ମଉକା ମିଳି ପାରେ।
ମୟଙ୍କ ଡଙ୍ଗର ଓ ସମର୍ଥ ବ୍ୟାସ ମଧ୍ୟ ସ୍ପିନ ଅଲରାଉଣ୍ଡର ବିକଳ୍ପ ଅଟନ୍ତି କିନ୍ତୁ ବିବରାତ ଏହି ଦୁଇ ଜଣଙ୍କ ମୁକାବିଲାରେ ଅଳ୍ପ ଭଲ ଅଟନ୍ତି। ଏହା ମଧ୍ୟ ହୋଇପାରେ ହାଇଦ୍ରାବାଦ ଅବଦୁଲ ସମଦଙ୍କୁ ମଉକା ଦେଇ ପାରେ ସେ ଭଲ ବ୍ୟାଟିଂ କରି ଥାଆନ୍ତି କିନ୍ତୁ ବୋଲିଙ୍ଗରେ ଟିକେ କମ ସଫଳ ଅଟନ୍ତି।ଏହା ମଧ୍ୟ ହୋଇ ପାରେ କି ବିଶେଷଜ୍ଞ କୌଣସି ବିଦେଶ ଖେଳାଳି ଆଦିଲ ରସିଦ ଓ ଆକିଲ ହୁସେନଙ୍କୁ ଟିମରେ ଜାଗା ଦେଇ ପାରନ୍ତି। କିନ୍ତୁ ଏପରି ହେବା ଫଳରେ ମାର୍କୋ ୟାନସେନଙ୍କୁ ବାହାରେ ବସିବାକୁ ହେବ।
ତାଙ୍କ ବ୍ୟତୀତ କୌଣସି ଏକ ଭାରତୀୟ ବ୍ୟାଟିଂ ଖେଳାଳୀଙ୍କୁ ଏକାଦଶ ମଧ୍ୟରେ ଖେଳିବାକୁ ହେବ। ଏଠାରେ ଅବଦୁଲ ସମଦ ଓ ନୀତିଶ ରେଡ୍ଡୀ ବିକଳ୍ପ ହୋଇ ପାରନ୍ତି। ଏହାର ସମ୍ଭାବନା ନା ବରାବର ଅଟେ। ତେବେ ଭାରତର ଅନେକ ସ୍ପିନ ଅଲରାଉଣ୍ଡର କୌଣସି ନା କୌଣସି ଦଳର ଅଂଶ ଅଟନ୍ତି।
ତେବେ ବର୍ତ୍ତମାନ ହାଇଦ୍ରାବାଦ ପାଇଁ ରିପ୍ଲେସମେଣ୍ଟର ବିକଳ୍ପ ନେବା ବେଶୀ ଠିକ ରହିବ ନାହିଁ। ତେବେ ତାଙ୍କ ପାଖରେ ଥିବା ଖେଳାଳି ମାନଙ୍କୁ ନେଇ କାମ ଚଳାଇବା ପାଇଁ ବେଶୀ ପସନ୍ଦ କରିପାରନ୍ତି।